Advertisment

ବାଇଡେନ ଦମ୍ପତିଙ୍କୁ ରୁପାର ଟ୍ରେନ୍ ମଡେଲ୍ ଏବଂ କଶ୍ମୀର ସାଲ୍ ଉପହାର ଦେଲେ ମୋଦି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀଙ୍କୁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Debibandita Barick
PM Modi & President Joe Biden

PM Modi & President Joe Biden

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କୁ ଏକ ରୁପାର ଟ୍ରେନ୍ ମଡେଲ୍ ଦେଇଛନ୍ତି।

Advertisment

ଏହି ଟ୍ରେନ୍ ମଡେଲ ପୂର୍ବ ସମୟରେ ପ୍ରଚଳିତ ଥିବା ଟ୍ରେନ୍ ମଡେଲ ପରି, ଯାହା ୯୨.୫% ରୁପାରେ ତିଆରି। ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଆମେରିକାର ପ୍ରଥମ ମହିଳା ତଥା ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ଜମ୍ମୁ କଶ୍ମୀରର ପ୍ରସିଦ୍ଧ ପାଶମିନା ସାଲ୍ ଉପହାର ଦେଇଛନ୍ତି।

କ୍ୱାର୍ଡ ସମ୍ମିଳନୀ ପାଇଁ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଆମେରିକା ରାଷ୍ଟ୍ରପତିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।

Advertisment

ମୋଦିଙ୍କ ଗସ୍ତ ସମୟରେ ଆମେରିକା ଭାରତର ବହୁ ପୁରୁଣା ସାମଗ୍ରୀ ଫେରାଇଛି। ଭାରତରୁ ଚୋରା ଚାଲାଣ ହୋଇଥିବା ମୂଲ୍ୟବାନ ପୁରୁଣା ସାମଗ୍ରୀ ଫେରାଇଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ। ସେ ଉପହାର ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କୁ ୨୯୭ଟି ଚୋରା ସାମଗ୍ରୀକୁ ଭାରତକୁ ହସ୍ତାନ୍ତର କରିଛନ୍ତି। 

Quad Summit PM Modi Joe Biden PM Narendra Modi