Advertisment

ମନ୍ତ୍ରୀ ଓ ପରାମର୍ଶଦାତାମାନଙ୍କ ଖର୍ଚ୍ଚ ୧୫% ଯାଏ କଟିବ

ଏହି କାଟଛାଣ୍ଟ ଦ୍ୱାରା ପାକିସ୍ତାନ ସରକାର ବର୍ଷକୁ ୨୦୦ ବିଲିୟନ ଟଙ୍କା ବା ୭୬୬ ମିଲିୟନ ଡଲାରର ଫାଇଦା ପାଇବେ ବୋଲି ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି।

Shehbaz Sharif

Shehbaz Sharif

Advertisment

ଆର୍ଥିକ ସ୍ତରରେ କାଙ୍ଗାଳ ହୋଇ ସାରିଥିବା ପାକିସ୍ତାନ ଏବେ ପାଣ୍ଠି ସଂଗ୍ରହ ପ୍ରୟାସରେ ରହିଛି। ନିଜର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ପାକିସ୍ତାନ ସରକାର ମନ୍ତ୍ରୀ ଓ ପରାମର୍ଶଦାତାମାନଙ୍କୁ ମିଳୁଥିବା ଭତ୍ତା ଓ ଯାତ୍ରା ଖର୍ଚ୍ଚକୁ ୧୫% ଯାଏ କାଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାଟଛାଣ୍ଟ ଦ୍ୱାରା ପାକିସ୍ତାନ ସରକାର ବର୍ଷକୁ ୨୦୦ ବିଲିୟନ ଟଙ୍କା ବା ୭୬୬ ମିଲିୟନ ଡଲାରର ଫାଇଦା ପାଇବେ ବୋଲି ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି।

Advertisment

ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇଛ ଗତି କରୁଛି। ଆଇଏମଏଫ ଠାରୁ ଦେଶ ୧ ବିଲିୟନ ଡଲାରର ଆର୍ଥିକ ସହାୟତା ହାସଲ କରିବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ନୀତି ଜନିତ ଭେଦଭାବ ଯୋଗୁ ଏହା ସମ୍ଭବ ହୋଇପାରୁନି। ଏସବୁ ଭିତରେ ପାକିସ୍ତାନକୁ ଚାଇନା ସହାୟତାର ହାତ ବଢ଼ାଇଛି। ହେଲେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିବାରୁ ପାକିସ୍ତାନ ସରକାରଙ୍କ ଚିନ୍ତା ବଢ଼ିଛି।

ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶରିଫ କହିଛନ୍ତି, ଦେଶର ସମସ୍ତ ମନ୍ତ୍ରଣାଳୟ ଓ ସରକାରୀ ବିଭାଗ ଗୁଡ଼ିକ ସେମାନଙ୍କ ଖର୍ଚ୍ଚକୁ ୧୫% ଯାଏ ହ୍ରାସ କରିବାକୁ କୁହାଯାଇଛି। ସେ ତାଙ୍କ ସମସ୍ତ ମନ୍ତ୍ରୀ ଓ ପରାମର୍ଶଦାତାମାନଙ୍କୁ ନିଜର ଦରମା, ଭତ୍ତା, ବିଳାସପୂର୍ଣ୍ଣ କାର, ବିଦେଶ ଯାତ୍ରା ଓ ବିଜନେସ କ୍ଲାସରେ ଯାତ୍ରା ଭଳି ଅଭ୍ୟାସକୁ ଛାଡ଼ିବାକୁ କହିଛନ୍ତି। ମନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଏସବୁ ସୁବିଧା ନେବାକୁ ରାଜି ହୋଇଛନ୍ତି। ଏହି ବଡ଼ ନିଷ୍ପତ୍ତି ଯୋଗୁ ସରକାରଙ୍କ ପାଣ୍ଠିରେ ବାର୍ଷିକ ୨୦୦ ବିଲିୟନ ଟଙ୍କା ସଂରକ୍ଷିତ ହୋଇ ରହିବ ବୋଲି ସେ ସମସ୍ତଙ୍କୁ ଅବଗତ କରାଇଛନ୍ତି।

Advertisment

ଅନ୍ୟପକ୍ଷରେ ଆଇଏମଏଫ ଠାରୁ ଖୁବଶୀଘ୍ର ଆର୍ଥିକ ସହାୟତା ମିଳିବ ବୋଲି ସେ ଆଶା ରଖିଛନ୍ତି। ଆଇଏମଏଫ ସହାୟତା କରିବାକୁ ରାଜି ଥିଲେ ହେଁ ପ୍ରଥମେ ପାକିସ୍ତାନ ସରକାରଙ୍କ ଆଗରେ କେତେକ ସର୍ତ୍ତ ରଖିଛି। ଏହା ମଧ୍ୟରେ ସବସିଡି ପ୍ରତ୍ୟାହାର, ବିଜୁଳି ଟାରିଫ ବୃଦ୍ଧି, କରିବା ଓ ଅଧିକ ରାଜସ୍ୱ ସଂଗ୍ରହ ଇତ୍ୟାଦି ରହିଛି।

Pakistan Economic Crisis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe