Advertisment

ବିମାନରୁ ଓହ୍ଲାଉ ଓହ୍ଲାଉ ପଡ଼ିଗଲେ ପାକିସ୍ତାନ ରାଷ୍ଟ୍ରପତି, ଭାଙ୍ଗିଗଲା ଗୋଡ଼

ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲି ଜର୍ଦ୍ଦାରୀଙ୍କ ସହ ଘଟିଛି ଅଘଟଣ। ବିମାନରୁ ଓହ୍ଲାଉଥିବା ବେଳେ ଅସାବଧାନତାବଶଃତ ଖସି ପଡ଼ିବାରୁ ଜର୍ଦ୍ଦାରୀଙ୍କ ଗୋଡ଼ ଭାଙ୍ଗି ଯାଇଛି।

ଅଦ୍ୟତନ ହୋଇଛି
Asif Ali Zardari

Asif Ali Zardari

Advertisment

ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲି ଜର୍ଦ୍ଦାରୀଙ୍କ ସହ ଘଟିଛି ଅଘଟଣ। ବିମାନରୁ ଓହ୍ଲାଉଥିବା ବେଳେ ଅସାବଧାନତାବଶଃତ ଖସି ପଡ଼ିବାରୁ ଜର୍ଦ୍ଦାରୀଙ୍କ ଗୋଡ଼ ଭାଙ୍ଗି ଯାଇଛି। ଏପରି ଅଘଟଣ ଦୁବାଇ ଏୟାରପୋର୍ଟରେ ଘଟିଛି।

Advertisment

ଇସଲାମବାଦରୁ ଦୁବାଇ ଗସ୍ତ କରି ଜର୍ଦ୍ଦାରୀ ଦୁବାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରୁ ବିମାନରୁ ଓହ୍ଲାଉଥିବା ବେଳେ ସେ ଏହି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ତୁରନ୍ତ ତାଙ୍କୁ ଦୁବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ଗୋଡ଼ରେ ପ୍ଲାଷ୍ଟର କରାଯାଇଛି। ଏଥିସହ ୪ ମାସ ବିଶ୍ରାମ ନେବା ନିମନ୍ତେ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି।

ଜର୍ଦ୍ଦାରୀ ଆସନ୍ତା ୪ରୁ ୯ ତାରିଖ ପର୍ଯ୍ୟନ୍ତ ଚୀନ୍‌ ଯାତ୍ରାରେ ଯିବା ନିମନ୍ତେ ସ୍ଥିର ହୋଇଥିଲା। ଏହା ମଧ୍ୟରେ ଆସନ୍ତା ୫ ତାରିଖରେ ସାଂଘାଇରେ ହେବାକୁ ଥିବା ବିଶ୍ୱସ୍ତରୀୟ ପ୍ରଦର୍ଶନୀରେ ସେ ଭାଗ ନେଇଥାନ୍ତେ। କିନ୍ତୁ ଏବେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟପନ୍ଥାରେ ପରିବର୍ତ୍ତନ କରାଯିବ ବୋଲି ଅନୁମାନ କରାଯାଉଛି।

Advertisment

୬୯ ବର୍ଷୀୟ ଜର୍ଦ୍ଦାରୀ ଲମ୍ବା ସମୟ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୨୦୨୨ ମସିହାରେ ଛାତିରେ ସଂକ୍ରମଣ ହେତୁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ୨୦୨୩ ମସିହାରେ ତାଙ୍କ ଆଖିର ଅପରେସନ ହୋଇଥିଲା।

Pakistan Dubai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe