Advertisment

IED Blast: ପୁଣି ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରି ହମଲା, ଏଥର ଆଇଇଡି ବିସ୍ଫୋରଣ

ଜାଫର ଏକ୍ସପ୍ରେସ କ୍ୱେଟ୍ଟା ଓ ପେଶାୱର ମଧ୍ୟ ଚଳାଚଳ କରେ। ମାର୍ଚ୍ଚ ୧୧ରେ ଟ୍ରେନକୁ ବୋଲାନ ଅଞ୍ଚଳରେ ବଲୋଚ ବିଦ୍ରୋହୀ ସଂଗଠନ ପକ୍ଷରୁ ଅପହରଣ କରାଯାଥିଲା। ଦୁଇ ଦିନ ପରେ ପଣବନ୍ଦୀ ସମସ୍ୟା ଶେଷ ହୋଇଥିଲା। ଏହି ଅପରେସନରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

Blast

ଘଟଣାସ୍ଥଳର ଦୃଶ୍ୟ

Advertisment

ପାକିସ୍ତାନ(Pakistan)ର ବଲୋଚିସ୍ତାନ ପ୍ରଦେଶରେ ପୁଣି ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରାଯାଇଛି। କ୍ୱେଟ୍ଟା ଯାଉଥିବା ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରି ସୁଲତାନକୋଟ ଅଞ୍ଚଳରେ ହୋଇଛି ଆଇଇଡି ବିସ୍ଫୋରଣ। ସିନ୍ଧ-ବଲୋଚିସ୍ତାନ ସୀମାନ୍ତରେ ହୋଇଥିବା ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

Advertisment

ଚଳିତ ବର୍ଷ ମାର୍ଚ୍ଚ ମାସରୁ ନିୟମିତ ଭାବେ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରାଯାଉଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଥିଲେ ହେଁ ଆଜି ପୁଣି ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରି ହମଲା କରାଯାଇଛି।

ରେଳ ଧାରଣାରେ ଆଇଇଡି ଖଞ୍ଜି ବିସ୍ଫୋରଣ କରାଯିବାରୁ କ୍ୱେଟ୍ଟା ଯାଇଉଥିବା ଏହି ଯାତ୍ରୀବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଛି। ଆକ୍ରମଣ ପାଇଁ ବଲୋଚ ବିଦ୍ରୋହୀ ସଂଗଠନ ବଲୋଚ ରିପବ୍ଲିକ ଗାର୍ଡସ ନିଜକୁ ଦାୟୀ କରିଛି। ଟ୍ରେନରେ ପାକିସ୍ତାନ ଆର୍ମିର ଅଧିକାଂଶ ସଦସ୍ୟ ଯାତ୍ରା କରୁଥିବାରୁ ସଂଗଠନ ପକ୍ଷରୁ ଏହାକୁ ଟାର୍ଗେଟ କରାଯାଇଥିବା କୁହାଯାଇଛି। 

Advertisment

ବଲୋଚ ରିପବ୍ଲିକ ଗାର୍ଡସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ପାକିସ୍ତାନୀ ଆର୍ମିର କର୍ମଚାରୀମାନେ ଟ୍ରେନରେ ଯାତ୍ରା କରୁଥିବା ଏହାକୁ ଟାର୍ଗେଟ କରାଯାଇଥିଲା। ବିସ୍ଫୋରଣ ଯୋଗୁ ଅନେକ ପାକିସ୍ତାନୀ ସୈନ୍ୟ ମୃତାହତ ହୋଇଛନ୍ତି। ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଛି। ବିଆରଜି ଆକ୍ରମଣ ପାଇଁ ନିଜକୁ ଦାୟୀ କରୁଛି। ଏଥିସହ ବଲୋଚିସ୍ତାନକୁ ସ୍ୱାଧୀନତା ନ ମିଳିବା ଯାଏ ଏପରି ଅପରେସନ ଜାରି ରହିବ।” 

ଟ୍ରେନ ବିସ୍ଫୋରଣ ପରେ ଉଦ୍ଧାରକାରୀ ଟିମ ଓ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଘଟଣା ସ୍ଥଳରେ ଏକାଧିକ ଲୋକ ଆହତ ହୋଇ ଛଟପଟ ହେଉଥିବାର ଭିଡିଓ ସାମ୍ନାକୁ ଆସିଛି। କିନ୍ତୁ ପାକିସ୍ତାନ ସେନା ଘଟଣାରେ କେତେଜଣ ମୃତାହତ ହୋଇଛନ୍ତି, ତା’ର କୌଣସି ସୂଚନା ଦେଇନାହିଁ। 

ଜାଫର ଏକ୍ସପ୍ରେସ କ୍ୱେଟ୍ଟା ଓ ପେଶାୱର ମଧ୍ୟ ଚଳାଚଳ କରେ। ମାର୍ଚ୍ଚ ୧୧ରେ ଟ୍ରେନକୁ ବୋଲାନ ଅଞ୍ଚଳରେ ବଲୋଚ ବିଦ୍ରୋହୀ ସଂଗଠନ ପକ୍ଷରୁ ଅପହରଣ କରାଯାଥିଲା। ଦୁଇ ଦିନ ପରେ ପଣବନ୍ଦୀ ସମସ୍ୟା ଶେଷ ହୋଇଥିଲା। ଏହି ଅପରେସନରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। 


ସେହିପରି ସେପ୍ଟେମ୍ବର ୨୪ରେ ସ୍ପିଜେଣ୍ଡ ଅଞ୍ଚଳରେ ଟ୍ରେନରେ ହୋଇଥିବା ବିସ୍ଫୋରଣରେ ଏକାଧିକ ଯାତ୍ରୀ ଆହତ ହୋଇଥିଲେ। ଅଗଷ୍ଟ ୧୦ରେ ଜାଫର ଏକ୍ସପ୍ରେସ ପେଶାୱାର ଆସୁଥିବା ବେଳେ ମାସ୍ତୁଙ୍ଗ ଜିଲ୍ଲାରେ ଏହାକୁ ଟାର୍ଗେଟ କରାଯାଇଥିଲା। ବିଦ୍ରୋହୀ ସଦସ୍ୟମାନେ ରେଳ ଧାରଣାକୁ ଆଇଇଡି ବିସ୍ଫୋରଣ ଦ୍ୱାରା ଉଡ଼ାଇ ଦେବାରୁ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଥିଲେ।

ଅଗଷ୍ଟ ୭ରେ ଗୋଟିଏ ବଡ଼ ଅଘଟଣରୁ ଟ୍ରେନଟି ଅଳ୍ପକେ ବର୍ତ୍ତି ଯାଇଥିଲା। ବଲୋଚିସ୍ତାନର ସିବି ରେଳ ଷ୍ଟେସନ ନିକଟ ଟ୍ରାକରେ ଗୋଟିଏ ବୋମା ଖଞ୍ଜା ଯାଇଥିଲା। କିନ୍ତୁ ଟ୍ରେନଟି ଉକ୍ତ ସ୍ଥାନ ଅତିକ୍ରମ କରିବା ପରେ ହିଁ ବିସ୍ଫୋରଣ ହୋଇଥିଲା। ଫଳରେ ଗୋଟିଏ ବଡ଼ ବିପଦ ଟଳି ଯାଇଥିଲା।

ଅଗଷ୍ଟ ୪ରେ ବନ୍ଧୁକଧାରୀମାନେ କୋଲପୁର ଠାରେ ଟ୍ରେନକୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। 

Pakistan Balochistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe