Advertisment

ଆଗରେ ମୋଦି ପଛରେ ଜିନପିଙ୍ଗ, ସାମ୍ନାକୁ ଆସିଲା କଥାବାର୍ତ୍ତା ବେଳର ଭିଡିଓ

ଉଭୟ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଯାଇଛନ୍ତି।

PM Modi

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପରସ୍ପର ସହ ସ୍ୱଳ୍ପ ସମୟ ପାଇଁ କଥା ବାର୍ତ୍ତା ହୋଇଛନ୍ତି। ଉଭୟ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଯାଇଛନ୍ତି। ସେମାନେ ଗୋଟିଏ ମଞ୍ଚରେ ଏକାଠି ହୋଇଥିବା ବେଳେ କିଛି ସମୟ ପାଇଁ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ମୋଦି ଆଗେ ଆଗେ ଚାଲି ଚାଲି ଷ୍ଟେଜ ଉପରେ ଯାଉଥିବା ବେଳେ ତାଙ୍କ ପଛରେ ଜିନପିଙ୍ଗ ରହିଛନ୍ତି। ଷ୍ଟେଜ ଉପରେ ସେମାନଙ୍କ ପାଇଁ ପଡ଼ିଥିବା ଆସନ ନିକଟକୁ ଯିବା ବେଳେ ଉଭୟ ଦେଶର ନେତା ମାତ୍ର କିଛି ସେକେଣ୍ଡ ପାଇଁ ପରସ୍ପର ସହ କଥା ହୋଇଥିଲେ। ମୋଦି ହାତ ହଲାଇ କିଛି କହୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି।

ଆଶା କରାଯାଉଥିଲା ଯେ ବ୍ରିକ୍ସର ବ୍ୟବସାୟିକ ଫୋରମରେ ମୋଦି ଓ ଜିନପିଙ୍ଗ ଗୋଟିଏ ମଞ୍ଚରେ ଏକାଠି ବସିବେ। ଏହି ବୈଠକରେ ମୋଦି ମଧ୍ୟ ନିଜର ଅଭିଭାଷଣ ରଖିଥିଲେ। କିନ୍ତୁ ଜିନପିଙ୍ଗ ଏଥିରେ ଯୋଗ ଦେଇ ନଥିଲେ। ସେ ନିଜର କର୍ମସ ମନ୍ତ୍ରୀ ୱାଙ୍ଗ ୱେଣ୍ଟାଓଙ୍କୁ ବୈଠକକୁ ପଠାଇଥିଲେ।

Advertisment

୨୦୨୨ ସମରକନ୍ଦରେ ଆୟୋଜିତ ଏସ୍‌ସିଓ ବୈଠକରେ ମଧ୍ୟ ମୋଦି ଓ ଜିନପିଙ୍ଗ ଏକାଠି ନଜର ଆସିଥିଲେ। କିନ୍ତୁ ସେତେବେଳେ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ଆଲୋଚନା ହୋଇ ନଥିଲା। ବ୍ରିକ୍ସ ସମ୍ମିଳନୀ ଅବସରରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି।

୨୦୨୦ ମେ’ ମାସରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ପୂର୍ବ ଲଦାଖ ସୀମାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକାଧିକ ରାଉଣ୍ଡ ବୈଠକ ମଧ୍ୟ ହୋଇଛି। କିନ୍ତୁ ଏଯାଏ ବିବାଦର କୌଣସି ଆଖି ଦୃଶିଆ ସମାଧାନ ହୋଇନାହିଁ।

BRICS PM Modi Xi Jinping China India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe