Advertisment

୨୬ ବର୍ଷ ପରେ ଇଜିପ୍ଟରେ ଭାରତର ପ୍ରଧାନମନ୍ତ୍ରୀ, କାର୍ଯ୍ୟସୂଚୀ ଉପରେ ନଜର ପକାନ୍ତୁ

ଇଜିପ୍ଟ ରାଷ୍ଟ୍ରପତି ଅବଦେ ଫତାହ ଇଲ ସିସିଙ୍କଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି।

PM Modi

PM Modi

Advertisment

ପ୍ରଥମଥର ପାଇଁ ଇଜିପ୍ଟକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାଇରୋ ଏୟାରପୋର୍ଟରେ ଅବତରଣ କରିଛନ୍ତି। ଏୟାରପୋର୍ଟରେ ତାଙ୍କୁ ଇଜିପ୍ଟର ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବୌଲୀ ସ୍ୱାଗତ କରିଛନ୍ତି। ସେହି ସ୍ଥାନରେ ହିଁ ମୋଦିଙ୍କୁ ଗାର୍ଡ ଅଫ ଅନର ମଧ୍ୟ ପ୍ରଦାନ କରାଯାଇଛି।

Advertisment

ଇଜିପ୍ଟ ରାଷ୍ଟ୍ରପତି ଅବଦେ ଫତାହ ଇଲ ସିସିଙ୍କଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି। ଦୀର୍ଘ ୨୬ ବର୍ଷ ପରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଭାରତର କୌଣସି ପ୍ରଧାନମନ୍ତ୍ରୀ ଇଜିପ୍ଟ ଗସ୍ତ କରିଛନ୍ତି। ୧୯୯୭ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଇଜିପ୍ଟ ଗସ୍ତରେ ଯାଇ ନଥିଲେ। ହେଲେ ଆଜି ମୋଦି ୨୬ ବର୍ଷ ପରେ କାଇରୋରେ ଅବତରଣ କରିଛନ୍ତି।

ଆଜି ପ୍ରାୟ ୮.୪୦ରେ ସେ ଇଜିପ୍ଟ ପ୍ରଧାନମନ୍ତ୍ରୀ ମୁସ୍ତାଫାଙ୍କ ସହ ରାଉଣ୍ଡଟେବୁଲ ବୈଠକ କରିବେ। ଏହାପରେ ସେ ଭାରତୀୟ ବଂଶୋଦ୍ଭବଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ସମୟ ରାତି ପ୍ରାୟ ୧୦.୨୦ରେ ମୋଦି ଇଜିପ୍ଟର ଗ୍ରାଣ୍ଡ ମୁଫତିଙ୍କୁ ସାକ୍ଷାତ କରିବେ। ଇଜିପ୍ଟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ମଧ୍ୟ ତାଙ୍କର ଭେଟଘାଟର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି।

Advertisment

ଦାଉଦି ବୋହରା ସଂପ୍ରଦାୟର ସହାୟତାରେ ପୁର୍ନଗଠିତ ହୋଇଥିବା ୧୧ତମ ଶତାବ୍ଦୀର ଅଲ ହାକିମ ମସଜିଦକୁ ମୋଦି ଯିବେ। ରବିବାର ପ୍ରାୟ ୧ଟାରେ ବେଳେ ସେ ମସଜିଦିରେ ପହଞ୍ଚିବେ।

ଦିନ ୨ଟା ବେଳକୁ ମୋଦି ହେଲିଓପୋଲିସ ଯୁଦ୍ଧ ସ୍ମାରକୀକୁ ଯାଇ ଇଜିପ୍ଟ ପାଇଁ ପ୍ରଥମ ବିଶ୍ୱଯୁଦ୍ଧ ବେଳେ ବଳିଦାନ ଦେଇଥିବା ଭାରତୀୟ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ପ୍ରଥମ ବିଶ୍ୱଯୁଦ୍ଧ ବେଳେ ଇଜିପ୍ଟରେ ହୋଇଥିବା ଲଢ଼େଇରେ ପ୍ରାୟ ୩,୭୯୯ ଜଣ ଭାରତୀୟ ସେନା ବଳିଦାନ ଦେଇଥିଲେ।

ଇଜିପ୍ଟ ପ୍ରେସେଡେନ୍ସୀରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ରାଷ୍ଟ୍ରପତି ଇଲ ସିସିଙ୍କ ସହ ମଧ୍ୟ ଆଲୋଚନା କରିବେ। ଦୁଇ ନେତା ଏକାଧିକ ଏମଓୟୁ କରିବେ ଓ ସନ୍ଧ୍ୟା ୫ .୩୦ରେ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରି ସମସ୍ତଙ୍କୁ ଏ ବାବଦରେ ସୂଚନା ଦେବେ। ରବିବାର ସନ୍ଧ୍ୟା ୬.୩୦ରେ ମୋଦି ଇଜିପ୍ଟରୁ ସିଧା ଭାରତ ଫେରିବେ।

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe