Advertisment

ଲ୍ୟାଣ୍ଡିଂ ପୂର୍ବରୁ ବିମାନର ଏମର୍ଜେନ୍ସି ଡୋର ଖୋଲିଦେଲେ ଯାତ୍ରୀ, ତା’ ପରେ...

ଏସିଆନା ଏୟାରଲାଇନସର ଏକ ବିମାନ ୧୯୪ ଯାତ୍ରୀଙ୍କୁ ଧରି ଦକ୍ଷିଣ କୋରିଆର ଡାଏଗୁ ଏୟାରପୋର୍ଟରେ ଅବତରଣ କରିବାକୁ ଯାଉଥିଲା। ବିମାନଟି ଭୂପୃଷ୍ଠରୁ ଆଉ ମାତ୍ର ୨୫୦ ମିଟର ଉଚ୍ଚରେ ଥିବାବେଳେ ଏମର୍ଜେନସି ଡୋରଟିକୁ ଖୋଲି ଦେଇଥିଲେ ପାଖରେ ବସିଥିବା ଜଣେ ଯାତ୍ରୀ ।

author-image
Niharika Rout
Flight

Flight

ଅବତରଣ ପୂର୍ବରୁ ବିମାନର ଏମର୍ଜେନ୍ସି ଡୋର ଖୋଲିଦେଲେ ଯାତ୍ରୀ। ଫଳରେ ବିମାନ ଭିତରେ ଥିବା ଯାତ୍ରୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ପୁଣି ଥରେ ଜୀବନ ଫେରି ପାଇବା ଆଶା ଛାଡ଼ି ଦେଇଥିଲେ। ଏପରି ସ୍ଥିତିରେ ପାଇଲଟ ଖୁବ୍‌ ସତର୍କତାର ସହ ବିମାନକୁ ଅବତରଣ କରିଥିବାବେଳେ ଏପରି କାଣ୍ଡ ଘଟାଇଥିବା ଯାତ୍ରୀଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଅସ୍ୱାଭାବିକ ଘଟଣା ଦକ୍ଷିଣ କୋରିଆରେ ଘଟିଛି।

Advertisment

ଏସିଆନା ଏୟାରଲାଇନସର ଏକ ବିମାନ ୧୯୪ ଯାତ୍ରୀଙ୍କୁ ଧରି ଦକ୍ଷିଣ କୋରିଆର ଡାଏଗୁ ଏୟାରପୋର୍ଟରେ ଅବତରଣ କରିବାକୁ ଯାଉଥିଲା। ବିମାନଟି ଭୂପୃଷ୍ଠରୁ ଆଉ ମାତ୍ର ୨୫୦ ମିଟର ଉଚ୍ଚରେ ଥିବାବେଳେ ଏମର୍ଜେନସି ଡୋରଟିକୁ ଖୋଲି ଦେଇଥିଲେ ପାଖରେ ବସିଥିବା ଜଣେ ଯାତ୍ରୀ । ବିମାନ ଅବତରଣ କରିବାକୁ ଥିବାରୁ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ଏମର୍ଜେନସି ଡୋରଟିକୁ ବନ୍ଦ କରିପାରିନଥିଲେ ।

ଏଥିଯୋଗୁ ବିମାନ ଭିତରେ ପ୍ରବଳ ବେଗରେ ପବନ ପିଟି ହୋଇଥିଲା। ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ରକ୍ଷା ପାଇଁ ଆତୁର ଚିତ୍କାର କରିଥିଲେ। ବିମାନରେ କିଛି ଯାତ୍ରୀଙ୍କ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖିବାକୁ ମିଳିଥିଲା । କିଛି ଯାତ୍ରି ବେହୋସ ହୋଇଯାଇଥିଲେ । ଗୁରୁତର ହୋଇ ପଡିଥିବା ଯାତ୍ରୀଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବିମାନରେ ବସିଥିବା ଅନ୍ୟ ଜଣେ ଯାତ୍ରୀ ଏହି ଭିଡିଓଟିକୁ ସୁଟ୍ କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେଉଛି ।

Advertisment

ଏପରି ସ୍ଥିତିରେ ପାଇଲଟଜଣକ ଖୁବ୍‌ ସତର୍କତାର ସହ ବିମାନଟିକୁ ଦକ୍ଷିଣ କୋରିଆର ଡାଏଗୁ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରାଇଥିଲେ । ଏହାପରେ ତୁରନ୍ତ ପୁଲିସ୍‌ ଏପରି ସାଂଘାତିକ କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି।

Accident