Advertisment

ଭାରତକୁ ୨୯୭ଟି ପ୍ରାଚୀନ ମୂଲ୍ୟବାନ କଳାକୃତି ଫେରାଇଲା ଆମେରିକା

ଆମେରିକାରୁ ଗତ ୧୦ ବର୍ଷ ମଧ୍ୟରେ ୫୭୮ଟି ମୂଲ୍ୟବାନ ସାମଗ୍ରୀ ଭାରତକୁ ଫେରିଛି।

ଅଦ୍ୟତନ ହୋଇଛି
Biden modi

Biden modi

Advertisment

ଭାରତରୁ ଚୋରା ଚାଲାଣ ହୋଇଥିବା ମୂଲ୍ୟବାନ ପୁରୁଣା ସାମଗ୍ରୀ ଫେରାଇଲା ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ବେଳେ ଉପହାର ସ୍ୱରୂପ ୨୯୭ ଚୋରା ସାମଗ୍ରୀକୁ ଭାରତକୁ ହସ୍ତାନ୍ତର କରାଯାଇଛି।

Advertisment

ଗତ ୨୦୧୪ ମସିହାରୁ ବର୍ତ୍ତମାନ ସୁଦ୍ଧା ଭାରତକୁ ଫେରିଛି ଚୋରା ଚାଲାଣ ହୋଇଥିବା ୬୪୦ ମୂଲ୍ୟବାନ ସାମଗ୍ରୀ। ଏହା ଭିତରେ ଆମେରିକାରୁ ଗତ ୧୦ ବର୍ଷ ମଧ୍ୟରେ ୫୭୮ଟି ମୂଲ୍ୟବାନ ସାମଗ୍ରୀ ଆସିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ଯାତ୍ରାଗୁଡିକରେ ମଧ୍ୟ ଆମେରିକା ଭାରତକୁ ବହୁ ପ୍ରାଚୀନ ଜିନିଷ ଫେରାଇଛି। ୨୦୨୧ ମସିହାରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିଥିଲେ, ସେତେବେଳେ ଆମେରିକା ସରକାର ୧୫୭ଟି ପ୍ରାଚୀନ ଐତିହାସିକ କଳାକୃତି ଭାରତକୁ ଫେରାଇ ଥିଲେ। ଏଥିରେ ଦ୍ୱାଦଶ ଶତାବ୍ଦୀର ପିତ୍ତଳ ନାଟାରାଜା ପ୍ରତିମୂର୍ତ୍ତି ମଧ୍ୟ ସାମିଲ ଥିଲା।

Advertisment

ସେହିପରି ବାଇଡେନ୍ ଦମ୍ପତିଙ୍କୁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ରୂପାରେ ତିଆରି ଏକ ପ୍ରାଚୀନ ଟ୍ରେନ୍ ମଡେଲ୍ ଉପହାର ଦେଇଛନ୍ତି। ମହାରାଷ୍ଟ୍ରର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏହି ବିରଳ କଳାକୃତି।

ଏହି ଟ୍ରେନ୍ ମଡେଲ୍ ୯୨.୫% ରୁପାରେ ନିର୍ମିତ ହୋଇଛି। ସେହିପରି ପ୍ରଧାନମନ୍ତ୍ରୀ ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନଙ୍କୁ ଜମ୍ମୁ କଶ୍ମୀରର ପ୍ରସିଦ୍ଧ ପାଶମିନା ସାଲ୍ ଉପହାର ଦେଇଛନ୍ତି।

PM Modi America Joe Biden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe