Advertisment

ମଝି ଆକାଶରେ ଶୋଇ ପଡିଲେ ପାଇଲଟ୍‌, ତା' ପରେ…

ବିମାନଟି ୩୬,୦୦୦ ଫୁଟ୍‌ ଉଚ୍ଚାରେ ପହଞ୍ଚିବା ପରେ କୋ-ପାଇଲଟ୍‌ଙ୍କୁ ଆରମ କରିବାକୁ କହି ନିଜେ ମଧ୍ୟ ଶୋଇ ପଡିଥିଲେ ପାଇଲଟ୍‌। ଉକ୍ତ ବିମାନରେ ୧୫୪ ଯାତ୍ରୀ ଥିଲେ।

Pilot Fall asleep

Pilot Fall asleep

Advertisment

ମଝି ଆକାଶରେ ପାଇଲଟ୍‌ଙ୍କ ଲାଗିଗଲା ଆଖି। ବିମାନରେ ଥିଲେ ୧୫୦ ଯାତ୍ରୀ। ବିମାନ ଚଳାଉଥିବା ବେଳେ ଶୋଇ ପଡିଲେ ଦୁଇ ପାଇଲଟ୍‌। ମିନେଟ୍‌ କି ଦୁଇ ମିନିଟ୍‌ ନୁହେଁ ପାଖାପାଖି ଅଧ ଘଣ୍ଟା କାଳ ନିଘୋଡ ନିଦରେ ଶୋଇଗଲେ। ଫଳରେ ଡି-ରୁଟ୍‌ ହେଲା ବିମାନା। ଭୁଲ୍‌ ବାଟରେ ପଳାଇଗଲା ବିମାନ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଇଣ୍ଡୋନେସିଆରୁ।

Advertisment

ଜାନୁଆରୀ ୨୫ ତାରିଖ ଦିନ କେଣ୍ଡେରୀରୁ ଇଣ୍ଡୋନେସିଆର ରାଜଧାନୀ ଜକର୍ତା ପାଇଁ ଉଡାଣ ଭିରଥିଲା ବାଟିକ୍‌ ଏୟାର BTK6723 ବିମାନ। ଏହି ବିମାନରେ ୧୫୪ ଜଣ ଯାତ୍ରଙ୍କ ସମେତ ଚାରି ଜଣ ବିମାନ କର୍ମଚାରୀ ମଧ୍ୟ ଥିଲେ। ତେବେ ବିମାନ ଉଡାଣ ଭରିବା ପୂର୍ବରୁ କୋ-ପାଇଲଟ୍‌ ନିଜ ପାଇଲଟ୍‌କୁ ପୂରାପୁରି ଆରମ କରିନଥିବା କଥା ଜଣାଇଥିଲେ।

ବିମାନଟି ୩୬,୦୦୦ ଫୁଟ୍‌ ଉଚ୍ଚାରେ ପହଞ୍ଚିବା ପରେ କୋ-ପାଇଲଟ୍‌ଙ୍କୁ ଆରମ କରିବା ପାଇଁ କହିଥିଲେ ପାଇଲଟ୍‌। ଏହାର କିଛି ସେକେଣ୍ଡ ପରେ କୋ-ପାଇଲଟ୍‌ଙ୍କୁ ଦେଖି ଦେଖି ପାଇଲଟ୍‌ ମଧ୍ୟ ଶୋଇପଡିଥିଲେ। ପ୍ରାୟ ୩୦ ମିନିଟ୍ ଯାଏଁ ଶୋଇବା ପରେ ଉଭୟଙ୍କ ନିଦ ଭାଙ୍ଗିଥିଲା।

Advertisment

ନିଦରୁ ଉଠିବା ପରେ ଉଭୟ ପାଇଲଟ୍‌ ବିମାନଟି ରାସ୍ତା ଭଟକି ଯାଇଥିବା କଥା ଜାଣିବାକୁ ପାଇଥିଲେ। ଏହାପରେ ସେ ଏସିସିକୁ ରେଡିଓ ସଞ୍ଚାର ମାଧ୍ୟରେ ସୂଚନା ଦେଇଥିଲେ, ପରେ ଏହି ସମସ୍ୟାକୁ ସମାଧାନ କରାଯାଇ ବିମାନକୁ ସୁରକ୍ଷିତ ଜକର୍ତା ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଯାଇଥିଲେ।

ରିପୋର୍ଟ ମୁତାବକ, ଏହି ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଉଭୟ ପାଇଲଟଙ୍କ ନାମ ପ୍ରକାଶ କରାଯାଇ ନାହିଁ, କିନ୍ତୁ ପାଇଲଟ ବୟସ ୩୨ ବର୍ଷ ଏବଂ କୋ-ପାଇଲଟଙ୍କ ବୟସ ୨୮ ବର୍ଷ ଥିବା ସୂଚନା ମିଳିଛି।

Indonesia Pilot Fall Asleep In Flight Flight Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe