Advertisment

ବିମାନରେ ଯାତ୍ରୀଙ୍କୁ ଦିଆଯାଉଛି କୁକୁର ଖାଦ୍ୟ!

ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ବିରୋଧରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ।

author-image
Madhupriya Mistry
Airlines offer imported dog food to customers

Airlines offer imported dog food to customers

ବିମାନରେ ପରଷା ଯାଉଛି କୁକୁର ଖାଦ୍ୟ। ବିଦେଶରୁ ଅଣାଯାଇଥିବା କୁକୁର ଖାଦ୍ୟ ଯାତ୍ରୀଙ୍କୁ ଦିଆଯାଉଛି। କେବଳ ସେତିକି ନୁହେଁ ଯାତ୍ରୀଙ୍କୁ ବିଫ୍‌ (ଗୋମାଂସ) ମଧ୍ୟ ଖାଇବାକୁ ଦିଆଯାଉଛି। ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ବିରୋଧରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ।

Advertisment

ସୋଶାଲ ମିଡିଆ ୟୁଜର୍ସ କାନାରାଡ ବୁ ନାମକ ଜଣେ ବ୍ୟକ୍ତି ଖାଦ୍ୟ ମେନ୍ୟୁର ଏକ ଫଟୋ ସେଆର୍‌ କରିଛନ୍ତି। ଯାହା ଏବେ ସମସ୍ତ ଦୃଷ୍ଟି ଆକର୍ଷଣ କରିଛି। ଏଥିରେ ଆପିଟାଇଜର୍‌, ସୁପ୍‌, ବ୍ରେଡ୍‌, ଭନିଲା ଝିଙ୍ଗା, ସ୍ମୋକ୍‌ ବିଫ୍‌ ଓ ମିଠା ସମେତ ଅନେକ ବ୍ୟଞ୍ଜନ ରହିଛି। ଏସବୁ ବ୍ୟଞ୍ଜନ ଭିତରେ କୁକୁର ଖାଦ୍ୟ ମଧ୍ୟ ସାମିଲ ଅଛି। କାନାରାଡ ବୁ ଫଟୋକୁ ସେଆର କରି ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ବିଜନେସ୍‌ କ୍ଲାସ ମେନ୍ୟୁରେ ଏସବୁ ଖାଦ୍ୟ ଉପଲବ୍ଧ ଥିବା ଦାବି କରିଛନ୍ତି। ପ୍ରକୃତରେ ଏହା କ'ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ସାମ୍ନାକୁ ଆସିଥିବା ମେନ୍ୟୁର ଫଟୋରେ ଭନିଲା ଝିଙ୍ଗା, ସ୍ମୋକ୍‌ ପେପର୍‌ ବିଫ୍‌ ଓ ଇମ୍ପୋଟେଡ୍‌ ଡଗ୍ ଫୁଡ୍‌କୁ ଆପିଟାଇଜର ଅପ୍‌ସନ୍‌ରେ ରଖାଯାଇଛି। ତେବେ ମେନ୍ୟୁରେ କୁକୁର ଖାଦ୍ୟର ବିକଳ୍ପକୁ ଦେଖି ଅନେକ ଚକିତ ହୋଇପଡିଛନ୍ତି। ନଭେମ୍ବର ୧୧ରେ ସେୟାର କରାଯାଇଥିବା ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଭିନ୍ନ ଭିନ୍ନ କମେଣ୍ଟ କରି ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସକୁ ନିନ୍ଦା କରିବା ସହ ତା'ଉପରେ ପ୍ରଶ୍ନ ଉଠାଇଛନ୍ତି।

Advertisment
Dog Food China Eastern Airlines