Advertisment

‍ଭାରତର ସଂଖ୍ୟାଲଘୁ‌ଙ୍କ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଆମେରିକାରେ ଏମିତି ଉତ୍ତର ଦେଲେ ମୋଦି

ଏହି ସମୟରେ ଜଣେ ସାମ୍ବାଦିକ ମୋଦିଙ୍କୁ ସଂଖ୍ୟାଲଘୁଙ୍କ ସହ ହେଉଥିବା ବ୍ୟବହାର ଉପରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମୋଦି କହିଛନ୍ତି ଯେ ଭାରତ ଗଣତନ୍ତ୍ର ସହ ବଞ୍ଚୁଛି ଓ ନିଃଶ୍ୱାସ ନେଉଛି।

PM Modi

PM Modi

Advertisment

ଭାରତରେ ବାକ୍‌ ସ୍ୱାଧୀନତା ଓ ସଂଖ୍ୟାଲଘୁଙ୍କ ସହ ପାତରଅନ୍ତର କରାଯାଉଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ମୋଦି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମିଶି ସାମ୍ବାଦିକମାନଙ୍କ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ।

Advertisment

ଏହି ସମୟରେ ଜଣେ ସାମ୍ବାଦିକ ମୋଦିଙ୍କୁ ସଂଖ୍ୟାଲଘୁଙ୍କ ସହ ହେଉଥିବା ବ୍ୟବହାର ଉପରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମୋଦି କହିଛନ୍ତି ଯେ ଭାରତ ଗଣତନ୍ତ୍ର ସହ ବଞ୍ଚୁଛି ଓ ନିଃଶ୍ୱାସ ନେଉଛି। ଭାରତରେ ଧର୍ମ, ଜାତି, ଲିଙ୍ଗ କିମ୍ବା ବର୍ଣ୍ଣକୁ ନେଇ କୌଣସି ପାତରଅନ୍ତରର ପ୍ରଶ୍ନ ହିଁ ନାହିଁ। ଆପଣ ଅନ୍ୟର ଆକଳନକୁ ନେଇ ଏପରି ପ୍ରଶ୍ନ କରିଥିବାରୁ ମୁଁ ଆଶ୍ଚର୍ଯ୍ୟ ବୋଲି ମୋଦି କହିଛନ୍ତି।

ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ଦୁଇ ସାମ୍ବାଦିକଙ୍କ ମଧ୍ୟରୁ କେବଳ ସାବ୍ରିନା ସିଦ୍ଦିକୀଙ୍କୁ ହ୍ୱାଇଟ ହାଉସରେ ମୋଦିଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ମିଳିଥିଲା। ତାଙ୍କ ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି, ଭାରତ-ଆମେରିକାର ଡିଏନଏରେ ଗଣତନ୍ତ୍ର ରହିଛି। ଏହା ଆମ ରକ୍ତର ଶିରାରେ ଅଛି। ଆମ ପ୍ରତିଷ୍ଠାତାମାନେ ଏହାକୁ ଆମ ସମ୍ବିଧାନରେ ରଖିଛନ୍ତି। ଯଦି ଆପଣ ଭାବୁଛନ୍ତି ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ, ତା’ହେଲେ ପାତରଅନ୍ତରର କୌଣସି ପ୍ରଶ୍ନ ହିଁ ନାହିଁ ବୋଲି ସେ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ସବୁ ବିଶ୍ୱାସ ଓ ସବୁ ବର୍ଗର ଲୋକମାନେ ସରକାରୀ ଯୋଜନାର ଫାଇଦାର ଲାଭ ପାଉଛନ୍ତି। ଏହାର ଅର୍ଥ ଗଣତନ୍ତ୍ର ଭାରତରେ କାମ କରୁଛି। ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ବାଇଡେନଙ୍କ ସମର୍ଥନ ମଧ୍ୟ ମିଳିଥିଲା।

PM Modi Joe Biden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe