Advertisment

ସୀମାପାର ଆତଙ୍କବାଦକୁ ଭାରତ ଓ କୁଏତର ନିନ୍ଦା

ଆତଙ୍କବାଦର ମୂଳୋତ୍ପାଟନ ପାଇଁ ହାତ ମିଳାଇଲେ ଭାରତ ଓ କୁଏତ।

Pm Modi in Kuwait

Pm Modi in Kuwait

Advertisment

ଆତଙ୍କବାଦର ମୂଳୋତ୍ପାଟନ ପାଇଁ ହାତ ମିଳାଇଲେ ଭାରତ ଓ କୁଏତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଏତ ଗସ୍ତ ଅବସରରେ ଉଭୟ ଦେଶ, ସୀମାପାର୍ ସମେତ ସବୁପ୍ରକାର ଆତଙ୍କବାଦଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଏଥିସହ ଆତଙ୍କୀଙ୍କ ଭୂସ୍ୱର୍ଗ ଓ ଟେରର୍ ଫଣ୍ଡିଂ ନେଟୱର୍କ ବ୍ୟାହତ ହେବା ଦରକାର ବୋଲି ଆହ୍ୱାନ ଦେଇଛନ୍ତି ଉଭୟ ଦେଶ। ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିତ ବିବୃତି ଜାରି ହୋଇଛି।

Advertisment

ଏଥିସହ ଆତଙ୍କବାଦ ନିରୋଧୀ ଅପରେସନରେ ସହଯୋଗ, ସୂଚନା ଓ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ, ଆତଙ୍କବାଦ ରୋକିବା ପାଇଁ ଟେକ୍ନୋଲଜି, ସାଇବର୍ ସିକ୍ୟୁରିଟି ଆଦି କ୍ଷେତ୍ରରେ ଉଭୟ ଦେଶ ହାତ ମିଳାଇବାକୁ ସହମତି ପ୍ରକାଶ କରିଥିବା ସୂଚନା ଦିଆଯାଇଛି।

ଦୁଇ ଦିନିଆ କୁଏତ ଗସ୍ତ ସାରି ଗତକାଲି ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କୁଏତରେ ଗତକାଲି ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। କୁଏତ ଆମିର ଶେଖ ମେଶଲ ଅଲ ଶବାହ ଓ ମୋଦିଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

Advertisment

ଆଲୋଚନା ସଫଳ ହୋଇଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ବ୍ୟବସାୟ, ଆଇଟି, ଭିତ୍ତିଭୂମି, ସୁରକ୍ଷା ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେଲା। ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଏମଓୟୁ ବି ସ୍ୱାକ୍ଷରିତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଏତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦ ଅର୍ଡର ଅଫ୍ ମୁବାରକ୍ ଅଲ୍ -କବୀର’ରେ ସମ୍ମାନିତ କରାଯାଇଛି। କୁଏତ୍ ଆମିର ଶେଖ ମେଶଲ ଅଲ ଶବାହ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

PM Modi Pm Modi In Kuwait India Kuwait Relation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe