Advertisment

ପହଲଗାମ ଆକ୍ରମଣକାରୀକୁ ଖୋଲାଖୋଲି ସମର୍ଥନ କଲା ପାକିସ୍ତାନ

ଅପରେସନ ସିନ୍ଦୂର ପରେ ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀଙ୍କ ସମର୍ଥନରେ ବାହାରି ପଡ଼ିଛି। ପ୍ରଥମେ ଆତଙ୍କବାଦୀଙ୍କ ପାଇଁ ଭାରତ ସହ ଲଢ଼େଇ କରିବାକୁ ଆସି ଧୂଳି ଚାଟିଥିବା ପାକିସ୍ତାନ ଏବେ ପହଲଗାମ ଆକ୍ରମଣକାରୀକୁ ସମର୍ଥନ କରିଛି।

Malik

Malik

Advertisment

ପାକିସ୍ତାନ ଓ ଆତଙ୍କବାଦୀ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ପାକିସ୍ତାନ କେବେ ହେଲେ ନିଜ ପ୍ରକୃତି ବଦଳାଇବ ନାହିଁ। ଆତଙ୍କବାଦୀଙ୍କୁ ପାକିସ୍ତାନର ପ୍ରେମ କେବେ ହେଲେ କମିବ ନାହିଁ। ପରଦା ପଛରେ ରହି ପୂର୍ବରୁ ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିଲା। କିନ୍ତୁ ଅପରେସନ ସିନ୍ଦୂର ପରେ ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀଙ୍କ ସମର୍ଥନରେ ବାହାରି ପଡ଼ିଛି। ପ୍ରଥମେ ଆତଙ୍କବାଦୀଙ୍କ ପାଇଁ ଭାରତ ସହ ଲଢ଼େଇ କରିବାକୁ ଆସି ଧୂଳି ଚାଟିଥିବା ପାକିସ୍ତାନ ଏବେ ପହଲଗାମ ଆକ୍ରମଣକାରୀକୁ ସମର୍ଥନ କରିଛି।

Advertisment

ପାକିସ୍ତାନ ପଞ୍ଜାବ ପ୍ରଦେଶର ବିଧାନସଭା ବାଚସ୍ପତି ମଲିକ ଅହମଦ ଖାନ ଲସ୍କର-ଇ-ତାଏବାର ଉପ ମୁଖ୍ୟ ତଥା ପହଲଗାମ ନରସଂହାରର ମାଷ୍ଟରମାଇଣ୍ତ ସୈଫୁଲ୍ଲା କସୁରିର ସମର୍ଥନରେ ବାହାରିଛନ୍ତି। ସେ ସୈଫୁଲ୍ଲା ସହ ମିଳିତ ଭାବେ ଗୋଟିଏ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ରାଲିରେ ଲସ୍କରର ପ୍ରତିଷ୍ଠାତା ହାଫିଜ ସୟିଦର ପୁଅ ତାଲହା ସୟିଦ ମଧ୍ୟ ଉପସ୍ଥିତ ଥିଲା।

ଦୁଇ କୁଖ୍ୟାତ ଆତଙ୍କବାଦୀଙ୍କ ସହ ଗୋଟିଏ ରାଜ୍ୟ ବିଧାନସଭାର ବାଚସ୍ପତି ଯୋଗ ଦେବା ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ଆତଙ୍କୀସ୍ତାନ ପାକିସ୍ତାନ ପାଇଁ ଏହା ନୂଆ ନୁହେଁ। ପାକିସ୍ତାନ ମତରେ ଏମାନେ ସବୁ ଆତଙ୍କବାଦୀ ନୁହନ୍ତି। ପାକିସ୍ତାନର ସବୁଠାରୁ ବଡ଼ ପ୍ରଦେଶ ହେଉଛି ପଞ୍ଜାବ। ଏହାର ବିଧାନସଭା ବାଚସ୍ପତି ଅହମଦ ଖାନଙ୍କୁ ରାଲି ସମୟରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ।

Advertisment

ଏହାର ଜବାବସରେ ସେ କସୁରିର ସମର୍ଥନ କରିଛନ୍ତି। ବିନା ତଦନ୍ତରେ ପହଲଗାମ ଆତଙ୍କବାଦୀ ହମଲା ପାଇଁ କସୁରିକୁ ଅଭିଯୁକ୍ତ ଦୃଷ୍ଟିରେ ଦେଖିବା ଠିକ ନୁହେଁ ବୋଲି ସେ କହିଛନ୍ତି। ଏଥିସହ କସୁରି ସହ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ଥିବାରୁ ସେ ମେ’ ୨୮ ରାଲିରେ ଯୋଗ ଦେଇଥିବା କହିଛନ୍ତି। ଅହହମଦ ଖାନ କହିଛନ୍ତି, “ ଭାରତ ବିନା କୌଣସି ତଦନ୍ତରେ ସୈଫୁଲ୍ଲା ପହଲଗାମ ଆତଙ୍କବାଦୀ ହମଲାରେ ସାମିଲ ଥିବା ଗୋଟିଏ ଧାରଣା ସୃଷ୍ଟି କରିଛି। ଭାରତୀୟ ଅଧିକାରୀମାନେ ପହଲଗାମ ହମଲାର କିଛି ଦିନ ମଧ୍ୟରେ ସୈଫୁଲ୍ଲାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ। ହେଲେ ସେମାନେ କରୁଥିବା ଅଭିଯୋଗ ସତ ବୋଲି ସାବ୍ୟସ୍ତ କରିବାକୁ କୌଣସି ପ୍ରାମାଣ ମିଳିନାହିଁ। ବିନା ପ୍ରମାଣରେ କାହା ବିରୋଧରେ ଅଭିଯୋଗ ଆଣିବା ଉଚିତ ନୁହେଁ।” 

ଏପ୍ରିଲ ୨୨ ପହଲଗାମ ନରସଂହାରର ମାଷ୍ଟର ମାଇଣ୍ଡ ତଥା ଲସ୍କର-ଇ-ତାଏବାର କମାଣ୍ଡର ସୈଫୁଲ୍ଲା କସୁରି ଜଣେ ଆତଙ୍କବାଦଦୀ। ତଥାପି ତାକୁ ପାକିସ୍ତାନରେ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ଏବେ ପାକିସ୍ତାନର ବଡ଼ବଡ଼ ତଥା ସାମ୍ବିଧାନିକ ପଦବୀରେ ଥିବା ରାଜନେତାମାନେ ମଧ୍ୟ କସୁରିକୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି। ମେ’ ୨୮ରେ ସୈଫୁଲ୍ଲା ଓ ଅହମଦନ ଖାନ ଯୋଗ ଦେଇଥିବା ଜନସଭାକୁ ମର୍କଜ ମୁସଲିମ ଲିଗ(ପିଏମଏମଏଲ) ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଜନସଭାରେ ଉତ୍ତେଜନା ସୃଷ୍ଟିକାରୀ ଓ ଭାରତ ବିରୋଧୀ ସ୍ଲୋଗାନ ଶୁଣିବାକୁ ମିଳିଥିଲା।

ପିଏମଏମଏଲ ସବୁବେଳେ ଭାରତ ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶିତ କରିଥାଏ। ନିକଟରେ ପାକିସ୍ତାନର ଲାହୋର, କରାଚି, ଇସଲାମାବାଦ, ଫୈସଲାବାଦ ଓ ଅନ୍ୟ ସହରଗୁଡ଼କରେ ପିଏମଏମଏଲ ପକ୍ଷରୁ ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପାକିସ୍ତାନ ସହ ତିକ୍ତତା ଯୋଗୁ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ଉପରେ ବ୍ୟାନ ଲଗାଇଛନ୍ତି। ଏହାକୁ ବିରୋଧ କରି ପିଏମଏମଏଲ ବିକ୍ଷୋଭ ପ୍ରଦର୍ଶନ କରି ଭାରତ ବିରୋଧରେ ନାରାବାଜୀ କରିଥିଲା।

ଲସ୍କରକୁ ଉଭୟ ଅନ୍ତର୍ଜାତୀୟ ସ୍ତରରେ ଓ ପାକିସ୍ତାନରେ ବ୍ୟାନ କରାଯାଇଛି। କିନ୍ତୁ ଲସ୍କର ପକ୍ଷରୁ ରାଜନୀତି ନାଁରେ ପିଏମଏମଏଲ ଗଠନ କରି ନିଜର ଏଜେଣ୍ଡାକୁ ପ୍ରଚାର ପ୍ରସାର କରାଯାଉଛି।

Pakistan Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe