News Room
କ୍ରିକେଟର କେଏଲ ରାହୁଲ ଓ ଆଥିୟା ଶେଟ୍ଟୀଙ୍କ ହାଇ ପ୍ରୋଫାଇଲ ବିବାହକୁ ନେଇ କେବଳ ଦେଶରେ ନୁହେଁ, ବିଦେଶରେ ବି ଚର୍ଚ୍ଚା ଜୋର ଧରିଛି। ବିବାହ ସମୟରେ ଏହି ନବ ଦମ୍ପତିଙ୍କୁ ବହୁ ଦାମୀ ଦାମୀ ଗିଫ୍ଟ ମିଳିଥିବା ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ପାକିସ୍ତାନର ୨ ନ୍ୟୁଜ ଆଙ୍କର ମୁହାଁମୁହିଁ ହୋଇଛନ୍ତି। ଏପରିକି କେଉଁ ଗିଫ୍ଟ କିଏ ଦେଇଛି ଓ ତା’ର ମୂଲ୍ୟ କେତେ ତାକୁ ନେଇ ଏହି ୨ ଆଙ୍କରଙ୍କ ମଧ୍ୟରେ ଅନ୍ସ୍କ୍ରିନ୍ ଗୋଡ଼ ଟଣାଟଣି ଚାଲିଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
କେଏଲ ରାହୁଲ ଓ ଆଥିୟା ଶେଟ୍ଟୀ ୩ ବର୍ଷ ଡେଟିଂ କରିବା ପରେ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲାସ୍ଥିତ ଫାର୍ମ ହାଉସରେ ଗତ ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଅବସରରେ ବଲିଉଡର ବହୁ ସେଲିବ୍ରିଟି ଯୋଗ ଦେଇଥିବା ବେଳେ ଏହି କପଲ୍ଙ୍କୁ ଦାମୀ ଦାମୀ ଗିଫ୍ଟ ଭେଟି ଦେଇଥିଲେ। ଏହାର ତାଲିକା ପାକିସ୍ତାନର ଏକ ନ୍ୟୁଜ ଶୋ’ରେ ଦେଖିବାକୁ ମିଳିଛି।
ଭିଡିଓରେ ଏକ ନ୍ୟୁଜ ରୁମ୍ରେ ଜଣେ ମହିଳା ଓ ଜଣେ ପୁରୁଷ ଆଙ୍କର ଥିବା ବେଳେ ସେମାନେ ଉଭୟ କେଏଲ ରାହୁଲ ଓ ଆଥିୟାଙ୍କୁ ବିବାହରେ ମିଳିଥିବା ଗିଫ୍ଟର ତାଲିକା ସମ୍ପର୍କରେ ନିଜ ଦର୍ଶକଙ୍କୁ ଅବଗତ କରିଛନ୍ତି।
ଆଥିୟା ଓ କେ ଏଲ ରାହୁଲଙ୍କ ବିବାହ ବେଳର ଫଟୋbମହିଳା ଆଙ୍କର ସୂଚନା ମୁତାବକ, ସୁନୀଲ ଶେଟ୍ଟୀଶେଟ୍ଟୀ ନିଜ ଝିଅକୁ ବିବାହ ସମୟରେ ୫ କୋଟିର ଏକ ଫ୍ଲାଟ୍ ଗିଫ୍ଟ ଆକାରରେ ଦେଇଛନ୍ତି। ହେଲେ ପୁରୁଷ ଆଙ୍କର ଜଣକ ତାହାର ଦାମ୍ ୫ କୋଟି ନୁହେଁ, ୫୦ କୋଟି ବୋଲି ସୂଚନା ଦେଇଛନ୍ତି। କାରଣ ୫ କୋଟିରେ ତ ପାକିସ୍ତାନରେ ବି ଫ୍ଲାଟ ମିଳିବନି ବୋଲି ସେ କହିଛନତି ।
ସେହିପରି ପୁରୁଷ ଆଙ୍କରଜଣକ କହିଛନ୍ତି, ସଲମାନ ଖାନ ନିଜେ ବିବାହ କରି ନ ଥିବା ନିଜ ପୁରୁଣା ବନ୍ଧୁ ସୁନୀଲ ଶେଟ୍ଟୀଙ୍କ ଝିଅଙ୍କୁ କିନ୍ତୁ ଏକ ଦାମୀ କାର୍ ଉପହାରରେ ଦେଇଛନ୍ତି। ଉକ୍ତ କାର୍ର ଦାମ୍ ୬୪ ଲକ୍ଷ ବୋଲି ମହିଳା ଆଙ୍କର କହୁଥିବା ବେଳେ ପୁରୁଷ ଆଙ୍କର କିନ୍ତୁ ତାହାର ଦାମ ୧ କୋଟି ୬୪ ଲକ୍ଷ ବୋଲି କହିଛନ୍ତି।
ଏଥିସହ କାହିଁକି ଗିଫ୍ଟର ଦାମ୍ କମ୍ କରୁଛ ବୋଲି ନିଜ ସହକର୍ମୀଙ୍କୁ କହୁଥିବା ବେଳେ ମୋ ମୁଣ୍ଡ ଏତେ ବାଟ ଯାଉ ନ ଥିବା ସେ କହିଥିଲେ।
ଏହାପରେ ଅନ୍ୟ ସେଲିବ୍ରିଟିଙ୍କ ଉପହାର ତାଲିକା ଦେବାକୁ ଯାଇ ଉଭୟ କହିଛନ୍ତି, ଜ୍ୟାକି ଶ୍ରଫ ଏହି କପଲଙ୍କୁ ଏକ ୩୦ ଲକ୍ଷର ଘଣ୍ଟା ଦେଇଥିବା ବେଳେ ଅର୍ଜୁନ କପୁର ଦେଢ କୋଟିର ବ୍ରେସଲେଟ, ବିରାଟ କୋହଲି ୨ କୋଟଇ ୧୭ ଲକ୍ଷର ବିଏମ୍ଡବ୍ଲୁ କାର୍ ଓ ଧୋନୀ ଏକ ସ୍ପୋର୍ଟ୍ସ ବାଇକ୍ ଦେଇଛନ୍ତି।
ଏହାପରେ ପୁରୁଷ ଆଙ୍କର କହିଛନ୍ତି, ଗିଫ୍ଟ ଦେଲେ ଭଲ ପାଇବା ବଢ଼ିଥାଏ। ହେଲେ ଏତେ ମୂଲ୍ୟର ଉପହାର କଥା ଶୁଣି ଆମ ମୁଣ୍ଡ କାମ କରୁନି। ଏହାକୁ ହଜମ କରିବାକୁ ଆମକୁ ସମୟ ଦରକାର।
ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ବେଳେ ଜଣେ ୟୁଜର କହିଛନ୍ତି, ମନର କଷ୍ଟ ସ୍ପଷ୍ଟ ଭାବେ ଦେଖାଯାଉଛି। ଆଉ ଜଣେ ଲେଖିଛନ୍ତି ଏହାଠୁ ଅଧିକ ମଜାଦାର ଡବଲ ଆଙ୍କର ବୁଲେଟିନ ଏପର୍ଯ୍ୟନ୍ତ କେବେ ଦେଖିନି। ଆଉ ଜଣେ ୟୁଜର ଲେଖିଛନ୍ତି, ଏମାନଙ୍କର ଲାଇଟ୍, ପାଣି ନ ଥିବା ବେଳେ କାହା ଉପରେ ନ୍ୟୁଜ କରୁଛନ୍ତି ଦେଖନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us