Advertisment

ନିଜ ହାତରେ ନେଇଥିଲେ ପତ୍ନୀ ଓ ପିଲାଙ୍କ ଜୀବନ, ମିଳିଲା ୪୦ ବର୍ଷ ସଶ୍ରମ କାରାଦଣ୍ଡ

ପତ୍ନୀ ଓ ୨ ପିଲାଙ୍କୁ ହତ୍ୟା ମାମଲାରେ ଲଣ୍ଡନରେ ରହୁଥିବା ଜଣେ କେରଳ ବଂଶୋଦ୍ଭବଙ୍କୁ ମିଳିଛଇ ୪୦ ବର୍ଷର ସଶ୍ରମ କାରାଦଣ୍ଡ। ଅଭିଯୁକ୍ତ ଜଣକ ହେଉଛନ୍ତି ୫୨ ବର୍ଷୀୟ ସଜୁ ଚେଲାଭଲେଲ ।

author-image
Niharika Rout
Family Pic

Family Pic

ପତ୍ନୀ ଓ ୨ ପିଲାଙ୍କୁ ହତ୍ୟା ମାମଲାରେ ଲଣ୍ଡନରେ ରହୁଥିବା ଜଣେ କେରଳ ବଂଶୋଦ୍ଭବଙ୍କୁ ମିଳିଛଇ ୪୦ ବର୍ଷର ସଶ୍ରମ କାରାଦଣ୍ଡ। ଅଭିଯୁକ୍ତ ଜଣକ ହେଉଛନ୍ତି ୫୨ ବର୍ଷୀୟ ସଜୁ ଚେଲାଭଲେଲ ।

Advertisment

କନ୍ନୁ ନିବାସୀ ସଜୁ ଦୀର୍ଘ ବର୍ଷ ହେବ ଲଣ୍ଡନରେ ପତ୍ନୀ ଓ ୨ ପିଲାଙ୍କ ସହ ରହୁଥିଲେ। ତାଙ୍କ ପତ୍ନୀ ସ୍ଥାନୀୟ ଏକ ମେଡିକାଲରେ ନର୍ସ ଭାବେ କାମ କରୁଥିଲେ।

ଗତବର୍ଷ ଡିସେମ୍ବରରେ ଏକ ଘରୋଇ କଳହକୁ କେନ୍ଦ୍ର କରି ସଜୁ ପ୍ରଥମେ ନିଜ ପତ୍ନୀଙ୍କୁ ଏକ ରୁମ୍‌ରେ ବନ୍ଦ କରି ଦେଇଥିଲେ। ଏହାପରେ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ।

Advertisment

ଉକ୍ତ ସମୟରେ ରୁମ୍‌ ବାହାରେ ଥିବା ୬ ବର୍ଷୀୟ ପୁଅ ଓ ୪ ବର୍ଷୀୟା ଝିଅ ମା’କୁ ଛାଡ଼ିଦେବାକୁ ଆକୁଳ ଚିତ୍କାର କରୁଥିଲେ ବି ସଜୁଙ୍କ ହୃଦୟ ତରଳି ନ ଥିଲା। ପତ୍ନୀଙ୍କୁ ହତ୍ୟା କରିବା ପରେ ସେ ନିଜ ୨ ପିଲାଙ୍କୁ ମଧ୍ୟ ଆକ୍ରମଣ କରି ହତ୍ୟା କରିଥିଲେ।

ପତ୍ନୀ ଓ ୨ ପିଲାଙ୍କୁ ହତ୍ୟା ଅଭିଯୋଗରେ ଲଣ୍ଡନ ପୁଲିସ୍ ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଥିବା ସଜୁଙ୍କ ଉପରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ଲଣ୍ଡନର ଏକ କୋର୍ଟ ସଜୁଙ୍କୁ ୪୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Murder Judgement London