Advertisment

ମୋଦିଙ୍କ ମନ୍ତ୍ର: ବନ୍ଧକଙ୍କୁ ମୁକ୍ତି, ଟୁ-ନେସନ୍‌ ଥିଓରୀରୁ ବାହାରିବ ସମାଧାନର ବାଟ

ତିନି ଦିନିଆ ଆମେରିକା ଗସ୍ତରେ ଥିବା ମୋଦି ଯାତ୍ରାର ଦ୍ୱିତୀୟ ଦିନରେ ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ସମୟରେ ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧାର ସମାଧନ ବାଟ କିଭଳି ବାହାରି ସେ ନେଇ ମତାମତ ଦେଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Modi Meet palestine President

Modi Meet palestine President

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ ଗାଜାରେ ଏହି ଯୁଦ୍ଧ ଲାଗି ରହିଛି। ଏହାରି ଭିତରେ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧ ସମାଧାନ ବାଟ ବାହାର କରିବାକୁ ଯାଇ ଦେଇଛନ୍ତି ଗୁରୁମନ୍ତ୍ର।

Advertisment

ତିନି ଦିନିଆ ଆମେରିକା ଗସ୍ତରେ ଥିବା ମୋଦି ଯାତ୍ରାର ଦ୍ୱିତୀୟ ଦିନରେ ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ସମୟରେ ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ସମାଧନ ବାଟ କିଭଳି ବାହାରି ସେ ନେଇ ମତାମତ ଦେଇଛନ୍ତି। ଗାଜାରେ ମାନବିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ପାଇଁ ଭାରତର ସମର୍ଥନ ଜଣାଇଛନ୍ତି ମୋଦି। ଏନେଇ ସେ ଖୋଦ୍‌ ସୋଶାଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।

ଗାଜାରେ ମାନବିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ପାଇଁ ଭାରତର ସମର୍ଥନ ଜଣାଇଛନ୍ତି ମୋଦି। ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ଭାରତର ସ୍ଥିର ତଥା ନୀତିଗତ ନୀତିକୁ ଦୋହରାଇଛନ୍ତି। ଏହି ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ପାଇଁ ସିଜ୍‌ଫାୟାର୍‌ ତଥା ଯୁଦ୍ଧ ବିରାମ ଡାକରା, ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ କୂଟନୀତି ଜରିଆରେ ସମାଧାନ ଖୋଜିବାକୁ ସେ ପରାମର୍ଶ ଦେଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।

Advertisment

କେବଳ ଟୁ-ନେସନ ଥିଓାରୀ ତଥା ଦୁଇ-ରାଜ୍ୟର ସହମତିରେ ହିଁ ସମାଧାନ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା ପ୍ରଦାନ କରିପାରିବ। ପ୍ରଧାନମନ୍ତ୍ରୀ ମୋଦି ମନେ ପକାଇ ଦେଇଛନ୍ତି ଯେ ପାଲେଷ୍ଟାଇନକୁ ସ୍ୱୀକୃତି ଦେଇଥିବା ଭାରତ ହେଉଛି ପ୍ରଥମ ଦେଶ ଏବଂ ମିଳିତ ଜାତିସଂଘରେ ପାଲେଷ୍ଟାଇନର ସଦସ୍ୟତା ପାଇଁ ଭାରତର ଲଗାତର ସମର୍ଥନକୁ ଦୋହରାଇଛନ୍ତି।

ଏହି ଭେଟ୍‌ଘାଟ ସମୟରେ ଉଭୟ ନେତା ଭାରତ-ପାଲେଷ୍ଟାଇନ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ, ଯେପରିକି ମିଳିତ ଜାତିସଂଘରେ ପାଲେଷ୍ଟାଇନକୁ ଭାରତର ସମର୍ଥନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ଦକ୍ଷତା ବିକାଶ ପ୍ରୟାସରେ ପାଲେଷ୍ଟାଇନକୁ ଜାରି ସହାୟତା ଏବଂ ସମର୍ଥନ ସାମିଲ ଥିଲା। ଏହି ଆଲୋଚନା ବେଳେ ଭାରତ-ପାଲେଷ୍ଟାଇନ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଦୁଇ ନେତା ନିଜର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛନ୍ତି।

PM Modi Israel-Hamas War Palestine President