Advertisment

ଭାରତୀୟ ଯାତ୍ରୀ ବିମାନ ଫ୍ରାନ୍ସରେ ଅଟକ, ୨ ଜଣଙ୍କୁ ହେପାଜତକୁ ନେଲା ପୁଲିସ

ରୋମାନିଆରେ ପଞ୍ଜିକୃତ ଏକ ଚାଟାଡ ଫ୍ଲାଇଟରେ ୩୦୩ ଜଣ ଭାରତୀୟ ଯାତ୍ରା କରୁଥିଲେ। ସେମାନେ ଦୁବାଇରୁ ନିକରାଗୁଆ ଯାଉଥିଲେ।

Representative Image

Representative Image

Advertisment

୩୦୩ ଜଣ ଭାରତୀୟ ଯାତ୍ରା କରୁଥିବା ବିମାନକୁ ଅଟକ ରଖିଛି ଫ୍ରାନ୍ସ। ଗତକାଲିଠୁ ବିମାନକୁ ଅଟକ ରଖି ତଦନ୍ତ ଚଳାଇଥିବା ଫ୍ରାନ୍ସ ପୁଲିସ ଦୁଇ ଜଣଙ୍କୁ ହେପାଜତକୁ ନେଇଛି। ମାନବ ଚାଲାଣ ସନ୍ଦେହରେ ବିମାନକୁ ଅଟକ ରଖିଥିଲା ଫ୍ରାନ୍ସ ପୁଲିସ।

Advertisment

ସୂଚନା ମୁତାବକ, ରୋମାନିଆରେ ପଞ୍ଜିକୃତ ଏକ ଚାଟାଡ ଫ୍ଲାଇଟରେ ୩୦୩ ଜଣ ଭାରତୀୟ ଯାତ୍ରା କରୁଥିଲେ। ସେମାନେ ଦୁବାଇରୁ ନିକରାଗୁଆ ଯାଉଥିଲେ। ଏହି ସମୟରେ ଫ୍ରାନ୍ସର ଏକ ବିମାନ ବନ୍ଦର ଭ୍ୟାଟ୍ରିରେ ଅଟକି ଇନ୍ଧନ ଭର୍ତ୍ତି କରିଥିଲା।

କିନ୍ତୁ ଫ୍ରାନ୍ସର ସଂଗଠିତ ଅପରାଧ ନିରୋଧୀ ୟୁନିଟ୍ ଜୁନାଲକୋର ସନ୍ଦେହ ଘେରକୁ ଆସିଥିଲା। ଏଥିରେ ମାନବ ଚାଲାଣ କରାଯାଉଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା ଜୁନାଲକୋର। ସେମାନେ ଏଥିରେ ମାନବ ଚାଲାଣ ହେଉଥିବା ନେଇ ଗୁପ୍ତ ସୂତ୍ରରୁ ସୂଚନା ପାଇଥିବା କହିଛନ୍ତି। ତେଣୁ ପ୍ରକୃତରେ କାରଣ ଜାଣିବା ପାଇଁ ବିମାନକୁ ଅଟକ ରଖି ତଦନ୍ତ ଚଳାଇଥିଲେ।

Advertisment

ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଧ୍ୟ ବିମାନ ବନ୍ଦରରେ ୱେଟିଂ ହଲର ବନ୍ଦୋବସ୍ତ କରିଥିଲା। ପଚରା ଉଚରା ପରେ ଦୁଇ ଜଣଙ୍କୁ ଅଟକ ରଖିଛି ଫ୍ରାନ୍ସ ପୁଲିସ। ଅଧିକ ସୂଚନା ପାଇଁ ସେମାନଙ୍କୁ ହେପାଜତକୁ ନେଇ ତଦନ୍ତ କରୁଛି। 

France Indians In France Human Trafficking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe