Advertisment

ବାଇଡେନ୍‌ ଦମ୍ପତିଙ୍କୁ ୭.୫ କ୍ୟାରେଟ୍‌ ହୀରା ସହିତ ସୁନା, ରୁପା, ଭୂ ଓ ଗୋ ଦାନ କଲେ ମୋଦି

ମୋଦିଙ୍କ ସମ୍ମାନର୍ଥେ ହ୍ୱାଇଟ ହାଉସ୍‌ରେ ଏକ ଭବ୍ୟ ଡିନର ପାର୍ଟିର ଆୟୋଜନ ହୋଇଥିଲା। ଏହି ଅବସରରେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ପରସ୍ପରଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଥିଲେ।

ଅଦ୍ୟତନ ହୋଇଛି
Modi & Biden

Modi & Biden

Advertisment

ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରାତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କ ପକ୍ଷରୁ ଆୟୋଜିତ ନୈଶଭୋଜିରେ ଯୋଗ ଦେଇଥିଲେ। ମୋଦିଙ୍କ ସମ୍ମାନାର୍ଥେ ହ୍ୱାଇଟ ହାଉସ୍‌ରେ ଏକ ଭବ୍ୟ ଡିନର ପାର୍ଟିର ଆୟୋଜନ ହୋଇଥିଲା। ଏହି ନୈଶଭୋଜିକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ ମୋଦିଙ୍କୁ ଭବ୍ୟ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ। ଏହି ଅବସରରେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ପରସ୍ପରଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିଥିଲେ।

Advertisment

ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ବାଇଡେନ ଦମ୍ପତିଙ୍କୁ ୭.୫ କ୍ୟାରେଟ୍‌ର ସବୁଜ ହୀରା ସହିତ ଭୂମି, ଧାନ, ଗୋ ଓ ସୁବର୍ଣ୍ଣ ଦାନ କରିଥିଲେ। ରାଷ୍ଟ୍ରପତି ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆୟର୍ଲାଣ୍ଡର ବିଶ୍ୱବିଖ୍ୟାତ କବି ଡବ୍‌ଲ୍ୟୁ. ବି. ୟେଟ୍ସଙ୍କ ରଚିତ ଦ ଟେନ୍‌ ପ୍ରିନ୍ସିପାଲ୍‌ ଉପନିଷଦ ପୁସ୍ତକ ପ୍ରଦାନ କରିଥିଲେ।

ମୋଦି ବାଇଡେନ ଦମ୍ପତିଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିଥିବା ବେଳେ ସେଥିରେ କାରୁକାର୍ଯ୍ୟପୂର୍ଣ୍ଣ ଚନ୍ଦନ କାଠର ଏକ ସ୍ୱତନ୍ତ୍ର ବାକ୍ସ ଥିଲା। କର୍ଣ୍ଣାଟକାର ମହୀଶୂରରୁ ଆସିଥିବା ଏହି ଚନ୍ଦନ କାଠରେ ରାଜସ୍ଥାନର କାରିଗର ବିଭିନ୍ନ କାରୁକାର୍ଯ୍ୟ ଖୋଦେଇ କରିଥିଲେ। ଯାହାକି ଭାରତୀୟ ସଂସ୍କୃତିର ଝଲକ ପରି ଦୃଶ୍ୟମାନ ହେଉଥିଲା।

Advertisment

ଉକ୍ତ ବାକ୍ସରେ ରୂପା ନିର୍ମିତ ଏକ ଗଣେଶ ମୂର୍ତ୍ତି ସହ ଏକ ଦୀପ, ଏକ ତାମ୍ର ପ୍ଲେଟ ଓ ୧୦ଟି ସିଲଭର ବକ୍ସ ରହିଥିଲା। ଯାହାକି ଦଶ ପ୍ରକାର ଦାନକୁ ସୂଚାଉଥିଲା।

ହିନ୍ଦୁ ଶାସ୍ତ୍ରରେ ଗଣେଶ ଅଗ୍ରପୂଜ୍ୟ ହୋଇଥିବା ବେଳେ ଏହାକୁ କୋଲକତାର ଏକ ବଣିଆ ପରିବାର ପ୍ରସ୍ତୁତ କରିଥିଲେ। ସେହିପରି ଦୀପ ସବୁ ମାଙ୍ଗଳିକ କାମରେ ଆବଶ୍ୟକତା ପଡ଼ିଥାଏ। ଏହାକୁ କୋଲକତାର ଏକ ପରିବାର ପ୍ରସ୍ତୁତ କରିଥିବା ବେଳେ ତାମ୍ର ପ୍ଲେଟକୁ ଉତ୍ତର ପ୍ରଦେଶର ଏକ ପରିବାର ପ୍ରସ୍ତୁତ କରିଥିଲେ। ସେଥିରେ ବିଭିନ୍ନ ଶ୍ଳୋକ ଖୋଦେଇ ହୋଇଛି।

ଭାରତୀୟ ସଂସ୍କୃତିରେ ଗୋଦାନକୁ ଶୁଭ ବୋଲି ବିବେଚନା କରାଯାଏ। ଗୋଦାନର ପ୍ରତୀକ ଭାବେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗର ଏକ ପରିବାର ତିଆରି କରିଥିବା କାରୁକାର୍ଯ୍ୟପୂର୍ଣ୍ଣ ରୂପାର ଏକ ନଢ଼ିଆ ବାଇଡେନଙ୍କୁ ପ୍ରଦାନ କରିଥିଲେ। 

ଭୂଦାନ ପରିବର୍ତ୍ତେ ବାଇଡେନଙ୍କୁ ମୋଦି ଏକ ଚନ୍ଦନ କାଠ ଖଣ୍ଡ ଦେଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ବାଇଡେନଙ୍କୁ ତିଳ ଉପହାର କରିଥିଲାବେଳେ ରାଜସ୍ଥାନରୁ ଏକ ହଲ୍‌ମାର୍କ ଥିବା ୨୪ କ୍ୟାରେଟର ସୁନା ମୁଦ୍ରା ମଧ୍ୟ ପ୍ରଦାନ କରିଥିଲେ। ଏହାବାଦ ପଞ୍ଜାବରୁ ଆଣିଥିବା ଘିଅ ଦାନ କରିଥିବା ବେଳେ ଝାଡ଼ଖଣ୍ଡରୁ ଆଣିଥିବା ଟସର ସିଲ୍କର କପଡ଼ା ପ୍ରଦାନ କରିଥିଲେ। ଉତ୍ତରାଖଣ୍ଡରୁ ଆଣିଥିବା ଧାନ ମଧ୍ୟ ମୋଦି ବାଇଡେନଙ୍କୁ ଦେଇଥିଲେ। ରାଜସ୍ଥାନ କାଗିଗରଙ୍କ ତରଫରୁ ୯୯.୫% ହଲମାର୍କ ସିଲଭର କଏନ୍‌ ଜରିଆରେ ବାଇଡେନଙ୍କୁ ରୌପ୍ୟଦାନ କରାଯାଇଥିବା ବେଳେ ଗୁଜରାଟରୁ ଆଣିଥିବା ଲବଣଦାନ କରିଥିଲେ ମୋଦି ।

ଏହାବାଦ ଆମେରିକାର ଫାଷ୍ଟ ଲେଡି ଜିଲ୍‌ ବାଇଡେନଙ୍କୁ ମୋଦି ଉପହାର ଭାବେ ୭.୫ କ୍ୟାରେଟ ସବୁଜ ହୀରା ପ୍ରଦାନ କରିଛନ୍ତି। ଏହା ଭାରତର ୭୫ ବର୍ଷର ସ୍ୱାଧୀନତାକୁ ଦର୍ଶାଉଥିବା ବେଳେ ଅନ୍ତଃର୍ଜାତୀୟ ସମୁଦାୟ ସହ ଏହାର ସମ୍ବନ୍ଧକୁ ମଧ୍ୟ ଦର୍ଶାଉଛି।

ପ୍ରତି ବଦଳରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘The Ten Principal Upanishads’ ନାମକ ପୁସ୍ତକ ଉପହାର ସ୍ୱରୂପ ଦେଇଛନ୍ତି। ଏହି ପୁସ୍ତକର ରଚୟିତା ୱିଲିୟମ ବଟଲର ୟେଟ୍ସ ହୋଇଥିବା ବେଳେ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଖୁବ୍‌ ସମ୍ମାନ ରହିଥିଲା। ରବୀନ୍ଦ୍ରନାଥ ଟାଗୋରଙ୍କ ସହ ତାଙ୍କ ବନ୍ଧୁତା ବେଶ୍‌ ସୁଦୃଢ ଥିବା ବେଳେ ତାଙ୍କ ଦ୍ୱାରା ରଚିତ ‘ଗୀତାଞ୍ଜଳି’କୁ ସେ ପଶ୍ଚିମ ଦେଶରେ ପରିଚିତ କରିଥିଲେ।

୧୯୩୭ ମସିହାରେ ୟେଟ୍ସ ଓ ପୁରୋହିତ ସ୍ୱାମୀ ମିଳିତ ଭାବେ ଭାରତୀୟ ଉପନିଷଦର ଇଂରାଜୀ ଅନୁବାଦ କରିଥିଲେ। ଏହି ଅନୁବାଦର ପ୍ରଥମ ପୁସ୍ତକକୁ ଆମେରିକା ରାଷ୍ଟ୍ରପତି ବାଇଡେନ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ଭାବେ ପ୍ରଦାନ କରିଛନ୍ତି।

Joe Biden USA Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe