PM Modi
ଚାଇନାରେ ଚାଲିଥିବା ଏସ୍ସିଓ ସମ୍ମିଳନୀ ଅବସରରେ ଭାରତ ଓ ରୁଷ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଆମେରିକାର ଟାରିଫ ଝଡ଼ ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଦୁଇ ଦେଶ ମଧ୍ୟରେ ଥିବା ସୁସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।
ଦ୍ୱିପାକ୍ଷିକ ଆଲୋଚନର ବେଳେ ପ୍ରଧାନମନ୍ତ୍ରୀ ମୋଦି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭାରତକୁ ନିମନ୍ତ୍ରଣ କରିଛନ୍ତି। ସେହିପରି ସେ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧର ସ୍ଥାୟୀ ସମାଧାନ ପାଇଁ ମଧ୍ୟ ପୁଟିନଙ୍କୁ କହିଛନ୍ତି। ପୁଟିନ ମଧ୍ୟ ମୋଦିଙ୍କୁ ପ୍ରିୟର ବନ୍ଧୁ ବୋଲି ସମ୍ବୋଧନ କରି ଭାରତ ଓ ରୁଷ ସମ୍ପର୍କ ବେଶ ମଜୁବତ ବୋଲି ମତ ରଖିଛନ୍ତି।
ତିଆନଜିନରେ ଅନୁଷ୍ଠିତ ହୋଇଥିବା ଦ୍ୱିପାକ୍ଷିକ ବୈଠକ ସମୟରେ ମୋଦି କହିଛନ୍ତି, ୟୁକ୍ରେନରେ ସ୍ଥାୟୀ ସମାଧାନ ପୂରା ମାନବଜାତିର ଆହ୍ୱାନ। ସେ କହିଛନ୍ତି, “ଆମେ ନିୟମିତ ଭାବେ ୟୁକ୍ରେନ ଚାଲିଥିବା ବିବାଦ ସମ୍ପର୍କରେ ଆଲୋଚନା କରି ଆସିଛୁ। ଶାନ୍ତି ପାଇଁ ଏବେ ନିଆଯାଇଥିବା ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ। ଆମର ଆଶା ସବୁ ପକ୍ଷ ଗଠନମୂଳକ ଢଙ୍ଗରେ ଆଗକୁ ବଢ଼ିବେ। ଯଥା ସମ୍ଭବ ବିବାଦର ସମାଧାନ ପାଇଁ ରାସ୍ତା ବାହାରିବା ଦରକାର। ସ୍ଥାୟୀ ସମାଧାନ ଜରୁରୀ। ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ପୂରା ମାନବଜାତି ଚାହୁଁଛି। ଶାନ୍ତି ପ୍ରତିଷ୍ଠାର ଆହ୍ୱାନ ପୂରା ମାନବତା ଦେଉଛି।”
ଆହ୍ୱାନପୂର୍ଣ୍ଣ ସମୟରେ ଭାରତ-ରୁଷ ସମ୍ପର୍କ ମଜବୁତ ହୋଇ ରହିଥିବା କଥା ମଧ୍ୟ ମୋଦି ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଛନ୍ତି। ମୋଦି କହିଛନ୍ତି, “ସବୁଠାରୁ ଆହ୍ୱାନପୂର୍ଣ୍ଣ ସମୟରେ ଭାରତ ଓ ରୁଷ ସବୁବେଳେ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି। ଆମର ଘନିଷ୍ଠ ସହଭାଗିତା କେବଳ ଆମ ଦୁଇ ଦେଶର ଲୋକଙ୍କ ପାଇଁ ନୁହେଁ, ବରଂ ବିଶ୍ୱ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଦ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।” ପୁଟିନଙ୍କ ସହ ବୈଠକ ସବୁବେଳେ ସ୍ମରୀଣୟ ବୋଲି ମଧ୍ୟ ମୋଦି ମତ ରଖିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆପଣଙ୍କ ସହ ବୈଠକ ସବୁବେଳେ ସ୍ମରଣୀୟ ଅଭିଜ୍ଞାତା ଦେଉଥିବା ମୁଁ ଅନୁଭବ କରୁଛି। ଅନେକ ବିଷୟରେ ତଥ୍ୟ ଆଦାନ ପ୍ରଦାନ ପାଇଁ ଆମେ ସୁଯୋଗ ପାଇଛୁ। ଆମେ ନିୟମିତ ଯୋଗାଯୋଗରେ ରହିଛେ। ଆମ ଭିତରେ ଅନେକ ଉଚ୍ଚସ୍ତରୀୟ ବୈଠକ ନିୟମିତ ବ୍ୟବଧାନରେ ହୋଇଛି। ୧୪୦ କୋଟି ଭାରତୀୟ ବେଶ ଉତ୍ସୁକତାର ସହ ଚଳିତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀ ପାଇଁ ଆପଣଙ୍କୁ ଅପେକ୍ଷା କରିଛନ୍ତି। ଏହା ଆମ ଭିତରେ ଥିବା ନିବିଡ଼ ସମ୍ପର୍କ ଓ ସମ୍ମାନକୁ ଦର୍ଶାଉଛି।”
ରୁଷ ରାଷ୍ଟ୍ରପତି ପୁଟିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରି ସେ ବେଶ ଖୁସି ବୋଲି ଦ୍ୱିପାକ୍ଷିକ ଆଲୋଚନା ବେଳେ କହିଛନ୍ତି।
ପୁଟିନ କହିଛନ୍ତି, “ଆପଣଙ୍କ ସହ ଆଲୋଚନା କରି ବେଶ ଖୁସି। ଏସ୍ସିଓ ଗ୍ଲୋବାଲ ସାଉଥ ଓ ଇଷ୍ଟକୁ ଗୋଟିଏ ମଞ୍ଚରେ ଏକାଠି ହେବାକୁ ସୁଯୋଗ ଦେଇଛି। ୨୦୨୫ ମସିହା ୨୧ ଡିସେମ୍ବରରେ ଭାରତ-ରୁଷ ସମ୍ପର୍କର ‘ବିଶେଷ ଓ ବିଶେଷାଧିକାର ରଣନୀତିକ ଭାଗିଦାରୀ’କୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବାର ୧୫ତମ ବର୍ଷ ପୂର୍ତ୍ତି। ଆମ ଭିତରେ ବହୁସ୍ତରୀୟ ସମ୍ପର୍କ ରହିଛି। ଆଜିର ବୈଠକ ଭାରତ-ରୁଷ ସମ୍ପର୍କକୁ ଆହୁରି ମଜବୁତ କରିବ। ଭାରତ ଓ ରୁଷ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ପ୍ରିୟର ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦି ରୁଷ ଓ ଭାରତ ମଧ୍ୟରେ ସମ୍ପର୍କ ବେଶ ଗତିଶୀଳ ହେବାରେ ଲାଗିଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/PM_Modi_1756714538.jpg)