Advertisment

Gaza War: ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଟ୍ରମ୍ପଙ୍କ ଗାଜା ଯୋଜନାକୁ ମୋଦିଙ୍କ ସମର୍ଥନ

ହମାସ ଯଦି ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିବ, ତା’ହେଲେ ଆମେରିକା ସବୁ ସମର୍ଥନ ଇସ୍ରାଏଲ କରିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ନେତାନ୍ୟାହୁ ମଧ୍ୟ ଟ୍ରମ୍ପଙ୍କୁ ଇସ୍ରାଏଲର ବନ୍ଧୁ କହି ପ୍ରଶଂସା କରିଛନ୍ତି।

PM-Modi

ମୋଦି ଓ ଟ୍ରମ୍ପ (ଫାଇଲ ଫଟୋ)

Advertisment

ଗାଜାରେ ଦୀର୍ଘ ସମୟ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ରାଷ୍ଟ୍ରପତି Donald Trump ପ୍ରସ୍ତୁତ କରିଥିବା ୨୦ ସୂତ୍ରୀ ଯୋଜନାରେ ଉଭୟ ହମାସ ଓ ଇସ୍ରାଏଲ ଏକମତ ହୋଇଥିବା ଜଣାପଡ଼ିଛି। ଟ୍ରମ୍ପ ଦେଇଥିବା ୨୦ ପଏଣ୍ଟ ବିଶିଷ୍ଟ ଯୋଜନାକୁ ଦୁଇ ପକ୍ଷ ଗ୍ରହଣ କରିବାକୁ ରାଜି ହୋଇଥିବାରୁ ଖୁବଶୀଘ୍ର ଗାଜା ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ସୃଷ୍ଟି ହୋଇଛି।

Advertisment

ଟ୍ରମ୍ପଙ୍କ ଗାଜା ଯୋଜନାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi) ମଧ୍ୟ ସ୍ୱାଗତ କରିଛନ୍ତି। ଏହାକୁ ସେ ଦୀର୍ଘକାଳୀନ ଶାନ୍ତି, ସ୍ଥିରତା ଓ ସୁରକ୍ଷା ପାଇଁ ଗୋଟିଏ ଉପଯୁକ୍ତ ମାର୍ଗ ବୋଲି ବର୍ଣ୍ଣାନା କରିଛନ୍ତି। ଏକ୍ସରେ ମୋଦି କହିଛନ୍ତି, “ଗାଜା ସଂଘର୍ଷକୁ ଶେଷ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଣିଥିବା ଯୋଜନାକୁ ଆମେ ସ୍ୱାଗତ କରୁଛୁ। ଏହି ଯୋଜନା ପାଲେଷ୍ଟାଇନ ଓ ଇସ୍ରାଏଲ ଲୋକଙ୍କ ସମେତ ପୂରା ପଶ୍ଚିମ ଏସିଆ ପାଇଁ ଦୀର୍ଘକାଳୀନ ଶାନ୍ତି, ସୁରକ୍ଷା ଓ ବିକାଶ ଦିଗରେ ଉପଯୁକ୍ତ ମାର୍ଗ ପ୍ରସ୍ତୁତ କରିବ। ଆମର ଆଶା ସମସ୍ତ ପକ୍ଷ ଟ୍ରମ୍ପଙ୍କ ଏହି ଯୋଜନାକୁ ସମର୍ଥନ କରିବେ। ଏହାଦ୍ୱାରା ସଂଘର୍ଷ ଶେଷ ହେବ ଓ ଶାନ୍ତି ପ୍ରତିଷ୍ଠା ହୋଇପାରିବ।” 

ସୋମବାର ହ୍ୱାଇଟ ହାଉସ ପକ୍ଷରୁ ୨୦ ସୂତ୍ରୀ ପ୍ରସ୍ତାବ ଜାରି କରାଯାଇଛି। ଏଥିରେ ତତ୍କାଳ ଯୁଦ୍ଧ ବିରତି(Gaza War)ର ପ୍ରାବଧାନ ରହିଛି। ଏହାବାଦ ପାଲେଷ୍ଟାଇନ ବନ୍ଦୀମାନଙ୍କୁ ଖଲାସ କରିବା ପାଇଁ ହମାସ ବନ୍ଧକ ରଖିଥିବା ଇସ୍ରାଏଲ ଲୋକଙ୍କ ମୁକ୍ତି, ଗାଜାରୁ ପର୍ଯ୍ୟାୟକ୍ରମେ ଇସ୍ରାଏଲ ସେନାର ପ୍ରତ୍ୟାବର୍ତ୍ତନ, ହମାସର ନିରସ୍ତ୍ରୀକରଣ ଆଦି ପ୍ରସ୍ତାବ ରହିଛି। 

Advertisment

୨୦ ସୂତ୍ରୀ ପ୍ରସ୍ତାବ ଜାରି କରାଯିବା ପୂର୍ବରୁ ଓଭାଲ ଅଫିସରେ ରାଷ୍ଟ୍ରପତି ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ(Benjamin Netanyahu) ବୈଠକ କରିଥିଲେ। ଟ୍ରମ୍ପ କ୍ଷମତା ଦଖଲ କରିବା ପରେ ତାଙ୍କୁ ୪ର୍ଥ ଥର ପାଇଁ ଭେଟିଥିଲେ ନେତାନ୍ୟାହୁ। ଦୀର୍ଘ ସମୟର ବୈଠକ ପରେ ଟ୍ରମ୍ପ ୨୦ ସୂତ୍ରୀ ଶାନ୍ତି ଯୋଜନା ସାର୍ବଜନୀନ କରିଛନ୍ତି। 

ଏହାପରେ ନେତାନ୍ୟାହୁଙ୍କ ସହ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି ଯେ ସେମାନେ ଗୋଟିଏ ଡିଲର ଅତି ନିକଟରେ ପହଞ୍ଚି ଯାଇଛନ୍ତି। କିନ୍ତୁ ହମାସ ଯଦି ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିବ, ତା’ହେଲେ ଆମେରିକା ସବୁ ସମର୍ଥନ ଇସ୍ରାଏଲ କରିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ନେତାନ୍ୟାହୁ ମଧ୍ୟ ଟ୍ରମ୍ପଙ୍କୁ ଇସ୍ରାଏଲର ବନ୍ଧୁ କହି ପ୍ରଶଂସା କରିଛନ୍ତି। 

Benjamin Netanyahu Gaza War Donald Trump PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe