Advertisment

ରୁଷରେ ମୋଦି: ପୁଟିନଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା

ଆଜି ସନ୍ଧ୍ୟାରେ ମୋଦି ମସ୍କୋରେ ପହଞ୍ଚିବା ପରେ ତାଙ୍କୁ ରୁଷର ପ୍ରଥମ ଡେପୁଟି ପ୍ରଧାନମନ୍ତ୍ରୀ ଡେନିସ ମାଉଣ୍ଟରୋଭ ଏୟାରପୋର୍ଟରେ ସ୍ୱାଗତ କରିଥିଲେ। ଏହାପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।

PM Modi

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ରୁଷ ଗସ୍ତ କରି ଆଜି ମସ୍କୋରେ ପହଞ୍ଚିଛନ୍ତି। ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ମୋଦି ପ୍ରଥମଥର ପାଇଁ ରୁଷ ଯାଇଛନ୍ତି।

Advertisment

ଆଜି ସନ୍ଧ୍ୟାରେ ମୋଦି ମସ୍କୋରେ ପହଞ୍ଚିବା ପରେ ତାଙ୍କୁ ରୁଷର ପ୍ରଥମ ଡେପୁଟି ପ୍ରଧାନମନ୍ତ୍ରୀ ଡେନିସ ମାଉଣ୍ଟରୋଭ ଏୟାରପୋର୍ଟରେ ସ୍ୱାଗତ କରିଥିଲେ। ଏହାପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।

ଆସନ୍ତାକାଲି ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମି ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଜନା କରିବେ। ତେବେ ଆସନ୍ତାକାଲିର ୨୨ତମ ଇଣ୍ଡିଆ-ରୁଷ ଶିଖର ସମ୍ମିଳନୀ ପକ୍ଷରୁ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଆଜି ଘରୋଇ ପ୍ରାଇଭେଟ ଡିନର ପାର୍ଟିର ଆୟୋଜନ କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି। ଆଲୋଚନା ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ସ୍ୱତନ୍ତ୍ର ସହଭାଗିତା ଆହୁରି ଆଗକୁ ଯିବ।

ରୁଷରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ମଧ୍ୟ ମୋଦି ଆଲୋଚନା କରିବେ ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣବୀର ଜୈସୱାଲ ସୂଚନା ଦେଇଛନ୍ତି।

ରୁଷ ଏବେ ଭାରତକୁ ଶସ୍ତାରେ ତେଲ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ରୁଷ ଠାରୁ ତେଲ ନ କିଣିବାକୁ ପଶ୍ଚିମ ଦେଶଗୁଡ଼ିକ ଭାରତ ଉପରେ ଚାପ ପକାଇଥିଲେ। କିନ୍ତୁ ଭାରତ ଏହାକୁ ଅଣଦେଖା କରିଛି। ତେଣୁ ମୋଦି-ପୁଟିନଙ୍କ ଆଲୋଚନା ଉପରେ ପୂରା ବିଶ୍ୱର ନଜର ରହିଛି।

ପ୍ରଧାନମନ୍ତ୍ରୀ ମୋଦି ଶେଷଥର ପାଇଁ ୨୦୧୯ରେ ରୁଷ ଗସ୍ତ କରିଥିଲେ। ସେହିପରି ପୁଟିନ ୨ ବର୍ଷ ତଳେ ଭାରତ ଆସିଥିଲେ।

PM Modi Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe