Advertisment

ପାକିସ୍ତାନରେ ସାଂଘାତିକ ବିଜୁଳି ସଙ୍କଟ, ଲୋକେ କଲବଲ

ସୋମବାର ପାକିସ୍ତାନରେ ବିଜୁଳି ସଙ୍କଟ ଦେଖାଦେଇଛି। ବିଜୁଳି ସମସ୍ୟା ସୃଷ୍ଟି ହେବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Pakistan

Pakistan

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସୋମବାର ପାକିସ୍ତାନରେ ବିଜୁଳି ସଙ୍କଟ ଦେଖାଦେଇଛି। ବିଜୁଳି ସମସ୍ୟା ସୃଷ୍ଟି ହେବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦେଶର ଜାତୀୟ ଗ୍ରୀଡ୍‌ରେ ଫ୍ରିକ୍ୟୁଏନ୍ସି ହ୍ରାସ ପାଇବାରୁ ଦେଶବ୍ୟାପୀ ବିଜୁଳି ସମସ୍ୟା ଦେଖାଯାଇଥିବା ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଆଯାଇଛି।

Advertisment

ବିଜୁଳି ସଙ୍କଟର ପ୍ରଭାବ କରାଚି, ଲାହୋର ଓ ଇସଲାମାବାଦ ସମେତ ଦେଶର ପ୍ରମୁଖ ସହରଗୁଡ଼ିକ ଉପରେ ପଡ଼ିଛି। ଲୋକମାନେ ବିଜୁଳି ଯୋଗାଣରେ ସମସ୍ୟା ଯୋଗୁ ହଇରାଣ ହେଉଥିବା ବେଳେ ସ୍ଥିତି ସ୍ୱାଭାବିକ ହେବାକୁ ୧୨ ଘଣ୍ଟା ସମୟ ଲାଗିବ ବୋଲି ପାକିସ୍ତାନର ଶକ୍ତି ମନ୍ତ୍ରୀ ସୂଚନା ଦେଇଛନ୍ତି।

ପାକିସ୍ତାନର ବିଜୁଳି ବଣ୍ଟନ ବ୍ୟବସ୍ଥା ଅତ୍ୟନ୍ତ ଜଟିଳ ଓ ଡେଲିକେଟ୍ ୱେବ ଦ୍ୱାରା କରାଯାଏ। ତେଣୁ ଗୋଟିଏ ସେକସନର ଗ୍ରୀଡରେ ସମସ୍ୟା ଦେଖାଦେଲେ, ଏହାର ପ୍ରଭାବ ସମଗ୍ର ଦେଶ ଉପରେ ପଡ଼ିଥାଏ। ଏବେ ଜାତୀୟ ଗ୍ରୀଡରେ ସମସ୍ୟା ଦେଖାଯିବାରୁ ପ୍ରମୁଖ ସହର ସମେତ ଅନେକ ସ୍ଥାନରେ ବିଜୁଳି ଯୋଗାଣ ବନ୍ଦ ହୋଇଯାଇଛି।

Advertisment

ଶକ୍ତିମନ୍ତ୍ରୀ ଖୁରୁମ ଦାସ୍ତାଗିର କହିଛନ୍ତି, ସିନ୍ଧ ପ୍ରଦେଶର ଜାମଶୋରୋ ଓ ଡାଡୁରେ ସହର ମଧ୍ୟରେ ଥିବା ଗ୍ରୀଡରେ ହଠାତ୍‌ ଭୋଲଟେଜରେ ସମସ୍ୟା ଦେଖାଯାଇଥିଲା। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଫ୍ୟାକ୍ଟ୍ରୀ, ହସ୍ପିଟାଲ ଓ ସ୍କୁଲ ଗୁଡ଼ିକରେ ବିଜୁଳି କଟି ଯାଇଥିଲା। ଶୀତ ଦିନେ ଦେଶରେ ବିଜୁଳିର ଚାହିଦା ହ୍ରାସ ପାଇଥାଏ।

ଅର୍ଥନୀତିକ ଦୃଷ୍ଟିକୋଣରୁ ରାତି ବେଳା ଆମେ ବିଜୁଳି ଉତ୍ପାଦନ ବ୍ୟବସ୍ଥାକୁ ବନ୍ଦ କରିଦେଇଥାଉ। ହେଲେ ଆଜି ସକାଳେ ଏହି ବ୍ୟବସ୍ଥାକୁ ଚାଲୁ କରିବା କ୍ଷଣି ଭୋଲଟେଜ ଅପ ଓ ଡାଉନ ହୋଇଥିଲା। ଦେଶର ଦକ୍ଷିଣପ୍ରାନ୍ତରେ ଏପରି ଘଟିଥିଲା। ତେଣୁ ବିଜୁଳି ସମସ୍ୟା ଦେଖାଯାଇଥିବା ସେ କହିଛନ୍ତି।

Pakistan