Strome In Philippines
ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ ଟ୍ରାମି। ପ୍ରବଳ ବର୍ଷା ସହ ପବନ ହୋଇଛି। ଘୂର୍ଣ୍ଣିଝଡ଼ ପରେ ଏଠି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୧୩୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୪୦ ଜଣ ନିଖୋଜ ଅଛନ୍ତି। କେବଳ ସେତିକି ନୁହେଁ ଭୂସ୍ଖଳନ ମଧ୍ୟ ହୋଇଛି। ଏଥିଯୋଗୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।
ଫିଲିପାଇନ୍ସର ରାଷ୍ଟ୍ରପତି ଶନିବାର କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ହେତୁ ଅନେକ ଅଞ୍ଚଳ ପହଞ୍ଚିବା କଷ୍ଟକର ହୋଇପଡିଛି। ଯେଉଁଥିପାଇଁ ଲୋକମାନେ ସେଠାରେ ଅଟକି ରହିଛନ୍ତି। ଶୁକ୍ରବାର ଉତ୍ତର-ପଶ୍ଚିମ ଦିଗରୁ ଟାଇଫୁନ୍ 'ଟ୍ରାମି' ଫିଲିପାଇନ୍ସରେ ମାଡ଼ ହୋଇଥିଲା। ଫଳରେ ପୂରା ଅଞ୍ଚଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଘୂର୍ଣ୍ଣିଝଡ଼ ଯୋଗୁ ପ୍ରାୟ ୪୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
ସେହିପରି ଘୂର୍ଣ୍ଣିଝଡ଼ ଯୋଗୁ ୫ ଲକ୍ଷ ଲୋକ ସହର ଛାଡି ପଳାୟନ କରିଛନ୍ତି। ସେମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ଶରଣ ନେଇଛନ୍ତି। ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି। ପୁଲିସ, ଅଗ୍ନିଶମ ବାହିନୀ ଏବଂ ସେନା କର୍ମଚାରୀମାନେ ସନ୍ଧାନୀ କୁକୁରଙ୍କ ସାହାଯ୍ୟରେ ଭୂସ୍ଖଳନର ଆବର୍ଜନା ତଳେ ପୋତି ହୋଇଥିବା ଲୋକଙ୍କୁ ଖୋଜାଖୋଜି ଜାରି ରଖିଥିବା ଦେଶର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ କହିଛନ୍ତି।
Good afternoon everyone,
The Philippines is grappling with the aftermath of devastating floods and landslides triggered by Tropical Storm Trami. This natural disaster has sadly resulted in multiple fatalities, with over 50 individuals still unaccounted for. As the storm… pic.twitter.com/7SSgnLPjjm
— Kernow Weather Team (@KWTWeather) October 27, 2024
ଟାଇଫୁନ୍ ଟ୍ରାମି ଚଳିତ ବର୍ଷ ଦକ୍ଷିଣ ପୂର୍ବ ଏସୀୟ ଦ୍ୱୀପପୁଞ୍ଜରେ ମାଡ଼ ହୋଇଥିବା ସବୁଠାରୁ ଘାତକ ତଥା ବିନାଶକାରୀ ଝଡ଼ ମଧ୍ୟରୁ ଗୋଟିଏ। ଟ୍ରାମି ଯୋଗୁ ପ୍ରବଳ ସହ ପବନ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିସହ ତୁହାକୁ ତୁହା ବର୍ଷା ମାଡ଼ ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେବି ଅନେକ ଲୋକ ପାଣି ଘେରରେ ଅଛନ୍ତି। ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
