Advertisment

ପନ୍ନୁ ହତ୍ୟା ମାମଲା: ଆମେରିକା କୋର୍ଟରେ ନିଜକୁ ନିର୍ଦ୍ଦୋଷ କହିଲା ଅଭିଯୁକ୍ତ ନିଖିଲ

ଆସନ୍ତା ଜୁନ୍‌ ୨୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେ ପର୍ଯ୍ୟନ୍ତ ନିଖିଲ ଗୁପ୍ତାଙ୍କୁ ଜେଲ୍‌ରେ ରଖିବାକୁ ନ୍ୟୁୟର୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Pannun plot

Pannun plot

Advertisment

ଖଲିସ୍ତାନୀ ସମର୍ଥକ ଗୁରପତବନ୍ତ ସିଂହ ପନ୍ନୁ ହତ୍ୟା ଷଡଯନ୍ତ୍ର ରଚିବା ଅଭିଯୋଗରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ସୋମବାର ଆମେରିକା ଅଣାଯାଇଥିଲା। ଏହାପରେ ତାଙ୍କୁ ଆମେରିକା କୋର୍ଟରେ ହାଜର କରାଯାଇଛି। ତେବେ ନିଖିଲ କୋର୍ଟରେ ହାଜର ହୋଇ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି।

Advertisment

ନିଖିଲ ଗୁପ୍ତାଙ୍କ ଓକିଲ ଜେଫ୍ରି ଚାବ୍ରୋବେଙ୍କ ଅନୁଯାୟୀ ତାଙ୍କ ମହକିଲଙ୍କୁ ସୋମବାର ନ୍ୟୁୟର୍କର ଫେଡେରାଲ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ସେ ନିଜକୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ। ତାଙ୍କୁ ବିରୋଧରେ ଭୁଲ ଢ଼ଙ୍ଗରେ ଦୋଷ ଲଦାଯାଇଛି ବୋଲି ନିଖିଲ କୋର୍ଟରେ କହିଥିଲେ।

ଆସନ୍ତା ଜୁନ୍‌ ୨୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେ ପର୍ଯ୍ୟନ୍ତ ନିଖିଲ ଗୁପ୍ତାଙ୍କୁ ଜେଲ୍‌ରେ ରଖିବାକୁ ନ୍ୟୁୟର୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ତାଙ୍କ ଓକିଲ ଜାମିନ ଆବେଦନ କରିନାହାଁନ୍ତି।

Advertisment

ଭାରତୀୟ ନାଗରିକ ନିଖିଲ (୫୨) କୁ ଶୁକ୍ରବାର ଦିନ ଚେକ ଗଣରାଜ୍ୟରୁ ଆମେରିକା ଅଣାଯାଇଥିଲା। ଏହାପୂର୍ବରୁ ଚେକ୍ ରିପବ୍ଲିକ୍‌ର କୋର୍ଟ ଆମେରିକାକୁ ପଠାଇବା ପାଇଁ ନିଖିଲ ଗୁପ୍ତା କରିଥିବା ଅନୁରୋଧକୁ ଆଗ୍ରାହ୍ୟ କରିଦେଇଥିଲେ।

ଗତ ବର୍ଷ ଆମେରିକା ସରକାରଙ୍କ ଅନୁରୋଧ କ୍ରମେ ତାଙ୍କୁ ଚେକ୍ ରିପବ୍ଲିକରେ ଗିରଫ କରାଯାଇଥିଲା। ଖଲିସ୍ତାନୀ ସମର୍ଥକ ପନ୍ନୁ ହତ୍ୟା ଷଡଯନ୍ତ୍ରରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ନାଁ ସାମ୍ନାକୁ ଆସିଥିଲା। ଆମେରିକାର ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ନିଖିଲ ଗୁପ୍ତା ଜଣେ ଅଜ୍ଞାତ ଭାରତୀୟ ସରକାରୀ କର୍ମଚାରୀଙ୍କ ନିର୍ଦ୍ଦେଶରେ ଆମେରିକାରେ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲେ। ଏହା ପରେ ଆମେରିକା ନିଖିଲ ଗୁପ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା 

Khalistani Terrorist Gurpatwant Singh Pannun Nikhil Gupta US Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe