ପୋଷାକକୁ ନେଇ ବିବାଦ। ଜଣେ ମହିଳା ପିନ୍ଧିଥିବା ଏକ କୁର୍ତାକୁ ଦେଖି ରାଗିଗଲେ ଲୋକେ। ତାଙ୍କୁ ଘେରିଗଲେ ଶତାଧିକ ଲୋକେ । ସର୍ବସମ୍ମୁଖରେ ଟଣାଓଟଣା କରିବା ସହ କହିଲେ ତୁରନ୍ତ ଖୋଲ। ଏଭଳି କଛି ଦୃଶ୍ୟ ସାମ୍ନାକୁ ଆସିଛି ପାକିସ୍ତାନରୁ। ଏଠାକାର ଜଣେ ମହିଳା ମବଲିଞ୍ଚିଂର ସମ୍ମୁଖୀନ ହୋଇଛନ୍ତି।
ପାକିସ୍ତାନ ଲାହୋର ଅଞ୍ଚଳର ଜଣେ ମହିଳା ଆରବିକ୍ ଲେଟର ପ୍ରିଣ୍ଟ ଥିବା ଏକ କୁର୍ତା ପିନ୍ଧି ସ୍ୱାମୀ ସହ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ତେବେ ଏହି ସମୟରେ ତାଙ୍କର କୁର୍ତାକୁ ଦେଖି ରାଗି ଯାଇଥିଲେ ଲୋକେ। ଏହାପରେ ଶତାଧିକ ଲୋକେ ତାଙ୍କୁ ଘେରି ଯାଇଥିଲେ। ସେ ପିନ୍ଧିଥିବା ପୋଷାକରେ ପବିତ୍ର କୋରାନାର ପଦ ଗୁଡିକ ପ୍ରିଣ୍ଟ ଥିବା ନେଇ ଲୋକେ ଭାବିଥିଲେ। ଏହାକୁ ନେଇ ରେଷ୍ଟୁରାଣ୍ଟରେ ଉପସ୍ଥିତ ଥିବା ଲୋକେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। କେବଳ ସେତିକି ନୁହେଁ ତାଙ୍କୁ ଟଣାଓଟରା କରିବା ସହ ସର୍ବସମ୍ମୁଖରେ ଡ୍ରେସ୍ ଓହ୍ଲାଇବାକୁ କହିଥିଲେ।
ମହିଳା ଜଣ କୋରାନାକୁ ଅପମାନିତ କରିଥିବା ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମହିଳାଙ୍କୁ ଭିଡ ଭିତରୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲା। ତେଣୁ ଉକ୍ତ ମହିଳା ଜଣକ ଲୋକଙ୍କ ସଂଘବଦ୍ଧ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
"ASP Syeda Shehrbano Naqvi, the brave SDPO of Gulbarg Lahore, put her life in danger to rescue a woman from a violent crowd. For this heroic deed, the Punjab Police has recommended her name for the prestigious Quaid-e-Azam Police Medal (QPM), the highest gallantry award for law… pic.twitter.com/awHaIGVb9l
— Punjab Police Official (@OfficialDPRPP) February 25, 2024
ସେପଟେ ଭିଡ ଭିତରୁ ମହିଳା ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିବା ପୁଲିସକର୍ମୀ ଜଣଙ୍କ କହିଛନ୍ତି, ସ୍ୱାମୀଙ୍କ ସହ ସପିଂ କରିବାକୁ ମହିଳା ଜଣକ ଯାଇଥିଲେ। ଏହି ସମୟରେ ସେ ଏକ କୁର୍ତା ପିନ୍ଧିଥିଲେ, ଯେଉଁଥିରେ କିଛି ଶବ୍ଦ ଲେଖାଯାଇଥିଲା। ଯେତେବେଳେ କିଛି ଲୋକ ଏହା ଦେଖିଲେ, ସେମାନେ ମହିଳାଙ୍କୁ ତାଙ୍କ କୁର୍ତ୍ତା ଓହ୍ଲାଇବାକୁ କହିଥିଲେ। ତାଙ୍କ କୁର୍ତ୍ତାରେ ପ୍ରିଣ୍ଟ ଥିବା ଅକ୍ଷରକୁ ନେଇ କିଛି ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଲୋକେ ଏହାକୁ ଭୁଲ୍ରେ କୋରାନା ଶବ୍ଦ ବୋଲି ଭାବି ନେଇଥିଲେ।
ଏହି ଘଟଣା ପରେ ନିଜର କିଛି ଭୁଲ୍ ନଥାଇ ମଧ୍ୟ ଉକ୍ତ ମହିଳା ଜଣକ କ୍ଷମା ମାଗିଛନ୍ତି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣରୁ ରକ୍ଷା କରିଥିବା ପୁଲିସକର୍ମୀଙ୍କୁ ଚାରିଆଡୁ ପ୍ରଶଂସା କରାଯାଉଛି।