Advertisment

ପରାଜୟ ସ୍ୱୀକାର କଲେ କମଳା ହାରିସ୍‌, କହିଲେ ଏମିତି

କମଳା କହିଛନ୍ତି, ନିର୍ବାଚନ ପରାଜୟକୁ ସ୍ୱୀକାର କରୁଛି। କିନ୍ତୁ ସେସବୁ ସଂଘର୍ଷ ବିରୋଧରେ ହାର ମାନିନି, ଯାହା ଏହି ଅଭିଯାନରେ ଇନ୍ଧନ ଭଳି କାମ ଦେଇଥିଲା।

Kamala Harris

Kamala Harris

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ସ୍ୱୀକାର କଲେ କମଳା ହାରିସ୍। ହାୱାର୍ଡ ବିଶ୍ୱବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ମାନିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି।

Advertisment

କମଳା କହିଛନ୍ତି, ନିର୍ବାଚନ ପରାଜୟକୁ ସ୍ୱୀକାର କରୁଛି। କିନ୍ତୁ ସେସବୁ ସଂଘର୍ଷ ବିରୋଧରେ ହାର ମାନିନି, ଯାହା ଏହି ଅଭିଯାନରେ ଇନ୍ଧନ ଭଳି କାମ ଦେଇଥିଲା। ପ୍ରତିଶ୍ରୁତି ଦେଇଛନ୍ତି ଏମିତି ଭବିଷ୍ୟତ ପାଇଁ କାମ ଜାରି ରଖିବେ ଯାହା ଆମେରିକା ନିଜ ସ୍ୱପ୍ନ, ଆକାଂକ୍ଷାକୁ ପୂରା କରିପାରିବ। ମହିଳାଙ୍କ ଅଧିକାର ଓ ବନ୍ଧୁକ ହିଂସା ବିରୋଧରେ ଲଢ଼େଇ ଜାରି ରଖିବେ। ଦେଶବାସୀଙ୍କ ସମ୍ମାନ ପାଇଁ ଲଢ଼ିବାକୁ ସଂକଳ୍ପ ନେଇଛି।

ଏଥିସହ ସେ କହିଥିଲେ, ରାଷ୍ଟ୍ରପତି ନିର୍ବାଚିତ ଟ୍ରମ୍ପଙ୍କ ସହ କଥା ହୋଇ ବିଜୟ ପାଇଁ ଅଭିନନ୍ଦନ ଜଣାଇଛି। ସମ୍ବୋଧନ ଶେଷରେ ସମର୍ଥକଙ୍କୁ ନିରାଶ ନହେବାକୁ ପରାମର୍ଶ ଦେବା ସହ ବିଶ୍ୱାସ, ସତ୍ୟ ଓ ସେବା ମନୋଭାବ ରଖି ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଛନ୍ତି କମଳା ହାରିସ।

Advertisment

ଆମେରିକାରେ ଅବ୍ କି ବାର୍ ଟ୍ରମ୍ପ ସରକାର। ବିପୁଳ ବହୁମତ ସହ ଦ୍ୱିତୀୟ ଥର ଦେଶର ରାଷ୍ଟ୍ରପତି ହେବେ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଜାନୁଆରୀ ୨୦ରେ ଶପଥ ନେବେ ଟ୍ରମ୍ପ। ତାଙ୍କୁ ୨୯୫ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ତଥା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ମିଳିଛି ୨୨୬ ଇଲେକ୍ଟୋରାଲ୍ ଭୋଟ୍।

US Presidential Election 2024 Kamala Harris
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe