Advertisment

Pakistan: ପାକିସ୍ତାନର ନୁର ଖାନ ଏୟାର ବେସ୍‌ ଉପରେ ତାଲିବାନର ଡ୍ରୋନ ଆଟାକ୍‌

ଭାରତ ମେ’ ମାସରେ କରିଥିବା ଅପରେସନ ସୁନ୍ଦୂର ବେଳେ ମଧ୍ୟ ପାକିସ୍ତାନର ନୁର ଖାନ ଏୟାର ବେସ୍‌ କ୍ଷତିଗ୍ରସ୍ତ ହୋଇଥିଲା। ପାକିସ୍ତାନ ପକ୍ଷା ଏହି ବେସ୍‌ର ମରାମତି ଚାଲିଥିବା ବେଳେ ତାଲିବାନ ଡ୍ରୋନ ଆକ୍ରମଣ କରିଛି। ଏଥିରେ ଏୟାର ବେସ୍‌ କ୍ଷତିଗ୍ରସ୍ତ ହୋଇଛି ଓ ମରାମତି କାମ ବନ୍ଦ ହୋଇ ଯାଇଛି।

author-image
Hemant Lenka
Taliban

ତାଲିବାନର ଆକ୍ରମଣ

ପାକିସ୍ତାନ(Pakistan) ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇଛି। ଆଫଗାନରେ ଶାସନ କରୁଥିବା ତାଲିବାନ ପକ୍ଷରୁ ରାୱଲପିଣ୍ଡିର ନୁର ଖାନ ଏୟାର ବେସ୍‌ରେ ଥିବା ପାକିସ୍ତାନର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ଉପରେ କରାଯାଇ ଡ୍ରୋନ ଆଟାକ। ଏଥିରେ ନୁର ଖାନ ଏୟାର ବେସ୍‌ ପୁଣି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

Advertisment

ଭାରତ ମେ’ ମାସରେ କରିଥିବା ଅପରେସନ ସୁନ୍ଦୂର ବେଳେ ମଧ୍ୟ ପାକିସ୍ତାନର ନୁର ଖାନ ଏୟାର ବେସ୍‌ କ୍ଷତିଗ୍ରସ୍ତ ହୋଇଥିଲା। ପାକିସ୍ତାନ ପକ୍ଷା ଏହି ବେସ୍‌ର ମରାମତି ଚାଲିଥିବା ବେଳେ ତାଲିବାନ ଡ୍ରୋନ ଆକ୍ରମଣ କରିଛି। ଏଥିରେ ଏୟାର ବେସ୍‌ କ୍ଷତିଗ୍ରସ୍ତ ହୋଇଛି ଓ ମରାମତି କାମ ବନ୍ଦ ହୋଇ ଯାଇଛି। 

ଆଫଗାନିସ୍ତାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ୍ସରେ କୁହାଯାଇଛି ଯେ ତାଲିବାନ ସୁରକ୍ଷାବଳ କ୍ୱେଟ୍ଟାରେ ଥିବା ୧୨ତମ ଡିଭିଜନ ମୁଖ୍ୟାଳୟ ଓ ଖାୟବର ପାଖତୁନଖ୍ୱାରେ ଥିବା ଅନ୍ୟ ପାକିସ୍ତାନୀ ସାମରିକ ଠିକଣାଗୁଡ଼ିକ ଉପରେ ଡ୍ରୋନ ଆଟା କରାଯାଇଛି।

Advertisment

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, “ଆଜି ରାଷ୍ଟ୍ରୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ବାୟୁସେନା ପକ୍ଷରୁ ପାକିସ୍ତାନର ପ୍ରମୁଖ ସୈନ୍ୟ ପ୍ରତିଷ୍ଠାନ ଉପରେ ସଠିକ ଓ ସମନ୍ୱିତ ଏୟାର ଷ୍ଟ୍ରାଇକ କରାଯାଇଛି। ରାୱଲପିଣ୍ଡିରେ ଥିବା ନୁର ଖାନ ଏୟାର ବେସ୍‌, କ୍ୱେଟ୍ଟା(ବଲୁଚିସ୍ତାନ)ର ୧୨ତମ ଡିଭିଜନର ମୁଖ୍ୟାଳୟ, ଖାୟବର ପାଖତୁନଖ୍ୱାର ମହମ୍ମଦ ଏଜେନ୍ସିରେ ଥିବା ଖୱାଜାଇ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପାକିସ୍ତାନୀ ସୈନ୍ୟ ଠିକଣା ଓ କମାଣ୍ଡ ସେଣ୍ଟରକୁ ନଷ୍ଟ କରାଯାଇଛି।” 

ଏହାପୂର୍ବରୁ ଜଲାଲାବାଦରେ ପାକିସ୍ତାନର ଗୋଟିଏ ଯୁଦ୍ଧ ବିମାନକୁ ତାଲିବାନ ଖସାଇବା ସହ ଏହା ମଧ୍ୟରେ ଥିବା ପାଇଲଟଙ୍କ ଜୀବନ୍ତ କାବୁ କରିଥିବା ଦାବି କରିଥିଲା। ସ୍ଥାନୀୟ ଲୋକମାନେ ପାକିସ୍ତାନୀ ପାଇଲଟଙ୍କୁ କାବୁ କରାଯାଇଥିବା ଖବରକୁ ନିଶ୍ଚିତ କରିଛନ୍ତି। 

ଶୁକ୍ରବାର ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ସମେତ କାନ୍ଦାହାର ଭଳି ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏଥିରେ ୧୩୩ ଜଣ ତାଲିବାନ ଯୋଦ୍ଧା ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିବା ପାକିସ୍ତାନ ସରକାର ଦାବି କରିଥିଲେ। ଘଟଣା ପରେ ତାଲିବାନ ମଧ୍ୟ ପାଲଟା ଆକ୍ରମଣ କରିଛି। 
ତାଲିବାନ ଶୁକ୍ରବାର ହମଲାର ବଦଲା ନେବାକୁ କରିଥିବା ଆକ୍ରମଣରେ ପାକିସ୍ତାନ ସେନାର ୫୫ ଜଣ ସଦସ୍ୟ ପ୍ରାଣ ହରାଇଥିବା ଆଫଗାନିସ୍ତାନ ସୂଚନା ଦେଇଛନ୍ତି। ତାଲିବାନର ଏହି ଆକ୍ରମଣ ପରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ବଡ଼ ଘୋଷଣା କରିଥିଲେ। ପାକିସ୍ତାନ ଏବେ ଆଫଗାନିସ୍ତାନ ସହ ମୁକ୍ତ ଯୁଦ୍ଧ ସ୍ଥିତିରେ ରହିଥିବା କହିବା ପରେ ଆକ୍ରମଣ ଓ ପ୍ରତି ଆକ୍ରମଣ ତୀବ୍ର ହୋଇଛି। 

Pakistan