Advertisment

ମହଙ୍ଗା ମାଡ଼ରେ ପାକିସ୍ତାନ ବେହାଲ: ପେଟ୍ରୋଲ ଲିଟର ୨୭୨ ଟଙ୍କା

ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ

petrol

petrol

Advertisment

ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଜଟିଳ ପରିସ୍ଥିତିରୁ ମୁକୁଳିବା ପାଇଁ ବାଟ ଖୋଜୁଛି। ରାଜକୋଷ ବୃଦ୍ଧି ପାଇଁ ପାକିସ୍ତାନ ସରକାର ଜନତାଙ୍କ ପରେ ଆର୍ଥିକ ବୋଝ ଲଦିଛନ୍ତି । ଏହିପରିପ୍ରେକ୍ଷୀରେ ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି। ବୁଧବାର ମଧ୍ୟରାତ୍ରରୁ ପେଟ୍ରୋଲ୍‌ ଲିଟର୍‌ପିଛା ୨୭୨ ଟଙ୍କା ଓ ଡିଜେଲ୍‌ ଲିଟର୍‌ପିଛା ୨୮୦ ଟଙ୍କାରେ ବିକ୍ରୟ ହେଉଛି।

Advertisment

ପାକିସ୍ତାନ ନ୍ୟାସ୍‌ନାଲ୍‌ ଆସେମ୍ପ୍ଲିରେ ଶେହବାଜ୍‌ ସରିଫ୍‌ ସରକାର ସପ୍ଲିମେଣ୍ଟାରି ଆର୍ଥିକ ବିଲ୍‌ (ମିନି ବଜେଟ୍‌) ଉପସ୍ଥାପନ କରିବାର ଅଳ୍ପ ସମୟ ପରେ ଇନ୍ଧନ ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି। ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌କୁ ସନ୍ତୁଷ୍ଟ କରିବା ଲାଗି ପାକିସ୍ତାନ ସରକାର ଇନ୍ଧନ ଦର ବୃଦ୍ଧି କରିଥିବା କଥା ଜିଓ ନିଉଜ୍‌ ରିପୋର୍ଟ କରିଛି। ସେହିପରି ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ତେଣୁ ଖାଲି ହୋଇ ଯାଉଥିବା ରାଜକୋଷ ବୃଦ୍ଧି ପାଇଁ ପାକିସ୍ତାନ ତୈଳ ଦର ବୃଦ୍ଧି କରିଛି । ବିଗତ କିଛି ମାସ ହେଲାଣି ପାକିସ୍ତାନ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରୁଛି। ସେଠାରେ ଘନ ଘନ ବିଦ୍ୟୁତ କାଟ ହେଉଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଛି। ଖାଦ୍ୟ ସାମଗ୍ରୀ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁତ ବଢ଼ିଯାଇଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ସାମ୍ନା କରୁଛନ୍ତି।

ଇନ୍ଧନ ଦର ବୃଦ୍ଧି ସଂକ୍ରାନ୍ତରେ ଜାରି ଫାଇନାନ୍ସ୍‌ ଡିଭିଜନ୍‌ ଜାରି କରିଥିବା ପ୍ରେସ୍‌ ରିଲିଜ୍‌ରେ ଉଲ୍ଳେଖ ଅଛି ଯେ, ଡଲାର୍‌ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବାରୁ ଏଭଳି ଦର ବୃଦ୍ଧି ଘଟିଛି। ପେଟ୍ରୋଲ୍‌ ଓ ଡିଜେଲ୍‌ ପରି ଅନ୍ୟାନ୍ୟ ଇନ୍ଧନ ଦର ବି ବୃଦ୍ଧି ପାଇଛି। କିରାସିନି ଲିଟରପିଛା ୨୦୨.୭୩ ଟଙ୍କା ଏବଂ ଲାଇଟ୍‌ ଡିଜେଲ୍‌ ଅଏଲ୍‌ ଲିଟର୍‌ପିଛା ୧୯୬.୬୮ ଟଙ୍କାରେ ବିକ୍ରି ହେଉଛି।

Advertisment
Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe