Advertisment

ସିନ୍ଧୁ ନଦୀକୁ ଖସିଲା ବରଯାତ୍ରୀ ବସ୍‌, ୧୬ ମୃତ

ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ବରଯାତ୍ରୀକୁ ନେଇ ଏହି ବସ୍‌ ପଞ୍ଜାବର ଚକଓ୍ୱାଲ ଜିଲ୍ଲା ଆଡକୁ ଯାଉଥିଲା।

author-image
Madhupriya Mistry
Accident

Accident

ଭୟଙ୍କର ଦୁର୍ଘଟଣା। ସିନ୍ଦୁ ନଦୀକୁ ଖସିଲା ବରଯାତ୍ରୀ ବାସ୍‌। ଫଳରେ ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିତ-ବାଲ୍ଟିସ୍ତାନ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା।

Advertisment

ସୂଚନା ମୁତାବକ, ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ବରଯାତ୍ରୀକୁ ନେଇ ଏହି ବସ୍‌ ପଞ୍ଜାବର ଚକଓ୍ୱାଲ ଜିଲ୍ଲା ଆଡକୁ ଯାଉଥିଲା। ତେବେ ରାସ୍ତାରେ ତେଲଚି ପୋଲ ପାର୍‌ ହେବା ବେଳେ ନିୟନ୍ତ୍ରଣ ହରାଇ ବସ୍‌ଟି ସିନ୍ଧୁ ନଦୀକୁ ଖସି ପଡିଛି। ନଦୀରୁ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରଯାଇଛି। ସେହିପରି ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ଦୁର୍ଘଟଣା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବସ୍‌ରେ ବସିଥିବା ଅନ୍ୟ ଲୋକଙ୍କୁ ଖୋଜା ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଛି। ତେବେ ଏହି ବସ୍‌ରେ କେତେ ଜଣ ଯାତ୍ରୀ ଥିଲେ ସେ ନେଇ କିଛି ସୂଚନା ମିଳିନାହିଁ। ପୁଲିସ ତଦନ୍ତ ଜାରି ରଖିଛି।

Advertisment
Bus Accident POK Sindhu River