Advertisment

ଉଡ଼ାଣ ବେଳେ ବିମାନରୁ ଖସି ପଡ଼ିଲା ଚକା, ତା’ ପରେ..

ଉଡ଼ାଣ ଭରିବା କ୍ଷଣି ଆମେରିକାରୁ ଜାପାନ ଯାଉଥିବା ବୋଇଂ ୭୭୭ ବିମାନର ଗୋଟିଏ ଚକା ଖସି ଯାଇଛି।

plane

plane

Advertisment

ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ। ଉଡ଼ାଣ ଭରିବା କ୍ଷଣି ଆମେରିକାରୁ ଜାପାନ ଯାଉଥିବା ବୋଇଂ ୭୭୭ ବିମାନର ଗୋଟିଏ ଚକା ଖସି ଯାଇଛି। ବିମାନରୁ ଚକା ଖସିବା ପରେ ଏହା ଏୟାରପୋର୍ଟରର ପାର୍କିଂ ଅଞ୍ଚଳରେ ପଡ଼ିଥିଲା।

Advertisment

ଏଥିଯୋଗୁ ଏକାଧିକ କାର କ୍ଷତିଗ୍ରସ୍ତ ହୋଇଛି। ଏହାର ଭିଡିଓ ବି ସାମ୍ନାକୁ ଆସିଛି। ଘଟଣା ଜଣାପଡ଼ିବା ପରେ ଉଡ଼ାଣ ଭରିବାର କିଛି ମିନିଟ ମଧ୍ୟରେ ବିମାନଟି ବାଧ୍ୟ ହୋଇ ଜରୁରିକାଳୀନ ଅବତରଣ କରିଛି।

ଆଜି ୟୁନାଇଟେଡ ଏୟାରଲାଇନ୍ସର ବିମାନ ସାନ ଫ୍ରାନ୍ସିସକୋ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଏହା ଜାପାନ ଯିବାର ଥିଲା। କିନ୍ତୁ ରନୱେରୁ ଏହା ଉପରକୁ ଉଠିବା କ୍ଷଣି ଏହାର ଗୋଟିଏ ଚକା ଖସି ପଡ଼ିଥିଲା। ଏହି ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ବିମାନରୁ ଖସି ଥିବା ଚକାଟି ସିଧା ପାର୍କିଂରେ ଥିବା ଗୋଟିଏ କାର୍‌ ଉପରେ ବାଉନ୍ସ ହୋଇଥିଲା। ଏହାପରେ ଏକାଧିକ କାରକୁ ମଧ୍ୟ କ୍ଷତି ପହଞ୍ଚାଥିଲା। ଚକା ଖସି ପଡ଼ିବା ଯୋଗୁ ଏକାଧିକ କାର କ୍ଷତିଗ୍ରସ୍ତ ହୋଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। 

Advertisment

ବିମାନରେ ମୋଟ ୨୪୯ ଜଣ ଲୋକ ଥିଲେ। ଏମାନେ ସମସ୍ତେ ଓସାକା ଯାଉଥିଲେ। ବିମାନରୁ ଚକା ଖସିଥିବା ଜଣାପଡ଼ିବା ପରେ ଏହାକୁ ଲସ ଆଞ୍ଜେଲ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା।

ଗୋଟିଏ ଚକା ନଥିଲେ ମଧ୍ୟ ବିମାନଟି ସେଠାରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି। ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାର କରାଯିବା ପରେ ଏହାର ମରାମତି କରାଯାଇଛି। ସେହିପରି କିଛି ସମୟ ପରେ ଆଉ ଏକ ବିମାନରେ ସମସ୍ତେ ଜାପାନର ଓସାକା ଅଭିମୁଖେ ଯାତ୍ରା କରିଛନ୍ତି।

Plane Japan USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe