Advertisment

ଚୀନ୍‌ ପରେ ଆମେରିକାକୁ ବ୍ୟାପିଲା ନିମୋନିଆ, ୧୪୫ ଶିଶୁ ଆକ୍ରାନ୍ତ

ଆମେରିକାର ସ୍ୱାସ୍ଥ୍ୟବିଭାଗ ସ୍ପଷ୍ଟ କରିଛି ଯେ, ଏହା କୌଣସି ନୂଆ ରୋଗ ନୁହେଁ । ପୂର୍ବ ବର୍ଷ ଗୁଡ଼ିକ ଭଳି ନିମୋନିଆ ଲକ୍ଷଣ ଦେଖାଯାଉଛି ।

author-image
Niharika Rout
ଅଦ୍ୟତନ ହୋଇଛି
pneumonia in children

pneumonia in children

ଚୀନରେ ବ୍ୟାପୁଥିବା ରହସ୍ୟମୟ ନିମୋନିଆ ଏବେ ଯୁକ୍ତରାଷ୍ଟ୍ର ଆମେରିକାକୁ ବ୍ୟାପିଲାଣି। ହଠାତ୍‌ ଆମେରିକାର ବହୁ ସଂଖ୍ୟକ ଶିଶୁ ନିମୋନିଆରେ ଆକ୍ରାନ୍ତ ହେଉଛନ୍ତି। ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।   

Advertisment

ଆମେରିକାର ଓହାୟୋର ୱାରେନ୍ କାଉଣ୍ଟିରେ ୧୪୫ ଶିଶୁ ନିମୋନିଆ ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ବୟସ ୩ରୁ ୧୪ ବର୍ଷ ମଧ୍ୟରେ ହେବ । ଏହା ଆମେରିକାରେ କେବଳ ଜାତୀୟ ହାର ଠାରୁ ବହୁ ଅଧିକ ନୁହେଁ, ବରଂ ଏହାକୁ ଏକ ଆଉଟବ୍ରେକ୍ ବା ସଂକ୍ରମଣ ବ୍ୟାପିବା ମଧ୍ୟ କୁହାଯାଉଛି ।

ମାତ୍ର ଆମେରିକାର ସ୍ୱାସ୍ଥ୍ୟବିଭାଗ ସ୍ପଷ୍ଟ କରିଛି ଯେ, ଏହା କୌଣସି ନୂଆ ରୋଗ ନୁହେଁ । ପୂର୍ବ ବର୍ଷ ଗୁଡ଼ିକ ଭଳି ନିମୋନିଆ ଲକ୍ଷଣ ଦେଖାଯାଉଛି । କିନ୍ତୁ ଏବର୍ଷ ଏତେ ସଂଖ୍ୟକ ଶିଶୁ ଅଚାନକ ଆକ୍ରାନ୍ତ ହେବା ପରେ ଚିନ୍ତା ବଢ଼ିଯାଇଛି ।

Advertisment

ତେବେ ଆଶ୍ୱସ୍ତିର ବିଷୟ ଯେ, ଅଧିକାଂଶ ଆକ୍ରାନ୍ତ ଘରେ ରହି ଆଣ୍ଟିବାୟୋଟିକ ସେବନ କରି ସୁସ୍ଥ ହୋଇପାରୁଛନ୍ତି। ଏହା ଘାତକ ସାବ୍ୟସ୍ତ ହେଉ ନ ଥିବା ତଥା କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଅକାମୀ କରୁ ନ ଥିବା ଜଣାଯାଇଛି। 

କିଛି ଦିନ ତଳେ ଚୀନ ରେ ଶିଶୁଙ୍କଠାରେ ଶ୍ୱାସକ୍ରିୟା ସଂପର୍କିତ ରୋଗ ବ୍ୟାପୁଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଚୀନ୍‌ରେ ଦେଖାଦେଇଥିବା ଏହି ଭୂତାଣୁ ଯୋଗୁ ଅଧିକାଂଶ ଛୋଟ ପିଲା ଆକ୍ରାନ୍ତ ହେଉଛନ୍ତି। ରୋଗର ଲକ୍ଷଣଗୁଡିକ ନିମୋନିଆ ସହ ଅଧିକ ମେଳ ଖାଉଛି । ପିଲାଙ୍କ ପାଖରେ ଜ୍ୱର, କାଶ, ଥଣ୍ଡା, ନିଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା ଭଳି ଲକ୍ଷଣ ଦେଖାଯାଉଛି। ତେବେ କରୋନା ମହାମାରୀରେ ବି ଏହି ସବୁ ଲକ୍ଷଣ ଦେଖିବାକୁ ମିଳୁଥିଲା। ଏଥର କିନ୍ତୁ ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି।

USA Pneumonia Pneumonia Outbreak