PM Modi and Joe Biden at G20 Summit
ବ୍ରାଜିଲରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଏହି ସମୟର ଏକ ଫଟୋ ମୋଦି ନିଜ ଏକ୍ସ ଆକାଉଣ୍ଟରେ ଶେୟାର କରିବା ସହ 'ତାଙ୍କୁ ଭେଟିବା ସବୁବେଳେ ଆନନ୍ଦଦାୟକ' ବୋଲି ଏହାର କ୍ୟାପ୍ସନରେ ଲେଖିଛନ୍ତି। ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀରେ ଦୁଇ ନେତା ହାତ ମିଳାଉଥିବାର ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ସାମ୍ନାକୁ ଆସିଛି।
ପ୍ରକାଶ ଥାଉ, ୧୯ଶ ଜି-20 ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ସୋମବାର) ବ୍ରାଜିଲରେ ପହଞ୍ଚିଛନ୍ତି। ରିଓ ଡି ଜେନେରିଓ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ପରେ ବ୍ରାଜିଲ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗ୍ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗ ଦେଇଛନ୍ତି। ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ପାର୍ଶ୍ୱ କାର୍ଯ୍ୟକ୍ରମ ଭାବେ ସାକ୍ଷାତ ଓ ଆଲୋଚନା ମଧ୍ୟ କରିବେ। ଦେଶ ଦେଶ ମଧ୍ୟରେ ସାମୂହିକ ତଥା ମିଳିତ ପ୍ରସଙ୍ଗରେ ଆଲୋଚନା ହେବ।
ପରେ ସେଠାରୁ ମୋଦି ଗୁଆନା ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ଚଳିତଥର ୫ ଦିବସୀୟ ଗସ୍ତରେ ୩ ଦେଶରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ। ସେ ଗତକାଲି (ରବିବାର) ନାଇଜେରିଆରେ ପହଞ୍ଚିଥିବା ବେଳେ ଆଜି ବ୍ରାଜିଲରେ ପହଞ୍ଚିଛନ୍ତି। ଗୁଆନା ଗସ୍ତ ସାରିବା ପରେ ସେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us