Advertisment

ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରିବା ପତ୍ରକାରଙ୍କୁ ମହଙ୍ଗା ପଡ଼ିଲା, ଗଣିବେ ଜରିମାନା

ପ୍ରଧାନମନ୍ତ୍ରୀଙ୍କୁ ଥଟ୍ଟା ପରିହାସ କରିବା ତଥା ତାଙ୍କ ମଜାକ ଉଡ଼ାଇବା ଜଣେ ସାମ୍ବାଦିକାଙ୍କୁ ମହଙ୍ଗା ପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଳିନ କରିବା ପରି କଟାକ୍ଷ ଯୋଗୁ ଜୋରିମାନା ଲଗାଇଛନ୍ତି କୋର୍ଟ ।

giorgia-meloni

giorgia-meloni

Advertisment

ପ୍ରଧାନମନ୍ତ୍ରୀଙ୍କୁ ଥଟ୍ଟା ପରିହାସ କରିବା ତଥା ତାଙ୍କ ମଜାକ ଉଡ଼ାଇବା ଜଣେ ସାମ୍ବାଦିକାଙ୍କୁ ମହଙ୍ଗା ପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଳିନ କରିବା ପରି କଟାକ୍ଷ ଯୋଗୁ ଜୋରିମାନା ଲଗାଇଛନ୍ତି କୋର୍ଟ । ଏଥିପାଇଁ ପ୍ରାୟ ସାଡ଼େ ୪ ଲକ୍ଷ ଟଙ୍କା ଜରିମାନା ଦେବାକୁ କୋର୍ଟ ପତ୍ରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ଏକ ଘଟଣା ଇଟାଲିରେ ଘଟିଛି। ଏହି ଜରିମାନା ଅର୍ଥ ପ୍ରଧାନମନ୍ତ୍ରୀଙ୍କୁ ପଇଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଉଚ୍ଚତାକୁ ନେଇ ସୋଶାଲ ମିଡିଆରେ ସମାଲୋଚନା କରିଥିବା ପତ୍ରକାର ଗିଓଲିଆ କୋର୍ଟସ୍‌ଙ୍କ ବିରୋଧରେ ଏପରି ରାୟ ଶୁଣାଇଛନ୍ତି କୋର୍ଟ। ସୋଶାଲ ମିଡିଆରେ ମେଲୋନିଙ୍କ ମଜାକ ଉଡ଼ାଇଥିବା କୋର୍ଟସ୍‌ଙ୍କ ଉପରେ ୫ହଜାର ୟୁରୋ ବା ଭାରତୀୟ ମୁଦ୍ରାରେ ୪,୫୫,୫୬୯ ଟଙ୍କା ଜରିମାନା ପଡ଼ିଛି।

ଏହାକୁ ବାଦ ଦେଲେ ଗିଓଲିୟା ୨୦୧୧ ମସିହାରେ ମେଲୋନିଙ୍କୁ ଆକ୍ଷେପ କରି ଏକ ଟ୍ୱିଟ କରିଥିଲେ। ଗିଓଲିୟା ୨୦୧୧ ମସିହାରେ ଫାସିବାଦୀ ନେତା ମୁସୋଲିନଙ୍କ ଫଟୋ ସହ ମେଲୋନୀଙ୍କ ଏକ ଫଟୋ ପୋଷ୍ଟ କରିଥିଲେ। ଏଥିସହ ତୁମ ଉଚ୍ଚତା ୪ ଫୁଟ, ମେଲୋନି ତୁମେ ଆମକୁ ଡରାଇ ପାରିବନି ବୋଲି ଉଲ୍ଲେଖ କରିଥିଲେ।

Advertisment

ତାହା ବଡି ସେମିଂ କରୁଥିବା ଅଭିଯୋଗ ଆଣି ସେତେବେଳେ ବିରୋଧୀ ଦଳରେ ଥିବା ମେଲୋନି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଗିଓଲିୟାଙ୍କ ଉପରେ ୧୨ଶହ ୟୁରୋ ବା ୧୦,୯୩୩୬ ଟଙ୍କା ଫାଇନ୍‌ ପକାଯାଇଛି।

ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କୋର୍ଟଙ୍କ ଏପରି ରାୟ ବାକ୍‌ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ କରିଛନ୍ତି ଗିଓଲିଆ । ଇଟାଲୀର ସାମ୍ବାଦିକଙ୍କ ପାଇଁ ଏହା ଏକ କଠିନ ସମୟ । ଆମେ କେବେ କି ଏହା ମାନିବୁନି। ଭଲ ଦିନ ଅପେକ୍ଷାରେ ରହିଛୁ ବୋଲି କହିଛନ୍ତି ଗିଓଲିୟା ।

Italy PM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe