Advertisment

Pakistan: ଆଫଗାନ ଅଙ୍କ ଛିଡ଼ାଇବାରେ ପାକିସ୍ତାନ ଫେଲ: ଭାରତକୁ ଦେଲା ଦୋଷ, ମାରିଲା ପ୍ରତିଶୋଧର ବାହାସ୍ଫୋଟ

ଆଫଗାନିସ୍ତାନ କୁଆଡ଼େ ଦିଲ୍ଲୀ କଥାରେ ପରିଚାଳିତ ହେଉଥିବା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ଦାବି କରିଛନ୍ତି। ଏଥିସହ ଇସଲାମାବାଦ ଉପରେ ଯେକୌଣସି ଆକ୍ରମଣର ଜବାବ ପୂର୍ବାପେକ୍ଷା ୫୦ ଗୁଣା ଅଧିକ ରହିବ ବୋଲି ମଧ୍ୟ ସେ ବାହାସ୍ଫୋଟ ମାରିଛନ୍ତି।

author-image
Hemant Lenka
asif

ପାକ ପ୍ରତିରକ୍ଷା ମନ୍ତ୍ରୀ

ଆଫଗାନିସ୍ତାନର କ୍ଷମତାସୀନ ତାଲିବାନ ସରକାର ସହ ଯୁଦ୍ଧ ବିରତି ଆଲୋଚନାକୁ ସଫଳ କରିବାରେ ବିଫଳ ହୋଇଛି ପାକିସ୍ତାନ। ତୁର୍କୀ ଶାନ୍ତି ଆଲୋଚନା ଫେଲ ମାରିଥିବା ବେଳେ ଏବେ ଭାରତକୁ ଏଥିପାଇଁ ଦାୟୀ କରିଛି ପାକିସ୍ତାନ।

Advertisment

ଆଫଗାନିସ୍ତାନ କୁଆଡ଼େ ଦିଲ୍ଲୀ କଥାରେ ପରିଚାଳିତ ହେଉଥିବା ପାକିସ୍ତାନ(Pakistan)ର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ଦାବି କରିଛନ୍ତି। ଏଥିସହ ଇସଲାମାବାଦ ଉପରେ ଯେକୌଣସି ଆକ୍ରମଣର ଜବାବ ପୂର୍ବାପେକ୍ଷା ୫୦ ଗୁଣା ଅଧିକ ରହିବ ବୋଲି ମଧ୍ୟ ସେ ବାହାସ୍ଫୋଟ ମାରିଛନ୍ତି। 

ଜିଓ ନ୍ୟୁଜର ଗୋଟିଏ କାର୍ଯ୍ୟକ୍ରମରେ ଆସିଫ କହିଛନ୍ତି ଯେ କାବୁଲ ନେତୃବୃନ୍ଦ ଭାରତ ନିର୍ଦ୍ଦେଶରେ ଡ୍ୟାନ୍ସ କରୁଛନ୍ତି। ଦିଲ୍ଲୀ ଦ୍ୱାରା ସେମାନେ ପରିଚାଳି। ସେମାନେ ଦିଲ୍ଲୀର କାଠ କଣ୍ଢେଇ ବନିଛନ୍ତି। ସେମାନଙ୍କୁ ଦିଲ୍ଲୀ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରୁଛି। ଭାରତ ତଥକଥିତ ପରାଜୟକୁ ଭରଣା କରିବା ପାଇଁ ଏବେ ଆଫଗାନିସ୍ତାନକୁ ବ୍ୟବହାର କରୁଥିବା କଥା କହିଛନ୍ତି ଆସିଫ। 

Advertisment

ଆସିଫଙ୍କ କହିବା କଥା ଯେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତୁର୍କୀରେ ଚାଲିଥିବା ଆଲୋଚନା ଫେଲ ମାରିଛି। ଆଫଗାନିସ୍ତାନ ବାରମ୍ବାର ଏଥିରେ ପରିବର୍ତ୍ତନ କରୁଛି। ସେ କହିଛନ୍ତି, “ଆମେ ଯେତେବେଳେ ବୁଝାମଣାର ନିକଟରେ ପହଞ୍ଚୁଛୁ ସେତେବଳେ ମଧ୍ୟସ୍ଥିମାନେ କାବୁଲକୁ ଜଣାଉଛନ୍ତି। ହଠାତ୍‌ ବୁଝାମଣାରେ କେହି ହସ୍ତକ୍ଷେପ କରୁଛନ୍ତି। ବୁଝାମଣା ପ୍ରତ୍ୟାହାର ହୋଇଯାଉଛି।”

ସେ ଶାନ୍ତି ଆଲୋଚନା ପାଇଁ ତୁର୍କୀ ଯାଇଥିବା ଆଫଗାନ ପ୍ରତିନିଧି ମଣ୍ତଳୀର ପ୍ରଶଂସା କରିଛନ୍ତି। କିନ୍ତୁ କାବୁଲର କ୍ଷମତାସୀନ ଲୋକମାନେ ଭାରତର ପ୍ରଭାବରେ ପଛରୁ ଛୁରୀ ମାରୁଥିବା ସେ କହିଛନ୍ତି। ‌ଆସିଫ କହିଛନ୍ତି, “ଭାରତ ଛୋଟ ପ୍ରଭାବର ଯୁଦ୍ଧ ପାକିସ୍ତାନ ସହ କରିବାକୁ ଚାହୁଁଛି। ଏହାକୁ ହାସଲ କରିବା ପାଇଁ ସେମାନେ କାବୁଲର ବ୍ୟବହାର କରୁଛନ୍ତି।” 

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଆଲୋଚନା ସୋମବାର ଶେଷ ହୋଇଛି। କିନ୍ତୁ ଏହି ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଆଫଗାନ ମାଟିରୁ ବେଶ ମୁକ୍ତ ଭାବେ ତେହରୀକ ଇ ତାଲିବାନ ପାକିସ୍ତାନ(ଟିଟିପି) କାମ କରୁଥିବା ପାକିସ୍ତାନ ଦାବି କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛି। ହେଲେ ଆଫଗାନରେ ଟିଟିପି ସକ୍ରିୟ ନଥିବା ତାଲିବାନ କହିବାରୁ ଶାନ୍ତି ବୁଝାମଣା ହୋଇପାରିନାହିଁ। 

ପାକିସ୍ତାନକୁ ଜବାବ ଦେବାକୁ ଆଫଗାନ ପ୍ରସ୍ତୁତ ହେଉଥିବା ବେଳେ ଏହା ଉପରେ ମଧ୍ୟ ଆସିଫ ମତ ରଖିଛନ୍ତି। ସେ ଆଫଗାନିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ “ଯଦି ଇସଲାମାବାଦକୁ ଆଫଗାନିସ୍ତାନ ଆଖି ଉଠାଇ ଦେଖିବ, ତା’ହେଲେ ଆମେ ସେମାନଙ୍କ ଆଖି ତାଡ଼ି ଆଣିବୁ। ପାକିସ୍ତାନରେ ଆତଙ୍କବାଦ ପାଇଁ ଆଫଗାନିସ୍ତାନ ଦାୟୀ ବୋଲି କୌଣସି ସନ୍ଦେହ ନାହିଁ।”

ଏହା ପୂର୍ବରୁ ଆଲୋଚନା ବିଫଳ ହେଲେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ନିର୍ଣ୍ଣାୟକ ଯୁଦ୍ଧ ହେବ ବୋଲି ଆସିଫ ଧମକ ଦେଇଥିଲେ। 

Pakistan