Advertisment

ପାକ୍‌ ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ସାନାଙ୍କୁ କିଏ ଓ କାହିଁକି ମାରିଲା?

ସାନା ୟୁସୁଫ ଜଣେ ଲୋକପ୍ରିୟ ଟିକଟକ କଣ୍ଟେଣ୍ଟ କ୍ରିଏଟର। ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ।

author-image
Hemant Lenka
sana

sana

ପାକିସ୍ତାନୀ ସୋଶାଲ ମିଡିଆର ଲୋକପ୍ରିୟ ଚେହେରା ଭାବେ ପରିଚିତ ୧୭ ବର୍ଷୀୟ ସାନା ୟୁସୁଫଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଇସଲାମାବାଦ ସ୍ଥିତ ଘର ଭିତରୁ ସାନାଙ୍କ ଗୁଳିବିଦ୍ଧ ମୃତଦେହ ଜବତ ହୋଇଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିଲେ ହେଁ ଏହା ଏକ ଅନର କିଲିଂ ମାମଲା ବୋଲି ପୁଲିସ୍‌ ସନ୍ଦେହ କରୁଛି।

Advertisment

ଅପର ଚିତ୍ରାଲର ସାନା ୟୁସୁଫ ଜଣେ ଲୋକପ୍ରିୟ ଟିକଟକ କଣ୍ଟେଣ୍ଟ କ୍ରିଏଟର। ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ। ସାନାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଅତି ନିକଟରୁ ଗୁଳି କରି ହତ୍ୟା କରିଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସାନାଙ୍କର ସେକ୍ଟର ଜି-୧୩ରେ ଘର ରହିଛି।

ସେଠାକୁ ପ୍ରଥମେ ଜଣେ ବ୍ୟକ୍ତି ଆସିଥିଲେ। ସେ ଘର ବାହାରେ କିଛି ସମୟ ସାନାଙ୍କ ସହ କଥା ହୋଇଥିଲେ। ଏହାପରେ ଘରେ ଭିତରେ ପଶି ସାନାଙ୍କ ଉପରକୁ ଗୁଳି ଚଳାଇଥିଲେ। ଅତି ନିକଟରୁ ୨ଟି ଗୁଳି ଚଳାଇବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ପଠାଇଛି। ଏଯାଏ ପୁଲିସ୍‌ କାହାକୁ ଗିରଫ କରି ନଥିବା ବେଳେ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରାଯାଉଛି।

Advertisment

କୁହାଯାଉଛି ଯେ ସାନା ବିଭିନ୍ନ ପ୍ରକାରର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରୁଥିବାରୁ ଏହାକୁ କେନ୍ଦ୍ର କରି ତାଙ୍କ ପରିବାର କିମ୍ବା କୌଣସି ସମ୍ପର୍କୀୟ ତାଙ୍କୁ ହତ୍ୟା କରିଛନ୍ତି। ପୁଲିସ ଅନର କିଲିଂ ଦିଗକୁ ଅଧିକ ଫୋକସ କରିଛି।

ସାମା ଟିଭିରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଆକ୍ରମଣକାରୀ ଜଣଙ୍କ ସାନାଙ୍କ ଘରକୁ ଅତିଥି ହୋଇ ଆସିଥିଲେ। ଏହାପରେ ସେ ସାନାଙ୍କୁ ଗୁଳି କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି। ପୁଲିସ୍‌ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ କରୁଛି।

ନିଜର ଟିକଟିକ ଭିଡିଓ ଦ୍ୱାରା ସାନା ବେଶ ଲୋକପ୍ରିୟ ହୋଇ ପାରିଥିଲେ। ସେ ଜଣେ ସାମାଜିକ କର୍ମୀଙ୍କ ଝିଅ। ସେ ଟିକଟକ ଇନଷ୍ଟାଗ୍ରାମ ଜରିଆରେ ସାଂସ୍କୃତି ବିଷୟବସ୍ତୁ ସହ ମହିଳା ଅଧିକାର ଓ ଶିକ୍ଷାଗତ ସଚେତନାର ବାର୍ତ୍ତା ଦେଉଥିଲେ। ଚିତ୍ରାଲି ପରମ୍ପରା ଉପରେ ମଧ୍ୟ ସେ ଫୋକସ କରି ଭିଡିଓ ତିଆରି କରୁଥିଲେ।

ଏହାପୂର୍ବରୁ କ୍ୱେଟ୍ଟାରେ ଜଣେ ୧୫ ବର୍ଷୀୟ ଝିଅ ହୀରାଙ୍କୁ ତାଙ୍କ ବାପା ଓ ମାମୁ ଗୁଳି କରି ହତ୍ୟା କରିଥିଲେ। ସେ ଟିକଟକରେ ଭିଡିଓ ପ୍ରସ୍ତୁତ କରୁଥିବାରୁ ଏହା ବିରୋଧ କରି ପରିବାର ଲୋକ ଏପରି ହତ୍ୟାକାଣ୍ଡ ଘଟାଇଥିଲେ। ଏହି ଘଟଣାରେ ପୁଲିସ୍‌ ହୀରା ଓ ତାଙ୍କ ଶାଳକଙ୍କୁ ଗିରଫ କରିଛି।

Pakistan Tik Tok