Advertisment

'ଗଣତନ୍ତ୍ର ପ୍ରଥମ'; ଗୁୟାନା ସଂସଦରେ ମୋଦି

ଗୁୟାନା ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଶ୍ୱକୁ ଆଗକୁ ବଢ଼ିବା ପାଇଁ ଦେଲେ ଶକ୍ତିଶାଳୀ ମନ୍ତ୍ର।

PM Modi at Guyana Parliament

PM Modi at Guyana Parliament

Advertisment

ଦକ୍ଷିଣ ଆମେରିକୀୟ ଦେଶ ଗୁୟାନାରେ ୨ ଦିନିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ସେ ଗୁୟାନା ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଥିଲେ। ଏଠାରେ ଗଣତନ୍ତ୍ର ବିଷୟରେ ଏକ ଦୃଢ଼ ବାର୍ତ୍ତା ଦେବା ସହିତ ଗୁୟାନା ଏବଂ ଭାରତ ମଧ୍ୟରେ ବନ୍ଧୁତା ବହୁତ ପୁରୁଣା ବୋଲି କହିଥିଲେ ମୋଦି। ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇ ଦୁଇ ଦେଶ ସ୍ୱାଧୀନତା ପାଇଁ ଏକାଠି ଲଢ଼ି ସ୍ୱାଧୀନତା ପାଇଛନ୍ତି ବୋଲି କହିଥିବା ସହ ଆଜିର ଦିନରେ ଉଭୟ ଦେଶ ଏକାଠି ଗଣତନ୍ତ୍ରକୁ ସୁଦୃଢ଼ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଭାରତ ସବୁ କ୍ଷେତ୍ରରେ ବିଶ୍ୱ ବିକାଶର ସପକ୍ଷରେ ଛିଡା ହୋଇଛି। ଆମେ ଶାନ୍ତି ସପକ୍ଷରେ ଛିଡା ହୋଇଛୁ। ଗଣତନ୍ତ୍ର ଆମର ଡିଏନ୍ଏ, ଦୃଷ୍ଟି ଏବଂ ଆମର ଆଚରଣରେ ଅଛି। ଆମେ ପ୍ରତ୍ୟେକ ଉତ୍ଥାନରେ ଗଣତନ୍ତ୍ରକୁ ମଜବୁତ କରୁଛୁ। ଗଣତନ୍ତ୍ର ଅପେକ୍ଷା ଭଲ ମାଧ୍ୟମ ନାହିଁ। ଗଣତନ୍ତ୍ର ପ୍ରତ୍ୟେକ ନାଗରିକର ଅଧିକାର ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରେ। ମୋଦି କହିଛନ୍ତି, ଆଜି ବିଶ୍ୱ ସମ୍ମୁଖରେ ଆଗକୁ ବଢ଼ିବା ପାଇଁ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ହେଉଛି - 'ଗଣତନ୍ତ୍ର ପ୍ରଥମ, ମାନବିକତା ପ୍ରଥମ।'

ମୋଦି ଆହୁରି କହିଛନ୍ତି ଯେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଗୁୟାନାର ସମସ୍ତ ପ୍ରୟାସ ବିଶ୍ୱକୁ ମଜବୁତ କରୁଛି। ଆଜିର ଦିନରେ ଆମକୁ ବିଶ୍ୱର ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ପଡ଼ିବ। ଯେତେବେଳେ ଆମେ ସ୍ୱାଧୀନ ହେଲୁ, ସେତେବେଳେ ଆହ୍ୱାନଗୁଡ଼ିକ ଭିନ୍ନ ଥିଲା। ଆଜି ଏକବିଂଶ ଶତାବ୍ଦୀରେ ଆହ୍ୱାନଗୁଡ଼ିକ ଭିନ୍ନ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନିର୍ମିତ ବ୍ୟବସ୍ଥା ଓ ଅନୁଷ୍ଠାନ ଗୁଡ଼ିକ ଭୁଶୁଡ଼ି ପଡ଼ୁଛି। କୋରୋନା ପରେ ବିଶ୍ୱ ଏକ ନୂଆ ଶୃଙ୍ଖଳା ଆଡ଼କୁ ଗତି କରିବା ପରିବର୍ତ୍ତେ ଆଜି କେତେକ ଅନ୍ୟ ପ୍ରସଙ୍ଗରେ ଅଟକି ରହିଛି ବୋଲି ଗୁୟାନା ସଂସଦରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment
PM Modi PM Modi At Guyana Parliament Democracy First Modi At Guyana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe