Advertisment

ମସଜିଦ୍‌ରେ ଆତ୍ମଘାତୀ ବିସ୍ପୋରଣ !  ୨୮ ମୃତ, ୧୫୦ ଆହତ

ଗତ ବର୍ଷ ପାକିସ୍ତାନର ସେଇ ପେଶାୱାରରେ ମସଜିଦ୍‌ରେ ଏକ ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା।

author-image
Tapas Behera
Peshawar blast

Peshawar blast

ସୋମବାର ପାକିସ୍ତାନର ପେଶାୱାରର ଏକ ମସଜିଦ୍‌ରେ ବଡ଼ଧରଣର ବିସ୍ପୋରଣ ହୋଇଛି। ପାକିସ୍ତାନର ପେଶାୱାରର ପୁଲିସ ଲାଇନ୍ସ ଅଂଚଳରେ ଥିବା ଏକ ମସଜିଦରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏଥିରେ ୨୮ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୧୫୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହା ହେଉଛି ଏକ ଆତ୍ମଘାତୀ ବିସ୍ଫୋରଣ । ପ୍ରାର୍ଥନା ଚାଲୁଥିବା ବେଳେ ଦିନ ଗୋଟାଏ ୪୦ ବେଳେ ପେଶାୱାର ପୁଲିସ ଲାଇନ୍‌ ଏରିଆରେ ଏହି ଘଟଣା ଘଟିଛି।  ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲେଡି ରେଡିଂ ହସପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ପାକିସ୍ତାନୀ ଖବରକାଗଜ ‘ଦି ଡନ’ର ରିପୋର୍ଟ ଅନୁସାରେ ବିସ୍ଫୋରଣଟି ସ୍ଥାନୀୟ ସମୟ ଅପରାହ୍ଣ ୧ ଟା ୪୦ ମିନିଟ ବା ଭାରତୀୟ ସମୟ ୨ଟା ୧୦ ମିନିଟ ସମୟରେ ହୋଇଛି । ଘଟଣା ସଂପର୍କରେ ଖବର ମିଳିବା ପରେ ସେଠାରେ ପୁଲିସ, ସେନା ଓ ଗୁଇନ୍ଦା ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଅଂଚଳକୁ ପୁଲିସ ପକ୍ଷରୁ ନିଜ ନିୟନ୍ତ୍ରଣକୁ ନିଆଯାଇଛି । ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ମସଜିଦ୍ର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ପଡ଼ି ଅନେକ ଏହ ଭିତରେ ଚାପି ହୋଇଥିବା ଆଶଙ୍କା କରାଯାଉଛି।

ଏହା ପଛରେ କାହାର ହାତ ଅଛି ବା କେଉଁ ଆତଙ୍କବାଦୀଙ୍କ ସମ୍ପୃକ୍ତ ଅଛି ସେମିତି କେହିକିଛି ଦାବି କରିନାହାନ୍ତି। ଅତୀତରେ ପାକିକସ୍ତନାରେ ଏମିତି ଅନେକ ସ୍କୁଲ ଏବଂ ମସଜିଦକୁ ଟାର୍ଗେଟ କରାଯାଇଛି। ଗତ ବର୍ଷ ପାକିସ୍ତାନର ସେଇ ପେଶାୱାରରେ ମସଜିଦ୍‌ରେ ଏକ ବିସ୍ଫୋରଣରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଲୋକମାନେ ବହୁ ସଂଖ୍ୟାରେ ନମାଜ ପଢୁଥୁବା ବେଳେ ପେଶାୱାରରେ ଏହି ବୋମା ବିସ୍ଫୋରଣ ହୋଇଥିଲା।

Advertisment
Pakistan