Advertisment

ୟୁଏସ କଂଗ୍ରେସକୁ ମୋଦିଙ୍କ ସମ୍ବୋଧନ, କହିଲେ- ଆତଙ୍କବାଦୀର ମୁକାବିଲା ପାଇଁ କିନ୍ତୁ, ପରନ୍ତୁ ଶବ୍ଦର ପ୍ରୟୋଗ ଉଚିତ ନୁହେଁ

ପ୍ରଧାନମନ୍ତ୍ରୀ ମୋଦି ୟୁଏସ କଂଗ୍ରେସର ମିଳିତ ଅଧିବେଶନରେ ଭାଷଣ ଦେଇ କହିଛନ୍ତି, ଏବେ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସମୟ ଆସିଛି ।

ଅଦ୍ୟତନ ହୋଇଛି
Modi

Modi

Advertisment

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ୟୁଏସ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ସେ ଭାରତ ଆମେରିକା ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ମିଳିତ ଭାବେ ଆତଙ୍କବାଦର ମୁକାବିଲା କରିବାକୁ ଆହ୍ୱାନ କରିଛନ୍ତି। ଏଥିସହ ଆତଙ୍କବାଦର ମୁକାବିଲା ନିମନ୍ତେ କିନ୍ତୁ, ପରନ୍ତୁ ଶବ୍ଦର ପ୍ରୟୋଗ ହେବା ଉଚିତ ନୁହେଁ ବୋଲି ବି ସେ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ୟୁଏସ କଂଗ୍ରେସର ମିଳିତ ଅଧିବେଶନରେ ଭାଷଣ ଦେଇ କହିଛନ୍ତି, ଏବେ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସମୟ ଆସିଛି । ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାତ ବର୍ଷରେ ବହୁତ କିଛି ବଦଳିଛି । ମାତ୍ର ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ ହୋଇଛି ।

ଉଭୟ ଭାରତ ଓ ଆମେରିକା ମହାନ ଗଣତାନ୍ତ୍ରିକ ରାଷ୍ଟ୍ର । ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ୱାସ ରଖନ୍ତି । ଋଷ- ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମୋଦି କହିଛନ୍ତି, ଏବେ ସମୟ ଯୁଦ୍ଧର ନୁହେଁ । ୟୁକ୍ରେନରେ ଧ୍ୱଂସର ଲୀଳା ବନ୍ଦ ହେବା ଦରକାର । ଆପୋଷ ଆଲୋଚନା ଦ୍ୱାରା ଯୁଦ୍ଧକୁ ବିରାମ ଦେବାର ଆବଶ୍ୟକତା ରହିଛି । ୨୦୨୨ ଫେବୃଆରୀ ୨୪ରୁ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଭାରତ ଏକାଧିକ ଥର ଶାନ୍ତି ପାଇଁ ଅପିଲ କରିଛି ।

Advertisment

ଆତଙ୍କବାଦ ପ୍ରସଙ୍ଗରେ ଅଭିଭାଷଣ ରଖି ମୋଦି କହିଛନ୍ତି ଯେ, ଆତଙ୍କବାଦ ମଣିଷ ସମାଜର ଶତ୍ରୁ । ଆତଙ୍କି ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କ ବିରୋଧରେ ମିଳିତ ଭାବେ ଲଢେଇ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ମୋଦି ୯/୧୧ ଓ ୨୬/୧୧ ଆତଙ୍କବାଦୀ ହାମଲାକୁ ମନେ ପକାଇ କହିଛନ୍ତି ଆତଙ୍କବାଦ ମାନବ ସମାଜର ବଡ଼ ଶତ୍ରୁ। ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଶକ୍ତି ବିପକ୍ଷରେ ମିଳିତ ଭାବେ ଲଢ଼ିବାକୁ ପଡ଼ିବ । ସମଗ୍ର ବିଶ୍ୱ ପାଇଁ ଏହା ଏକ ବଡ଼ ବିପଦ। ତେଣୁ ଏହାକୁ ମୁକାବିଲା କରିବା ନିମନ୍ତେ କିନ୍ତୁ, ପରନ୍ତୁ ଶବ୍ଦର ପ୍ରୟୋଗ କରିବା ଉଚିତ ନୁହେଁ। ସମସ୍ତେ ମିଳିତ ଭାବେ ଏହାର ମୁକାବିଲା କରିବା ଉଚିତ।

ମୋଦି କହିଲେ ଭାରତ ହେଉଛି ଲୋକତନ୍ତ୍ରର ଜନନୀ । ଏହା ଚର୍ଚ୍ଚା ଓ ବିଚାର ବିମର୍ଷ ଉପରେ ନିର୍ଭର କରେ । ଆମେରିକା ସବୁଠୁ ପୁରୁଣା ଦେଶ ହୋଇଥିବା ବେଳେ ଭାରତ ସବୁଠୁ ବଡ଼ ଲୋକତନ୍ତ୍ର ଅଟେ। ଆମେ ମିଳିତ ଭାବେ ବିଶ୍ୱକୁ ଏକ ସୁନ୍ଦର ଭବିଷ୍ୟତ ଦେଇପାରିବୁ ।

ମୋଦି କହିଲେ ପୂର୍ବରୁ ଭାରତ ବିଶ୍ୱର ବିକାଶଶୀଳ ଦେଶଙ୍କ ମଧ୍ୟରେ ଦଶମ ସ୍ଥାନରେ ଥିଲା। ଏବେ ତାହା ପଞ୍ଚମ ସ୍ଥାନକୁ ଉଠିଛି। ୨୦୨୫ ସୁଦ୍ଧା ଏହା ବିଶ୍ୱର ତୃତୀୟ ବଡ଼ ବିକାଶିତ ଦେଶ ହୋଇ ପାରିବ । ଏହା ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିବ ।

ଅଭିଭାଷଣ ପୂର୍ବରୁ ସଂସଦରେ ପ୍ରବେଶ କରିବା ସମୟରେ ମୋଦି ମୋଦି ନାରାରେ କଂପିଉଠିଥିଲା ହଲ । ସମସ୍ତଙ୍କୁ କରମର୍ଦ୍ଦନ କରି ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ସଂସଦକୁ ସମ୍ବୋଧିତ କରିବା ପୂର୍ବରୁ ମୋଦି ଓ ବାଇଡେନ ମିଳିତ ବିବୃତ୍ତି ରଖିଥିଲେ । ୟୁଏସ କଂଗ୍ରେସକୁ ସମ୍ବୋଧିତ କରିବା ପରେ ମୋଦି ହ୍ୱାଇଟ ହାଉସରେ ଆୟୋଜିତ ଷ୍ଟେଟ୍ ଡିନରରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ବହୁ କଂପାନୀର ପ୍ରତିଷ୍ଠାତା, ବିଭିନ୍ନ ବଡ଼ ପଦପଦବୀରେ ଥିବା ଭାରତୀୟ ବଂଶୋଭବ ଏବଂ ଭାରତୀୟ ଶିଳ୍ପପତି ଏହି ନୈଶ୍ୟ ଭୋଜିରେ ସାମିଲ ହୋଇଛନ୍ତି ।

Joe Biden Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe