Advertisment

କୁର୍ତାକୁ ନେଇ ବିବାଦ: ମହିଳାଙ୍କୁ କହିଲେ ତୁରନ୍ତ ଖୋଲ

ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
pakistan woman harassment

pakistan woman harassment

ପୋଷାକକୁ ନେଇ ବିବାଦ। ଜଣେ ମହିଳା ପିନ୍ଧିଥିବା ଏକ କୁର୍ତାକୁ ଦେଖି ରାଗିଗଲେ ଲୋକେ। ତାଙ୍କୁ ଘେରିଗଲେ ଶତାଧିକ ଲୋକେ । ସର୍ବସମ୍ମୁଖରେ ଟଣାଓଟଣା କରିବା ସହ କହିଲେ ତୁରନ୍ତ ଖୋଲ। ଏଭଳି କଛି ଦୃଶ୍ୟ ସାମ୍ନାକୁ ଆସିଛି ପାକିସ୍ତାନରୁ। ଏଠାକାର ଜଣେ ମହିଳା ମବଲିଞ୍ଚିଂର ସମ୍ମୁଖୀନ ହୋଇଛନ୍ତି।

Advertisment

ପାକିସ୍ତାନ ଲାହୋର ଅଞ୍ଚଳର ଜଣେ ମହିଳା ଆରବିକ୍‌ ଲେଟର ପ୍ରିଣ୍ଟ ଥିବା ଏକ କୁର୍ତା ପିନ୍ଧି ସ୍ୱାମୀ ସହ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ତେବେ ଏହି ସମୟରେ ତାଙ୍କର କୁର୍ତାକୁ ଦେଖି ରାଗି ଯାଇଥିଲେ ଲୋକେ। ଏହାପରେ ଶତାଧିକ ଲୋକେ ତାଙ୍କୁ ଘେରି ଯାଇଥିଲେ। ସେ ପିନ୍ଧିଥିବା ପୋଷାକରେ ପବିତ୍ର କୋରାନାର ପଦ ଗୁଡିକ ପ୍ରିଣ୍ଟ ଥିବା ନେଇ ଲୋକେ ଭାବିଥିଲେ। ଏହାକୁ ନେଇ ରେଷ୍ଟୁରାଣ୍ଟରେ ଉପସ୍ଥିତ ଥିବା ଲୋକେ ମହିଳାଙ୍କୁ ମାରିବାକୁ  ଉଦ୍ୟମ କରିଥିଲେ। କେବଳ ସେତିକି ନୁହେଁ ତାଙ୍କୁ ଟଣାଓଟରା କରିବା ସହ ସର୍ବସମ୍ମୁଖରେ ଡ୍ରେସ୍‌ ଓହ୍ଲାଇବାକୁ କହିଥିଲେ।

ମହିଳା ଜଣ କୋରାନାକୁ ଅପମାନିତ କରିଥିବା ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମହିଳାଙ୍କୁ ଭିଡ ଭିତରୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲା। ତେଣୁ ଉକ୍ତ ମହିଳା ଜଣକ ଲୋକଙ୍କ ସଂଘବଦ୍ଧ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

Advertisment

ସେପଟେ ଭିଡ ଭିତରୁ ମହିଳା ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିବା ପୁଲିସକର୍ମୀ ଜଣଙ୍କ କହିଛନ୍ତି, ସ୍ୱାମୀଙ୍କ ସହ ସପିଂ କରିବାକୁ ମହିଳା ଜଣକ ଯାଇଥିଲେ। ଏହି ସମୟରେ ସେ ଏକ କୁର୍ତା ପିନ୍ଧିଥିଲେ, ଯେଉଁଥିରେ କିଛି ଶବ୍ଦ ଲେଖାଯାଇଥିଲା। ଯେତେବେଳେ କିଛି ଲୋକ ଏହା ଦେଖିଲେ, ସେମାନେ ମହିଳାଙ୍କୁ ତାଙ୍କ କୁର୍ତ୍ତା ଓହ୍ଲାଇବାକୁ କହିଥିଲେ। ତାଙ୍କ କୁର୍ତ୍ତାରେ ପ୍ରିଣ୍ଟ ଥିବା ଅକ୍ଷରକୁ ନେଇ କିଛି ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଲୋକେ ଏହାକୁ ଭୁଲ୍‌ରେ କୋରାନା ଶବ୍ଦ ବୋଲି ଭାବି ନେଇଥିଲେ।

ଏହି ଘଟଣା ପରେ ନିଜର କିଛି ଭୁଲ୍‌ ନଥାଇ ମଧ୍ୟ ଉକ୍ତ ମହିଳା ଜଣକ କ୍ଷମା ମାଗିଛନ୍ତି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣରୁ ରକ୍ଷା କରିଥିବା ପୁଲିସକର୍ମୀଙ୍କୁ ଚାରିଆଡୁ ପ୍ରଶଂସା କରାଯାଉଛି।

Arabic Text On Kurta Woman Harassment Pakistan Viral Video Mob Lynching