Advertisment

ସୈନ୍ୟଙ୍କୁ ହତ୍ୟା କରି ଏକାଧିକ ଗାଁ ଦଖଲ କଲା ପାକିସ୍ତାନ ତାଲିବାନ

ଆଜି ସଂଗଠନ ପକ୍ଷରୁ ହମଲା କରାଯାଇ ସେଠାରେ ମୁତୟନ ହୋଇଥିବା ପାକସ୍ତାନ ସୈନ୍ୟମାନଙ୍କୁ ହତ୍ୟା କରାଯାଇଛି। ଏଥିସହ ଜିଲ୍ଲାର ଏକାଧିକ ଗାଁକୁ ନିଜ ନିୟନ୍ତ୍ରଣକୁ ମଧ୍ୟ ନେଇଛି।

author-image
Hemant Lenka
Pakistan

Pakistan

ପାକିସ୍ତାନର ଖାୟବର ପାଖତୁନଖ୍ୱାର ଚିତ୍ରାଲ ଜିଲ୍ଲାର ଏକାଧିକ ଗାଁ ଉପରେ ହମଲା କରିଛି ତେହେରିକ ଇ ତାଲିବାନ ପାକିସ୍ତାନ ବା ଟିଟିପି। ଏହି ଆତଙ୍କୀ ସଂଗଠନ ପାକିସ୍ତାନ ତାଲିବାନ ନାଁରେ ମଧ୍ୟ ପରିଚିତ।

Advertisment

ଆଜି ସଂଗଠନ ପକ୍ଷରୁ ହମଲା କରାଯାଇ ସେଠାରେ ମୁତୟନ ହୋଇଥିବା ପାକସ୍ତାନ ସୈନ୍ୟମାନଙ୍କୁ ହତ୍ୟା କରାଯାଇଛି। ଏଥିସହ ଜିଲ୍ଲାର ଏକାଧିକ ଗାଁକୁ ନିଜ ନିୟନ୍ତ୍ରଣକୁ ମଧ୍ୟ ନେଇଛି।

ଟିଟିପିର ଜଣେ କମାଣ୍ଡର କହିଛନ୍ତି, “ଆଜି ସଂଗଠନ ପକ୍ଷରୁ ଚିତ୍ରାଲ ଜିଲ୍ଲାରେ ମିଲିଟାରୀ ଅପରେସନ କରାଯାଇଛି। ଅପରେସନ ବେଳେ ଏକାଧିକ ଗାଁକୁ ଦଖଲ କରାଯାଇଛି। ପାକିସ୍ତାନ ସମୟ ଭୋର ୪ଟାରୁ ଅପରେସନ ଆରମ୍ଭ ହୋଇଥିଲା। ଆମେ ଖୁବଶୀଘ୍ର ଏହାର ଫଟୋ ଶେୟାର କରିବୁ। ସେଠାରେ ବର୍ତ୍ତମାନ ଇଣ୍ଟରନେଟ ସେବା ଠିକ ଭାବେ କାର୍ଯ୍ୟକ୍ଷମ ହେଉନି।” 

Advertisment

ସୋଶାଲ ମିଡିଆରେ ହୋଇଥିବା ଏକାଧିକ ପୋଷ୍ଟରେ କୁହାଯାଇଛି ଯେ ଡୁରାଣ୍ଡ ଲାଇନରେ ପାକିସ୍ତାନ ଫୋର୍ସ ଓ ଟିଟିପି ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। ଏଥିପାଇଁ ତୋରଖାମ ବର୍ଡର କ୍ରସିଂରେ ଯାତାୟାତ ବନ୍ଦ କରାଯାଇଛି। ଏହି ସଂଘର୍ଷରେ ଏକାଧିକ ପାକିସ୍ତାନ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି।

ତେବେ ପାକିସ୍ତାନ ଗଣମାଧ୍ୟମ ଏ ସମ୍ପର୍କରେ କେବଳ ନୀରବତା ଅବଲମ୍ବନ କରିଛି।

ଟିଟିପି ମୁଖପାତ୍ର ମହମ୍ମଦ ଖୁରାସାନି କହିଛନ୍ତି, “ଆମେ ଚିତ୍ରାଲର ଲୋକମାନଙ୍କୁ କେବଳ ଶାନ୍ତ ରହିବାକୁ ଅନୁରୋଧ କରୁଛୁ। ସେମାନଙ୍କର କୌଣସି ପ୍ରକାରର କ୍ଷତି ହେବନି। ଆମର ଲଢ଼େଇ କେବଳ ଦମନ ଲୀଳା କରୁଥିବା ସୁରକ୍ଷା ଏଜେନ୍ସି ବିରୋଧରେ ଚାଲିଛି।’’

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଟିଟିପି ସଦସ୍ୟମାନେ ଚିତ୍ରାଲ ଜିଲ୍ଲାରେ ପ୍ରବେଶ କରୁଛନ୍ତି। ସେହିପରି ବନ୍ଧୁକଧାରୀମାନେ କିଛି ସୈନ୍ୟଙ୍କୁ ପଣବନ୍ଦୀ କରି ରଖିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ତେବେ ପାକିସ୍ତାନ ସୁରକ୍ଷା ଏଜେନ୍ସି ପକ୍ଷରୁ ଟିଟିପି କରିଥିବା ଦାବିକୁଚ ଖଣ୍ଡନ କରାଯାଇଛି।

Pakistan Terrorist