/odisha-reporter/media/media_files/2025/10/25/mushraf-2025-10-25-16-04-41.jpg)
ପରଭେଜ ମୁଶାରଫ
ଆମେରିକା(USA)ର ସିଆଇଏରେ ୧୫ ବର୍ଷ ଧରି କାମ କରିଥିବା ତଥା ପାକିସ୍ତାନରେ ଆତଙ୍କବାଦ ନିରୋଧ ଅପରେସନର ମୁଖିଆ ସାଜିଥିବା ଜନ କିରିଆକୋଉ ସାଂଘାତିକ ତଥ୍ୟ ଦେଇଛନ୍ତି। ଏକଦା ପାକିସ୍ତାନର ରାଷ୍ଟ୍ରପତି ଭାବେ କାମ କରୁଥିବା ପରଭେଜ ମୁଶାରଫ କେମିତି ଦେଶର ସମସ୍ତ ଆଣବିକ(Nuclear Weapon) ନିୟନ୍ତ୍ରଣ କ୍ଷମତା ଆମେରିକାକୁ ହସ୍ତାନ୍ତର କରି ଦେଇଥିଲେ, ତା’ର ଖୁଲାସା କରିଛନ୍ତି ଜନ୍।
ଏଏନ୍ଆଇକୁ ସାକ୍ଷାତକାର ଦେଇ କେମିତି ୱାଶିଂଟନ ପାକିସ୍ତାନ(Pakistan)ର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ କିଣି ନେଇଥିଲା, ତା’ର ଆଲୋଚନା କରିଛନ୍ତି। ସହାୟତା ବାବଦରେ ମିଲିୟନ ମିଲିୟନ ଡଲାର ଦେଇ ଏକଦା ପାକିସ୍ତାନର ଆଣବିକ ଅସ୍ତ୍ର ଭଣ୍ଡାରକୁ ଆମେରିକା ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରୁଥିବା ସେ କହିଛନ୍ତି।
ବିଦେଶ ନୀତିରେ ଆମେରିକାର ଚୟନାତ୍ମକ ନୈତିକତାକୁ ସେ ସମାଲୋଚନା କରିଛନ୍ତି। ଆମେରିକା ଏକଛତ୍ରବାଦ ଶାସନରେ ବେଶ ସହଜ ଅନୁଭବ କରୁଛି ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ମଧ୍ୟ ଜନ ଅଭିଯୋଗ କରିଛନ୍ତି।
ଆମେରିକାକୁ ପାକିସ୍ତାନର ଆଣବିକ ନିୟନ୍ତ୍ରଣ କ୍ଷମତା ବିକ୍ରି କରି ଦେଇଥିଲେ ମୁଶାରଫ
ଏଏନ୍ଆଇକୁ ଜନ କହିଛନ୍ତି ଯେ ପରଭେଜ ମୁଶାରଫ ପାକିସ୍ତାନର ଆଣବିକ ଅସ୍ତ୍ର ଭଣ୍ଡାର(Nuclear Arsenals)ର ନିୟନ୍ତ୍ରଣ କ୍ଷମତା ଆମେରିକାକୁ ହସ୍ତାନ୍ତର କରିଥିଲେ। ୱାଶିଂଟନ ଏହାକୁ ସହାୟତା ପ୍ୟାକେଜ ଆଳରେ କିଣି ନେଇଥିଲା। ଆମେରିକା ଏକଛତ୍ରବାଦୀଙ୍କ ସହ କାମ କରିବାକୁ ବେଶ ଭଲ ପାଉଛି। ଲୋକଙ୍କ ମତାମତ କିମ୍ବା ମିଡିଆ କ’ଣ କହୁଛି, ସେକଥାକୁ ଆଦୌ ଧ୍ୟାନ ଦିଆଯାଉ ନାହିଁ। ଆମେ କେବଳ ମୁଶାରଫକୁ କିଣି ନେଇଥିଲୁ।
ସେ ଖୁଲାସା କରିଛନ୍ତି ଯେ ମୁଶାରଫଙ୍କ ଶାସନ ସମୟରେ ୱାଶିଂଟନ ବିନା କୌଣସି କଟକଣାରେ ପାକିସ୍ତାନର ସୁରକ୍ଷା ଓ ସାମରିକ ଅପରେସନକୁ ଅତି ନିକଟରୁ ଦେଖିବାକୁ ସୁଯୋଗ ପାଉଥିଲା। ସାମରିକ ଓ ଅର୍ଥନୀତିକ ସହାୟତା ବାବଦରେ ଆମେରିକା ମିଲିୟନ ମିଲିୟନ ଡଲାର ଦେଉଥିଲା। ଏହା ବଦଳରେ ମୁଶାରଫ ଆମେରିକାକୁ ନିଜ ଇଚ୍ଛାରେ ସବୁ କିଛି କରିବାକୁ ଅନୁମତି ଦେଉଥିଲେ।
ପୂର୍ବତନ ସିଆଇଏ ଅଧିକାରୀ ଆହୁରି କହିଛନ୍ତି ଯେ ମୁଶାରଫ ଡବଲ ଗେମ ଖେଳୁଥିଲେ। ଖୋଲାଖୋଲି ଭାବେ ସେ ଆମେରିକା ସହ ରହିଥିବା ଦେଖାଇ ହେଉଥିଲେ। ଅର୍ଥାତ ଆମେରିକାର ଆତଙ୍କବାଦ ନିରୋଧ ଅପରେସନକୁ ସେ ସମର୍ଥନ କରୁଥିବା ଜଣାଇ ହେଉଥିଲେ। କିନ୍ତୁ ଅନ୍ୟପଟେ ସେ ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କ ଭାରତ ବିରୋଧରେ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିବାକୁ ଅନୁମତି ଦେଇଥିଲେ ବୋଲି ସେ କହିଛନ୍ତି।
ପାକିସ୍ତାନୀ ଆଣବିକ ବିଜ୍ଞାନୀ ଅବଦୁଲଙ୍କୁ ଛାଡ଼ି ଦେବାକୁ କହିଥିଲା ସାଉଦୀ
ଜନ ଆହୁରି ଖୁଲାସା କରିଛନ୍ତି ଯେ ପାକିସ୍ତାନୀ ଆଣବିକ ବୈଜ୍ଞାନିକ ଅବଦୁଲ କାଦିର ଖାନଙ୍କୁ ଖତମ କରିବାକୁ ଆମେରିକା ଚାହୁଁଥିଲା। କିନ୍ତୁ ସାଉଦି ଆରବର ସିଧାସଳଖ ହସ୍ତକ୍ଷେପ ଯୋଗୁ ଯୋଜନାକୁ ଆମେରିକା ବାତିଲ କରିଦେଇଥିଲା। ସାଉଦି ଆରବ ହିଁ ପାକିସ୍ତାନର ଆଣିବକ ବୋମା ପ୍ରତିଷ୍ଠାନକୁ ଆମେରିକା କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେଇଥିଲା।
ସେ କହିଛନ୍ତି, “ଯଦି ଆମେ ଇସ୍ରାଏଲ ଭଳି ଆଭିମୁଖ୍ୟ ଗ୍ରହଣ କରିଥାଆନ୍ତୁ, ତା’ହେଲେ ଆମେ ତାଙ୍କୁ ବେଶ ସହଜରରେ ମାରି ପାରିଥାଆନ୍ତୁ। କିନ୍ତୁ ସାଉଦି ଆମ ପାଖକୁ ଆସିଥିଲା ଓ ଦୟା କରି ତାଙ୍କୁ ଏକା ଛାଡ଼ି ଦେବାକୁ କହିଥିଲେ।
ସାଉଦି କହିଥିଲା ଯେ ସେମାନେ ଅବଦୁଲ କାଦିର ଖାନଙ୍କୁ ବେଶ ପସନ୍ଦ କରନ୍ତି। ସେମାନେ ତାଙ୍କ ସହ କାମ କରନ୍ତି। ସିଆଇଏ ଓ ଆଇଏଇଏକୁ ହ୍ୱାଇଟ ହାଉସ ପକ୍ଷରୁ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୁହାଯାଇଥିଲା। ଏହା ବହୁତ ବଡ଼ ଭୁଲ ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
