ଟ୍ରମ୍ପ ଓ ମୋଦି (ଫାଇଲ ଫଟୋ)
ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump)ଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପ ପ୍ରସ୍ତୁତ କରିଥିବା ୨୦ ସୂତ୍ରୀ ଯୋଜନାକୁ ପାଲେଷ୍ଟାଇନ ବିଦ୍ରୋହୀ ସଂଗଠନ ହମାସ ପ୍ରଥମେ ଗ୍ରହଣ କରୁ ନଥିଲା। ହେଲେ ଟ୍ରମ୍ପଙ୍କ ଚେତାବନୀ ପରେ ହମାସ ଏହାର କିଛି ଅଂଶକୁ ଗ୍ରଂଣ କରିବାକୁ ରାଜି ହୋଇଛି।
ସେହିପରି ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ହମାସ ଘୋଷଣା କରିଛି। ଶାନ୍ତି ପ୍ରତିଷ୍ଠା ଦିଗରେ ଟ୍ରମ୍ପ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହାକୁ ମୋଦି(PM Modi) ପ୍ରଶଂସା କରିଛନ୍ତି। ଏହାପୂର୍ବରୁ ଟ୍ରମ୍ପ ଦେଇଥିବା ୨୦ ସୂତ୍ରୀ ପ୍ରସ୍ତାବକୁ ମଧ୍ୟ ମୋଦି ସମର୍ଥନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, “ଗାଜା(Gaza)ରେ ଶାନ୍ତି ପ୍ରତିଷ୍ଠା ପ୍ରୟାସର ନିର୍ଣ୍ଣାୟକ ପ୍ରଗତି ମଧ୍ୟରେ ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱକୁ ସ୍ୱାଗତ କରୁଛୁ। ପଣବନ୍ଦୀଙ୍କ ମୁକ୍ତିର ସଙ୍କେତ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।”
ଭାରତର ଦୀର୍ଘ କାଳୀନ ଆଭିମୁଖ୍ୟକୁ ପୁଣିଥରେ ଦୋହରାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ସ୍ଥାୟୀ ଓ ନ୍ୟାୟପୂର୍ଣ୍ଣ ଶାନ୍ତି ପ୍ରତିଷ୍ଠା ଦିଗରେ ନିଆଯାଉଥିବା ସମସ୍ତ ପ୍ରୟାସକୁ ଦୃଢ଼ତାର ସହ ସମର୍ଥନ କରି ଚାଲିବ। ମଧ୍ୟପ୍ରାଚ୍ୟରେ ସ୍ଥିରତା ଉପରେ ମଧ୍ୟ ମୋଦି ଗୁରୁତ୍ୱାରୋପ କରିଛନ୍ତି।
ଭାରତ-ଆମେରିକା ସମ୍ପର୍କରେ ଟାରିଫ ଭଟା ସୃଷ୍ଟି କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ବୟାନ ସାମ୍ନାକୁ ଆସିଛି। ଚଳିତ ବର୍ଷ ଅଗଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ ଲଗାଇଥିଲେ। ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ଏଥିରେ କ୍ଷୁବ୍ଧ ହୋଇ ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି। ଭାରତୀୟ ରପ୍ତାନୀକାରୀଙ୍କ ଉପରେ ଟାରିଫର ଜୋରଦାର ପ୍ରଭାବ ପଡ଼ିଛି। ଟ୍ରମ୍ପଙ୍କ ଟାରିଫକୁ ଭାରତ ଅନ୍ୟାୟ ବୋଲି କହିଛି।
ଏସବୁ ବିବାଦ ସତ୍ତ୍ୱେ ଗାଜା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ଟ୍ରମ୍ପଙ୍କ ଭୂମିକାକୁ ପ୍ରଶଂସା କରି ଚାଲିଛନ୍ତି। ଟ୍ରମ୍ପ ମଧ୍ୟ ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମ ଦିନରେ ତାଙ୍କୁ ବିଳମ୍ବିତ ରାତିରେ ଫୋନ କରି ଶୁଭେଚ୍ଛା ଜଣାଇଥିଲେ।
ଗାଜା ପ୍ରସଙ୍ଗକୁ ବିଚାରକୁ ନେଲେ ଶୁକ୍ରବାର ହମାସ(Hamas) ପକ୍ଷରୁ ଘୋଷଣା କରାଯାଇଛି ଯେ ସେମାନେ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବା ଓ ଟ୍ରମ୍ପଙ୍କ ଶାନ୍ତି ପ୍ରତିଷ୍ଠା ପ୍ରସ୍ତାବର କିଛି ଅଂଶକୁ ଗ୍ରହଣ କରିବାକୁ ରାଜି ଅଛନ୍ତି।
ହମାସ କହିଛି ଯେ ଟ୍ରମଙ୍କ ପ୍ରସ୍ତାବ ଅନୁସାରେ ସେମାନେ ସମସ୍ତ ପଣବନ୍ଦୀଙ୍କୁ ଜୀବିତ କିମ୍ବା ମୃତ ଭାବେ ରିଲିଜ କରିବାକୁ କାର୍ଯ୍ୟ କରୁଛନ୍ତି। ଏଥିସହ ଶାନ୍ତି ପ୍ରତିଷ୍ଠା କେମିତି ହେବ, ତା’ର ବିଚାର କରିବାକୁ ମଧ୍ୟସ୍ଥିଙ୍କୁ ନିଯୁକ୍ତ କରିବାକୁ ମଧ୍ୟ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/04/pm-modi-2025-10-04-13-11-26.jpg)