Advertisment

ହ୍ୱାଇଟ୍‌ ହାଉସ୍‌ ଡିନରରେ ଭାରତୀୟ ଛୁଙ୍କ; ମୋଦିଙ୍କୁ ପରଷାଯିବ ମାଣ୍ଡିଆ ଡିସ୍‌

ଭାରତର ଜାତୀୟ ପତାକା ସହ ଏହାର ଜାତୀୟ ପକ୍ଷୀ ମୟୂର ଦ୍ୱାରା ପ୍ରଭାବିତ ହୋଇ ମୋଦିଙ୍କ ନିମନ୍ତେ ଆୟୋଜିତ ଡିନର ପାର୍ଟି ପ୍ରସ୍ତୁତ କରାଯିବ । ଏଥିସହ ମାଣ୍ଡିଆର ସ୍ପେଶାଲ ଡିସ୍‌ ବି ପରଷା ଯିବ।

ଅଦ୍ୟତନ ହୋଇଛି
White House

White House

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ବେଳେ ସେଠାରେ ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ୍‌ରେ ତାଙ୍କ ନିମନ୍ତେ ଏକ ଭବ୍ୟ ଡିନର ପାର୍ଟିର ଆୟୋଜନ କରାଯିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ ଏହି ପାର୍ଟିର ଆୟୋଜନ କରିବେ । ୟୁଏସ୍‌ କଂଗ୍ରେସ୍‌କୁ ସମ୍ବୋଧନ କରିବା ପରେ ହ୍ୱାଇଟ୍‌ ହାଉସ୍‌ରେ ମୋଦିଙ୍କ ନିମନ୍ତେ ଏହି ରାଜକୀୟ ନୈଶ ଭୋଜିର ଆୟୋଜନ ହେବ । ଏଥିରେ ବିଭିନ୍ନ କ୍ଷେତ୍ରର ବହୁ ଆଗଧାଡ଼ିର ବ୍ୟକ୍ତି ଯୋଗ ଦେବେ ବୋଲି ଜଣାଯାଇଛି। 

Advertisment

ହ୍ୱାଇଟ ହାଉସରେ ମୋଦିଙ୍କ ନିମନ୍ତେ ଆୟୋଜିତ ନୈଶ୍ୟ ଭୋଜିରେ ଭାରତୀୟ ଛୁଙ୍କ ଦିଆଯିବ। ମୋଦି ସମ୍ପୂର୍ଣ୍ଣ ଶାକାହାରୀ ହୋଇଥିବାରୁ ତାଙ୍କ ଭୋଜନରେ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ଭାରତର ଜାତୀୟ ପତାକା ସହ ଏହାର ଜାତୀୟ ପକ୍ଷୀ ମୟୂର ଦ୍ୱାରା ପ୍ରଭାବିତ ହୋଇ ମୋଦିଙ୍କ ନିମନ୍ତେ ଆୟୋଜିତ ଡିନର ପାର୍ଟି ପ୍ରସ୍ତୁତ କରାଯିବ । ଏଥିସହ ମାଣ୍ଡିଆର ସ୍ପେଶାଲ ଡିସ୍‌ ବି ପରଷା ଯିବ। 

ଭାରତୀୟ ଜାତୀୟ ପତାକା ପରି ଡିନର ପାର୍ଟିରେ ସବୁଜ, ନାରଙ୍ଗି ଓ ଧଳା ରଙ୍ଗର ପ୍ରତିଫଳନକୁ ଗୁରୁତ୍ୱ ଦିଆଯିବ । ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ ମିଡିଆଙ୍କୁ ସମ୍ବୋଧନ କରି ସୂଚନା ଦେଇଛନ୍ତି। ଏପରିକି ମୋଦିଙ୍କ ଡିନର ପାର୍ଟିରେ ମାଣ୍ଡିଆ କେକ୍‌ ଓ ମସଲା ମାଣ୍ଡିଆ ବି ପରଷା ଯିବ।

Advertisment

ଜିଲ୍‌ ବାଇଡେନଙ୍କ ସୂଚନା ଅନୁଯାୟୀ, ମୋଦି ସମ୍ପୂର୍ଣ୍ଣ ଶାକାହାରୀ ହୋଇଥିବାରୁ ତାଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରିବାର ଦାୟିତ୍ୱ ସେଫ୍‌ ନୀନା କର୍ଟିସ୍‌ଙ୍କୁ ଦିଆଯାଇଛି। ସେଫ୍‌ ନୀନା କର୍ଟିସ୍‌ ସବୁଜ ପନିପରିବାକୁ ନେଇ ଖାଦ୍ୟ ପ୍ରସ୍ତୁତ କରିବାରେ ମାହିର ଅଟନ୍ତି। ହ୍ୱାଇଟ୍‌ ହାଉସ ଷ୍ଟାଫ୍‌ଙ୍କ ସହ ମିଶି ସେ ଏକ ଅତି ଚମତ୍କାର ଶାକାହାରୀ ଭୋଜନ ପ୍ରସ୍ତୁତ କରିବେ ବୋଲି ଆଶା କରାଯାଉଛି।

