Advertisment

Asim Munir: ଯଦି ତୁମେ ପୁରୁଷ, ତା’ହେଲେ ଆମକୁ ସାମ୍ନା କର: ମୁନିରଙ୍କୁ ପାକିସ୍ତାନ ତାଲିବାନର ଖୋଲା ଚ୍ୟାଲେଞ୍ଜ

ଟିଟିପି ପକ୍ଷରୁ ଖାୟବର ପାଖତୁନଖ୍ୱାର କୁରାମ ଠାରେ କରିଥିବା ଆମ୍ବୁସର ଦୃଶ୍ୟ ଭିଡିଓରେ ରହିଛି। ଟିଟିପିର ଏହି ଆମ୍ବୁସରେ ୨୨ ଜଣ ପାକିସ୍ତାନୀ ସୈନ ନିହତ ହୋଇଥିଲେ। ଏଥିସହ ପାକିସ୍ତାନ ସେନାର ଗୁଳିଗୋଳା ଓ ଗାଡ଼ିକୁ ଟିଟିପି ଦଖଲ କରି ନେଇଥିଲା।

Munir

ଅସିମ ମୁନିର

Advertisment

ପାକିସ୍ତାନ ଆର୍ମି ମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ ମୁନିଙ୍କୁ ଓପନ ଚ୍ୟାଲେଞ୍ଜ ଦେଇଛି ତେହରିକ-ଇ-ତାଲିବାନ ପାକିସ୍ତାନ ବା ଟିଟିପି। ଗୋଟିଏ ଭିଡିଓ ଜାରି କରି ଟିଟିପିର ଜଣେ କମାଣ୍ଡର ସିଧାସଳଖ ମୁନିର(Asim Munir)ଙ୍କୁ ଧମକାଇଛି। ପାକିସ୍ତାନ ଆର୍ମି ମରିବା ପାଇଁ ସୈନ୍ୟ ପଠାଇବା ବନ୍ଦ କରୁ। ସୈନ୍ୟଙ୍କ ବଦଳରେ ବରିଷ୍ଠ ଅଧିକାରୀମାନେ ନିଜେ ଯୁଦ୍ଧ କ୍ଷେତ୍ରକୁ ଆସନ୍ତୁ ବୋଲି ଟିଟିପି କହିଛି। 

Advertisment

ଅକ୍ଟୋବର ୮ରେ ଟିଟିପି ପକ୍ଷରୁ ଖାୟବର ପାଖତୁନଖ୍ୱାର କୁରାମ ଠାରେ କରିଥିବା ଆମ୍ବୁସର ଦୃଶ୍ୟ ଭିଡିଓରେ ରହିଛି। ଟିଟିପିର ଏହି ଆମ୍ବୁସରେ ୨୨ ଜଣ ପାକିସ୍ତାନୀ ସୈନ ନିହତ ହୋଇଥିଲେ। ଏଥିସହ ପାକିସ୍ତାନ ସେନାର ଗୁଳିଗୋଳା ଓ ଗାଡ଼ିକୁ ଟିଟିପି ଦଖଲ କରି ନେଇଥିଲା। ଏସବୁ ଦୃଶ୍ୟ ଭିଡିଓରେ ରହିଛି। କିନ୍ତୁ ପାକିସ୍ତାନ ସରକାର ଆମ୍ବୁସରେ ୧୧ ଜଣ ସୈନ୍ୟ ପ୍ରାଣ ହରାଥିବା କହିଛନ୍ତି। ଏବେ କିନ୍ତୁ ଟିଟିପି ଭିଡିଓ ଜାରି କରି ସବୁ ମିଛର ଗୁମର ଖୋଲି ଦେଇଛି। 

ଭିଡିଓରେ ଟିଟିପି କମାଣ୍ଡର କାଜିମ ସିଧାସଳଖ ମୁନିରଙ୍କ ଉଦ୍ଦେଶ୍ୟରେ କହୁଛି ଯେ “ଯଦି ତୁମେ ଜଣେ ପୁରୁଷ, ତା’ହେଲେ ଆମକୁ ସାମ୍ନା କର।” ସମାନ ଭିଡିଓରେ ସେ ଆହୁରି କହୁଛି ଯେ “ ଯଦି ତୁମେମାନେ ତୁମ ମା’ଙ୍କ କ୍ଷୀର ପିଇଛ, ତା’ହେଲେ ଆମ ସହିତ ଲଢ଼। ମରିବା ପାଇଁ ସୈନ୍ୟମାନଙ୍କୁ ପଠାଇବା ବଦଳରେ ତୁମେ ନିଜ ଆସ।”

Advertisment

ଅକ୍ଟୋବର ୨୧ରେ ପାକିସ୍ତାନ ପକ୍ଷରୁ କାଜିମ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ୧୦ କୋଟି ପାକିସ୍ତାନ ମୁଦ୍ରାର ପୁରସ୍କାର ଘୋଷଣା କରାଯାଇଥିଲା। ଏହାପରେ କାଜିମ ଭିଡିଓ ଜାରି କରି ମୁନିର ଓ ପାକିସ୍ତାନ ସେନାକୁ ଚ୍ୟାଲେଞ୍ଜ କରିଛି। 

ଟିଟିପି ଆଫଗାନିସ୍ତାନରେ ସକ୍ରିୟ ରହିଥିବାରୁ ପାକିସ୍ତାନ ନିକଟରେ ଏୟାର ଷ୍ଟ୍ରାଇକ କରିଥିଲା। ଏଥିଯୋଗୁ ଆଫଗାନର କ୍ଷମତାସୀନ ତାଲିବାନ ଓ ପାକିସ୍ତାନ ସେନା ମଧ୍କୟରୀ ଜୋରଦାର ଲଢ଼େଇ ହୋଇଥିଲା। ଦୀର୍ଘ ସମୟର ଲଢ଼େଇ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗୁ ହୋଇଛି। ତଥାପି ଟିଟିପି ପକ୍ଷରୁ ପାକିସ୍ତାନ ସେନାକୁ ଯୁଦ୍ଧ କ୍ଷେତ୍ରକୁ ଆସିବା ଆହ୍ୱାନ ଦିଆଯାଇଛି। 

Asim Munir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe