Advertisment

ଲ୍ୟାଣ୍ଡିଂ ବେଳେ ବିମାନରେ ବିସ୍ଫୋରଣ, ଥିଲେ ୭୨ ଯାତ୍ରୀ

ବିମାନବନ୍ଦର ନିକଟରେ ଅବତରଣ କରିବା ସମୟରେ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Plane Crash

Plane Crash

Advertisment

ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ବିସ୍ଫୋରଣ ହୋଇଛି। କାଜାକିସ୍ତାନର ଅକତାଉରେ ବିମାନଟି ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ତେବେ ସଠିକ୍‌ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିନାହିଁ। କୁହାଯାଉଛି ଯେ ଏହି ବିମାନରେ ମୋଟ ୬୭ ଯାତ୍ରୀ ଏବଂ ୫ ଜଣ କ୍ରୁ ସଦସ୍ୟ ଥିଲେ।

Advertisment

ରୁଷର ନ୍ୟୁଜ୍ ଏଜେନ୍ସିମାନେ ଏହି ଦୁର୍ଘଟଣାର ଖୁଲାସା କରିଛନ୍ତି। ବର୍ତ୍ତମାନ ବିମାନ ଦୁର୍ଘଟଣାଗ୍ରସ୍ତ ସ୍ଥାଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ବିମାନ ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଅବତରଣ କରିବା ସମୟରେ ବିମାନଟି କିଭଳି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଦେଖିବାକୁ ମିଳିଛି। ଅବତରଣ ସମୟରେ ବିମାନରେ ଭୟଙ୍କର ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି।

ଏହି ବିମାନଟି ଆଜରବୈଜାନ ଏୟାରଲାଇନ୍ସର ବୋଲି କୁହାଯାଉଛି। କାଜାକିସ୍ତାନର ଜରୁରୀକାଳୀନ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଆଜରବୈଜାନ ବିମାନ ବାକୁରୁ ଗ୍ରୋଜନୀ ଆଡକୁ ବିମାନଟି ଯାଉଥିଲା। ଏଥିରେ ଅଧିକାଂଶ ଆଜରବୈଜାନ ଓ ରୁଷର ନାଗରିକ ଥିବା କୁହାଯାଉଛି।

Advertisment

ତେବେ କୁହୁଡ଼ି ହେତୁ ବିମାନଟି ଗ୍ରୋଜନି ଆଡକୁ ଯାଇପାରି ନଥିଲା। ଫେରି ଆସି କାଜାକିସ୍ତାନ ବିମାନ ବନ୍ଦରରେ ବିମାଟି ଜରୁରୀକାଳୀନ ଲ୍ୟାଣ୍ଡିଂ କରିବାକୁ ଅନୁମତି ମାଗିଥିଲା। ଏହର କିଛି ସମୟ ପରେ ବିମାଟି ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ଏହି ଦୁର୍ଘଟଣା ପଛର କାରଣ ବର୍ତ୍ତମାନ ଅନୁସନ୍ଧାନ କରାଯାଉଛି।

Plane Crash Kazakhstan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe