Advertisment

କୁଏତରେ ‘ହାଲା ମୋଦି’: ପିଏମ୍ କହିଲେ ‘ମିନି ହିନ୍ଦୁସ୍ତାନ’ ଭଳି ଲାଗୁଛି

୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରିଛନ୍ତି। କୋଭିଡ ମହାମାରୀ ସମୟରେ କୁଏତ ଯୋଗାଇଥିବା ଅକ୍ସିଜେନ ପାଇଁ ଦେଲେ ଧନ୍ୟବାଦ।

ଅଦ୍ୟତନ ହୋଇଛି
PM Modi in Kuwait

PM Modi in Kuwait

Advertisment

କୁଏତରେ ‘ହାଲା ମୋଦି’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁଏତରେ ‘ହାଲା’ ଅର୍ଥ ହେଉଛି ସ୍ୱାଗତ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶେଖ୍ ସାଦ୍ ଅଲ୍ ଅବଦୁଲ୍ଲା ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକତ୍ରିତ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆପଣମାନେ ଭାରତର ବିଭିନ୍ନ ରାଜ୍ୟରୁ ଆସିଛନ୍ତି। ହେଲେ ଏଠାରେ ଆପଣମାନଙ୍କୁ ଏକାଠି ଦେଖି ଏକ ‘ମିନି ହିନ୍ଦୁସ୍ତାନ’ ମୋ ଆଗରେ ଥିଲାଭଳି ମୋତେ ଅନୁଭବ ହେଉଛି।

Advertisment

ଏହି କାର୍ଯ୍ୟକ୍ରମରେ ଭାରତ ଓ କୁଏତ ମଧ୍ୟରେ ଥିବା ଗଭୀର ସମ୍ପର୍କର ଇତିହାସକୁ ବର୍ଣ୍ଣନା କରି ମୋଦି କହିଛନ୍ତି ଯେ ଊନବିଂଶ ଶତାବ୍ଦୀରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ରହିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, "ଗୁଜରାଟରେ ଆମର ବୟସ୍କ ବ୍ୟକ୍ତିମାନେ ଏବେ ବି କୁହନ୍ତି, କିପରି କୁଏତ ଲୋକମାନେ ଗୁଜରାଟୀ ଭାଷା ଶିଖୁଥିଲେ, ଏଥିରେ ବହି ଲେଖୁଥିଲେ ଏବଂ ସେମାନଙ୍କର ବିଶ୍ୱ ପ୍ରସିଦ୍ଧ ମୁକ୍ତା ଆମ ବଜାରରେ ବିକ୍ରି କରୁଥିଲେ। ଆମେ ସେମାନଙ୍କଠାରୁ ଆମଦାନୀ କରି ଘୋଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ନେଇଛୁ।" ଭାରତ ଓ କୁଏତ ମଧ୍ୟରେ ସମ୍ପର୍କ ବହୁ ପୁରାତନ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରିଛନ୍ତି। ଏହାକୁ ମଧ୍ୟ ନିଜ ବକ୍ତବ୍ୟରେ କହିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ ଯେ ମୋ ପାଇଁ ଆଜିର ଦିନ ବହୁତ ସ୍ୱତନ୍ତ୍ର। କାରଣ ଦୀର୍ଘ ୪୩ ବର୍ଷ ପରେ ଜଣେ ଭାରତର ପ୍ରଧାନମନ୍ତ୍ରୀ କୁଏତ ଆସିଛନ୍ତି। ଆପଣ ସମସ୍ତଙ୍କ ପାଇଁ ଭାରତ ଯିବାକୁ ୪ ଘଣ୍ଟା ସମୟ ଲାଗିଥାଏ, ହେଲେ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଆସିବାକୁ ୪ ଦଶନ୍ଧୀରୁ ଅଧିକ ସମୟ ଲାଗିଗଲା। ସେ ଆହୁରି କହିଛନ୍ତି ଯେ ବ୍ୟବସାୟ ଓ ଉଦ୍ଭାବନ ଦ୍ୱାରା କୁଏତ ସମଗ୍ର ବିଶ୍ୱରେ ଏକ ଗତିଶୀଳ ଅର୍ଥନୀତି ହେବାକୁ ଚାହୁଁଛି। ଭାରତ ମଧ୍ୟ ଉଦ୍ଭାବନକୁ ଗୁରୁତ୍ୱ ଦେଇ ଏହାର ଅର୍ଥନୀତିକୁ ଶକ୍ତିଶାଳୀ କରୁଛି। ତେବେ 'ନୂଆ କୁଏତ' ଆବଶ୍ୟକ କରୁଥିବା ଦକ୍ଷତା, ଟେକ୍ନୋଲୋଜି, ଉଦ୍ଭାବନ ଏବଂ ମାନବ ସମ୍ବଳ ଭାରତ ପାଖରେ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏଠାରେ କୋଭିଡ-୧୯ ସମୟରେ ଭାରତକୁ କୁଏତ ସରକାର ଦେଇଥିବା ସମର୍ଥନକୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, କୋଭିଡ ମହାମାରୀ ସମୟରେ କୁଏତ ଆମକୁ ଲିକ୍ୱିଡ ଅକ୍ସିଜେନ ଯୋଗାଇ ଦେଇଥିଲା। ଏଥିପାଇଁ ଆମେ କୃତଜ୍ଞ।

Advertisment

ତେବେ ଏହି ୨ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି କୁଏତ କ୍ରାଉନ୍ ପ୍ରିନ୍ସ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶକୁ ଏକ ସୁଯୋଗ ପ୍ରଦାନ କରିବ।

Narendra Modi PM Modi PM Modi Kuwait Visit Hala Modi Program In Kuwait
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe