Advertisment

ଭାରତ ଆସିବାକୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ମୋଦି, ଜେଲେନସ୍କି କହିଲେ...

ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍‌ସ୍କିଙ୍କ ସହ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi & President Zelenskyy

PM Modi & President Zelenskyy

Advertisment

ୟୁରୋପୀୟ ଦେଶ ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୋଲାଣ୍ଡ ଯିବା ପରେ ଗତକାଲି ୟୁକ୍ରେନରେ ପହଞ୍ଚି ଯୁଦ୍ଧଗ୍ରସ୍ତ ଦେଶକୁ ଶାନ୍ତି ଓ ସମାଧାନର ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍‌ସ୍କିଙ୍କ ସହ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏହାର ପ୍ରତିକ୍ରିୟା ରଖି ଜେଲେନସ୍କି କହିଛନ୍ତି, "ମହାନ ଦେଶ (ଭାରତ) ଭ୍ରମଣ କରି ମୁଁ ନିଶ୍ଚୟ ଖୁସି ହେବି।" ଏଥିସହ ରୁଷ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ତାଙ୍କ ସପକ୍ଷରେ ଭାରତର ସମର୍ଥନ ଲୋଡିଛନ୍ତି। 

ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ଆମେ ସର୍ବଦା ଶାନ୍ତି ସପକ୍ଷରେ ରହିଛୁ।" କିନ୍ତୁ ଭ୍ଲୋଡିମିର ଜେଲେନସ୍କି କହିଥିଲେ, "ଆମେ ଚାହୁଁ ଭାରତ ୟୁକ୍ରେନ ସପକ୍ଷରେ ରହୁ।" 

Advertisment

2022ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଜେଲେନସ୍କି ସର୍ବଦା ଭାରତର ପକ୍ଷ ଲୋଡି ଆସିଛନ୍ତି। ଭାରତ ପରୋକ୍ଷରେ ସହାୟତାର ହାତ ବଢାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ଯୁଦ୍ଧଗ୍ରସ୍ତ ରାଷ୍ଟ୍ର ଭ୍ରମଣ କରିନଥିଲେ। ଏହା ତାଙ୍କର ପ୍ରଥମ ଗସ୍ତ ଥିଲା।

ଏପରିକି 1991ରେ ସ୍ୱାଧୀନ ହେବା ପରଠୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିନଥିଲେ। ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ, ଯିଏକି ୟୁକ୍ରେନ ଗସ୍ତ କରିଛନ୍ତି। ଯୁଦ୍ଧର ବିଭିଶିକା ମଧ୍ୟରେ ମୋଦି ୟୁକ୍ରେନ ଗସ୍ତ କରିଥିବାରୁ ଏହା ଉପରେ ସମଗ୍ର ବିଶ୍ୱର ନଜର ରହିଥିଲା।

Russia-Ukraine War PM Modi Volodymyr Zelenskyy Ukraine President Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe