Advertisment

ଶେଖ ହସିନାଙ୍କ ଐତିହାସିକ ବିଜୟ ପରେ ଫୋନ କଲେ ମୋଦି

ହସନା କ୍ରମାଗତ ୪ର୍ଥ ଥର ପାଇଁ ବିଜୟ ହେବା ସହ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ମୋଟ ଉପରେ ସେ ୫ମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।

author-image
Hemant Lenka
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ ହସନାଙ୍କୁ ଫୋନ କରିଛନ୍ତି। ବାଂଲାଦେଶ ସାଧାରଣ ନିର୍ବାଚନରେ ହସନା ଓ ତାଙ୍କ ଦଳର ଐତିହାସିକ ବିଜୟ ପାଇଁ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ହସନା କ୍ରମାଗତ ୪ର୍ଥ ଥର ପାଇଁ ବିଜୟ ହେବା ସହ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ମୋଟ ଉପରେ ସେ ୫ମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।

ଏକ୍ସରେ ଫୋନ ବାର୍ତ୍ତାଆଳାପ ସମ୍ପର୍କରେ ସୂଚନା ଦେଇ ମୋଦି କହିଛନ୍ତି, “ପ୍ରଧାନମନ୍ତ୍ରୀ ଶେଖ ହସନାଙ୍କ ସହ କଥା ହେଲି ଓ ଐତିହାସିକ ୪ର୍ଥ ସଂସଦୀୟ ନିର୍ବାଚନ ଜିତିବା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଲି।” ଦେଶରେ ସଫଳତାର ସହ ନିର୍ବାଚନ ଶେଷ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶବାସୀଙ୍କୁ ମଧ୍ୟ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ବାଂଲାଦେଶ ସହ ଜନତା କେନ୍ଦ୍ରିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ଭାରତ ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ମଧ୍ୟ ମୋଦି କହିଛନ୍ତି।

Advertisment

ବାଂଲାଦେଶର ଦ୍ୱାଦଶ ତମ ସାଧାରଣ ନିର୍ବାଚନରେ ଶେଖ ହସନାଙ୍କ ଆୱାମୀ ଲିଗ ଐତିହାସିକ ବିଜୟ ହାସଲ କରିଛି। ଦେଶର ପ୍ରମୁଖ ବିରୋଧୀ ଦଳ ଓ ଏହାର ସହଯୋଗୀମାନେ ସାଧାରଣ ନିର୍ବାଚନକୁ ବୟକଟ କରିଥିଲେ। ତେଣୁ ହସନାଙ୍କ ଦଳ ବେଶ ସହଜରେ ଓ ବିପୁଳ ସଂଖ୍ୟାରେ ବିଜୟୀ ହୋଇ ପୁଣି କ୍ଷମତା ଦଖଲ କରିଛି। ତାଙ୍କ ଦଳ ସାଧାରଣ ନିର୍ବାଚନରେ ମୋଟ ୩୦୦ ଆସନରୁ ୨୩୩ଟିରେ ଜିତିଛି।

ହସିନା ପ୍ରଥମେ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ସେ ୨୦୦୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଛନ୍ତି।

PM Modi Bangladesh