ଅତିଥିମାନଙ୍କୁ ସେମାନଙ୍କ ମେନ କୋର୍ସରେ ମାଛରେ ପ୍ରସ୍ତୁତ ଡିସ୍‌ ସାମିଲ୍‌ କରିବାକୁ ବି ବିକଳ୍ପ ଦିଆଯିବ। ଏହାବାଦ ମୋଦିଙ୍କ ବରାଦ ଅନୁଯାୟୀ, ହ୍ୱାଇଟ୍‌ ହାଉସ୍‌ ଡିନରରେ ମାଣ୍ଡିଆରେ ପ୍ରସ୍ତୁତ ଡିସ୍‌ ବି ପରଷା ଯିବ ବୋଲି କହିଛନ୍ତି ଜିଲ୍‌ ବାଇଡେନ୍‌।

ଅତିଥିମାନଙ୍କୁ ପ୍ରଥମେ ମସାଲା ମାଣ୍ଡିଆ, ଗ୍ରୀଲ୍ଡ ମକା ସାଲାଡା, ତରଭୁଜ ସହ ଆଭୋକାଡୋ ପରଷା ଯିବ। ଏହାପରେ ମେନ କୋର୍ସରେ ଷ୍ଟଫ୍ଢ ମସରୁମ ସାଙ୍ଗକୁ କ୍ରିପସି ମିଲେଟ କେକ୍‌, ସମର ସ୍କ୍ୱାସ୍‌, ଲେମନ୍‌ ଦହି ସସ୍‌, ରୋଷ୍ଟେଡ ସମୁଦ୍ର ମାଛ, କେଶର ମିଶ୍ରିତ ଡିଜର୍ଟ ପରଷା ଯିବ।

ରାତ୍ରୀ ଭୋଜନ ପରେ ଗ୍ରାମୀ ପୁରସ୍କାର ବିଜେତା ଜୋଶୁଆ ବେଲ ଏବଂ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ପେନ୍ ମାସାଲାଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବ। ଏହି ଗୋଷ୍ଠୀ ଭାରତର ଧ୍ୱନି ଦ୍ୱାରା ଅନୁପ୍ରାଣିତ ହୋଇ ସଙ୍ଗୀତ ପରିବେଷଣ କରିବେ ବୋଲଇ ଜିଲ ବିଡେନ କହିଛନ୍ତି।

ପ୍ରତ୍ୟେକ ଟେବୁଲରେ ବଡ଼ ଏବଂ ଛୋଟ ପାତ୍ରରେ ଫୁଲର ବ୍ୟବସ୍ଥା କରାଯାଇଥିବା ବେଳେ ତାହା ଭାରତର ଜାତୀୟ ପତାକାର ନାରଙ୍ଗି ରଙ୍ଗକୁ ପ୍ରତିଫଳିତ କରିବ।

ଭାରତର ଜାତୀୟ ପକ୍ଷୀ ମୟୂର ଦ୍ୱାରା ହ୍ୱାଇଟ୍‌ ହାଉସ୍‌ର ଡିନର ଅନୁପ୍ରାଣିତ ହୋଇଥିବା ପ୍ରସଙ୍ଗ ଉପରେ ହ୍ୱାଇଟ୍‌ ହାଉସ୍‌ର ସୋଶିଆଲ ସେକ୍ରେଟାରୀ କାର୍ଲୋସ ଏଲିଜୋଣ୍ଡୋ କହିଛନ୍ତି, ଅତିଥିମାନଙ୍କୁ ନିମନ୍ତ୍ରଣ କରିବାଠାରୁ ଆରମ୍ଭ କରି ଡାଇନିଂ ଟେବୁଲରେ ଖାଦ୍ୟ ପରିବେଷଣ ପର୍ଯ୍ୟନ୍ତ ସବୁଠି ଆମେ ସୌନ୍ଦର୍ଯ୍ୟ ଭରି ଦେବାକୁ ଚାହୁଁଛୁ। ମୟୂର ଯେପରି ପୁଚ୍ଛ ଖୋଲି ତାହାର ସୁନ୍ଦରତାରେ ସମସ୍ତଙ୍କୁ ଦିୱାନା କରିଦିଏ, ଆମେ ବି ଏହାକୁ ରଙ୍ଗୀନ କରିବାକୁ ପ୍ରାଣପଣେ ଚେଷ୍ଟା କରିବୁ।

White House PM Modi USA Joe Biden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe