Advertisment

ବିରୋଧୀ ଦଳର ପତକା ଲଗାଇବାରୁ ପୁଅକୁ ଗୁଳି କଲା ବାପା

ବାପ-ପୁଅ ଭିନ୍ନ ଭିନ୍ନ ଦଳକୁ ସମର୍ଥନ କରୁଥିବା ବେଳେ କେଉଁ ଦଳର ପତକା ଘର ଆଗରେ ଉଡ଼ିବ, ଏହାକୁ ନେଇ ଝଗଡ଼ା ହୋଇଥିଲେ।

author-image
Madhupriya Mistry
Father Shoots Son

Father Shoots Son

ବିରୋଧୀ ଦଳକୁ ସମର୍ଥନ କରି ଘରେ ପତକା ଲଗାଇଲା ପୁଅ। ଏହା ଦେଖି ରାଗିଗଲେ ବାପା। ପୁଅକୁ ଗୁଳି କରି ହତ୍ୟା କଲେ। ଏଭଳି କିଛି ଘଟଣା ଘଟିଛି ପାକିସ୍ତାନରେ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଇମ୍ରାନ ଖାନ୍‌ଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହେରିକ୍-ଏ-ଇନସାଫର ପତାକା ଘରେ ଲଗାଇବାରୁ ଜଣେ ବ୍ୟକ୍ତି ନିଜ ପୁଅକୁ ହତ୍ୟା କରିଛି। 

Advertisment

ବାପ-ପୁଅ ଭିନ୍ନ ଭିନ୍ନ ଦଳକୁ ସମର୍ଥନ କରୁଥିବା ବେଳେ କେଉଁ ଦଳର ପତକା ଘର ଆଗରେ ଉଡ଼ିବ, ଏହାକୁ ନେଇ ଝଗଡ଼ା ହୋଇଥିଲେ। ଝଗଡ଼ା ବଢ଼ିବାରୁ ରାଗରେ ପୁଅକୁ ଘରେ ଥିବା ବନ୍ଧୁକରୁ ଗୁଳି କରି ହତ୍ୟା କରିଛି ବାପା। ଘଟଣା ପରେ ଅଭିଯୁକ୍ତ ବାପା ଫେରାର ଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତକୁ ଖୋଜାଖୋଜି କରୁଥିବା ଜଣାପଡିଛି।

ପୁଲିସ ସୂଚନା ମୁତାବକ, ପାକିସ୍ତାନର ଖୈବର ପଖତୁନଖ୍ୱାରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ବାପା ରାଷ୍ଟ୍ରବାଦୀ ଆଓ୍ୱାମ ନ୍ୟାସନାଲ ପାର୍ଟି ସହ ଜଡିତ ଥିଲା। ପୁଅ କତାରରେ କାମ କରୁଥିବା ବେଳେ ଛୁଟିରେ ଘରକୁ ଫେରିଥିଲା। ଘରକୁ ଫେରି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇର ପତକା ଘର ଆଗରେ ଉଡ଼ାଇଥିଲେ। ତେବେ ଏହି ପତକାକୁ ଉଡାଇବା ପାଇଁ ପୁଅକୁ ମନା କରିଥିଲା ବାପା। କିନ୍ତୁ ପୁଅ ସେହି ପତକାକୁ କାଢ଼ି ନଥିଲା। ଏହାକୁ ନେଇ ଝଗଡ଼ା ହେବାରୁ ଅଭିଯୁକ୍ତ ବାପା ନିଜ ୩୧ ବର୍ଷୀୟ ପୁଅକୁ ଗୁଳି କରି ଫେରାର ହୋଇଯାଇଛି। ପରିବାର ଲୋକ ପୀଡ଼ିତଙ୍କୁ ଡାକ୍ତରଖାନା ନେଇଥିଲେ ବି ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Advertisment

ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି। ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ଏଠାରେ ନିର୍ବାଚନ ହେବ। ଏଥିରେ ଅନେକ ରାଜନୈତିକ ଦଳ ବିପୁଳ ରୂପେ ଭାଗ ନେଇଛନ୍ତି। ତେଣୁ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆଫଗାନିସ୍ତାନ ସୀମାବର୍ତ୍ତୀ ଉତ୍ତର-ପଶ୍ଚିମ ଖୈବର ପଖତୁନଖ୍ୱା ପ୍ରଦେଶରେ ପ୍ରାୟ ୫୦୦୦ ସୈନ୍ୟ ମୁତୟନ ହେବେ ବୋଲି କମାଣ୍ଡର ମୋଅଜ୍ଜମ ଜାହ ଅନସାରୀ ସୂଚନା ଦେଇଛନ୍ତି।

Pakistan Imran Khan PTI Man Killed Son