Advertisment

ଶୁଆ ଯୋଗୁ ଭାଙ୍ଗିଲା ଡାକ୍ତରଙ୍କ ଗୋଡ଼, ମାଲିକ ଗଣିବେ ୭୪ ଲକ୍ଷ ଜରିମାନା

ଏହି ଶୁଆ ଯୋଗୁ ଜଣେ ଡାକ୍ତର ଆଘାତପ୍ରାପ୍ତ ହେବା ସହ ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ଫଳରେ ସେ ଆର୍ଥିକ କ୍ଷତି ସହିଥିବାରୁ ଏହାର ଭରଣା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Parrot

Parrot

Advertisment

ଏକ ପୋଷା ଶୁଆ ରଖିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡ଼ିଛି ୭୪ ଲକ୍ଷର ଜରିମାନା। ଏପରିକି ଏଥିସହ ୨ ମାସ ପାଇଁ ବି ଜେଲଦଣ୍ଡ ବି ହୋଇଛି। ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଶୁଆ ଯୋଗୁ ଜଣେ ଡାକ୍ତର ଆଘାତପ୍ରାପ୍ତ ହେବା ସହ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଫଳରେ ସେ ଚିକିତ୍ସିତ ହେବା ସହ ପ୍ରାୟ ୬ ମାସ ପର୍ଯ୍ୟନ୍ତ କାମ ନ କରି ପାରି ଆର୍ଥିକ କ୍ଷତି ସହିଥିବାରୁ ଏହାର ଭରଣା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ତାଇୱାନର ଏକ କୋର୍ଟ। ଏପରି ଘଟଣା ତାଇୱାନ ଇତିହାସରେ ବିରଳ ବୋଲି କୁହାଯାଉଛି।

Advertisment

ଡକ୍ଟର ଲିନ୍‌ କିଛି ମାସ ପୂର୍ବେ ସକାଳେ ନିଜ ଘର ପାଖରେ ମର୍ଣ୍ଣି ୱାକ୍‌ କରୁଥିଲେ। ଏହି ସମୟରେ ନିଜ ଶୁଆ ସହ ମାଲିକ ହୁଆଙ୍ଗ ବି ସେଠାରେ ଉପସ୍ଥିତ ଥିଲେ। ହଠାତ୍‌ ଶୁଆଟି ନିଜ ମାଲିକଙ୍କ ପାଖରୁ ଯାଇ ଡକ୍ଟର ଲିନ୍‌ଙ୍କ ଉପରେ ବସିବା ସହ ନିଜ ପର ତଥା ଥଣ୍ଟରେ ତାଙ୍କୁ ଆକ୍ରମଣ କରିଥିଲା। ହଠାତ୍‌ ଏପରି ଆକ୍ରମଣ ଯୋଗୁ ଭୟଭୀତ ହୋଇ ପଡ଼ିଥିବା ଡା. ଲିନ୍‌ ତଳେ ପଡ଼ି ଯାଇଥିଲା, ଏବଂ ତାଙ୍କର ଗୋଡ଼ ହାଡ ଭାଙ୍ଗି ଯାଇଥିଲା।

ଏଥିନିମନ୍ତେ ସେ ହସ୍ପିଟାଲରେ ଆଡମିଟ୍‌ ହେବା ସହ ତାଙ୍କର ଅପରେସନ ବି ହୋଇଥିଲା। ଏହାପରେ ଘରକୁ ଫେରିବା ପରେ ତାଙ୍କୁ ମାସାଧିକ କାଳ ବିଶ୍ରାମ ନେବାକୁ ପଡ଼ିଥିଲା।

Advertisment

ଡକ୍ଟର ଲିନ୍‌ ଜଣେ ପ୍ଲାଷ୍ଟିକ ସର୍ଜନ ହୋଇଥିବାରୁ ଅପରେସନ ନିମନ୍ତେ ତାଙ୍କୁ ଦୀର୍ଘ ସମୟ ଛିଡ଼ା ହେବାକୁ ପଡ଼ିଥାଏ। ମାତ୍ର ଗୋଡ଼ରେ ଆଘାତ ଯୋଗୁ ଛିଡ଼ା ହୋଇ ପାରୁ ନ ଥିବା ଡକ୍ଟର ଲିନ୍‌ ଅପରେସନ କରିବା ଦୂରର କଥା। ଏଥିଯୋଗୁ ତାଙ୍କୁ ବହୁ ଆର୍ଥିକ କ୍ଷତି ହେଉଥିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତାଇୱାନ୍‌ର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ଶୁଆର ମାଲିକଙ୍କ ଖାମଖିଆଲି ମନୋଭାବ ଯୋଗୁ ଏପରି ଘଟିଲା ବୋଲି କହିଛନ୍ତି। ଏପରିକି ସେ ନିଜ ଶୁଆଟିକୁ ସର୍ବସାଧାରଣ ସ୍ଥାନରେ ବୁଲାଉଥିବା ବେଳେ ସୁରକ୍ଷା ଉପାୟ ଅବଲମ୍ବନ କରି ନ ଥିବାରୁ ଏପରି ଘଟଣା ଘଟିଲା ବୋଲି କହିଛନ୍ତି। ହୁଆଙ୍ଗଙ୍କ ଶୁଆ ଯୋଗୁ ଡା. ଲିନ୍‌ଙ୍କୁ ବହୁ ଆର୍ଥିକ କ୍ଷତି ସହିବାକୁ ପଡ଼ୁଥିବାରୁ ତାଙ୍କ ଉପରେ ୭୪ ଲକ୍ଷର ଜରିମାନା ପକାଇବା ସହ ୨ ମାସର ଜେଲ୍‌ ଦଣ୍ଡାଦେଶ ଶୁଣାଣି କରିଛନ୍ତି କୋର୍ଟ।

ଏହି ଆର୍ଥିକ ଜରିମାନାର ପରିମାଣ ବହୁ ଅଧିକ ହୋଇ ଯାଉଥିବା ହୁଆଙ୍ଗ କହିବା ସହ ଏହା ବିରୋଧରେ ଉପର କୋର୍ଟରେ ଅପିଲ୍‌ କରିବେ ବୋଲି କହିଛନ୍ତି।

Parrot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe